Advertisment

ଡାକ୍ତରଖାନାରେ ରୋଗୀ-ଡାକ୍ତର ହାତାହାତି, ଭିଡିଓ ଭାଇରାଲ୍‌

ଡାକ୍ତରଖାନାରେ ରୋଗୀ-ଡାକ୍ତର ପିଟାପିଟି। ଗୋଇଠା, ମୁଥ ଠେଙ୍ଗାରେ କଥାବାର୍ତ୍ତା। କେତେବେଳେ କିଏ କାହାକୁ ମୁଥ, ଗୋଇଠା ମାରିଲାଣି ତ ଆଉ କେତେବେଳେ ବାଡି ଧରି ଆକ୍ରମଣ କଲାଣି।

author-image
Rajalaxmi Sahoo
Scuffle breaks out between patient and doctor

Scuffle breaks out between patient and doctor

ଡାକ୍ତରଖାନାରେ ରୋଗୀ-ଡାକ୍ତର ପିଟାପିଟି। ଗୋଇଠା, ମୁଥ ଠେଙ୍ଗାରେ କଥାବାର୍ତ୍ତା। କେତେବେଳେ କିଏ କାହାକୁ ମୁଥ, ଗୋଇଠା ମାରିଲାଣି ତ ଆଉ କେତେବେଳେ ବାଡି ଧରି ଆକ୍ରମଣ କଲାଣି। ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଚିକତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତର କୌଣସି କାରଣବଶତଃ ଆକ୍ରମଣ କରିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ମୁକେଶ ନାଏକଙ୍କ ପେଟ ଯନ୍ତ୍ରଣା ହେବାରୁ ସେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିଲେ। ହେଲେ ଡାକ୍ତର ଡ୍ୟୁଟିରେ ନଥିବା ଯୋଗୁ ଡାକ୍ତର କୁଆଡ଼େ ଗଲେ ବୋଲି ସେ ପଚରାଉଚରା କରିଥିଲେ। ପରେ ମୁକେଶ ମେଡ଼ିସିନ ଖାଇ ଡାକ୍ତରଖାନାରେ ବସି ରହିଥିଲେ। ଏହି ସମୟରେ ହଠାତ୍‌ ଡାକ୍ତର ଶୈଳେଶ କୁମାର ଦୋରା ପହଞ୍ଚି କାହିଁକି ଚିତ୍କାର କରୁଛ ବୋଲି ପଚାରିବା ସହ ମୁକେଶଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଘଟଣାକୁ ନେଇ ମୁକେଶ ନାଏକଙ୍କ ପରିବାର ଏବଂ ପଡାଵାସୀଙ୍କ ପକ୍ଷରୁ ଡାକ୍ତରଖାନା ସମ୍ମୁଖରେ NH 130Cକୁ ଅବରୋଧ କରାଯାଇଛି। ଡାକ୍ତର ଶୈଳେଶ କୁମାର ଦୋରାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଲୋକମାନେ ଦାବି କରିଛନ୍ତି। ଘଟଣାସ୍ଥଳରେ ଧର୍ମଗଡ ଡିଏସ୍‌ପି ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛନ୍ତି। 

Advertisment
Scuffle Between Patient Doctor
Advertisment
Advertisment