Advertisment

ଡିସେମ୍ବର ୯ ମଧ୍ୟ ରାତ୍ରରେ ଉପକୂଳ ଅତିକ୍ରମ କରିବ ବାତ୍ୟା, ଘଣ୍ଟାପ୍ରତି ୭୦ କି.ମି. ବେଗରେ ପବନ ବହିପାରେ...

ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା ‘ମେଣ୍ଡସ୍’। ଦକ୍ଷିଣ-ପଶ୍ଚିମ ଓ ଏହାର ଆଖପାଖ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ଏକ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cyclone Forecast for Odisha

Cyclone Mandous Update

ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା ‘ମେଣ୍ଡସ୍‌(Cyclone Mandous)’। ଦକ୍ଷିଣ-ପଶ୍ଚିମ ଓ ଏହାର ଆଖପାଖ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ଏକ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଯାହର ନାଁ ‘ମେଣ୍ଡସ୍‌’ ରଖାଯାଇଛି। ବାତ୍ୟା ପ୍ରଭାବରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। 

Advertisment

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସଦ୍ୟତମ ରିପୋର୍ଟ ଅନୁସାରେ, ବାତ୍ୟା ମେଣ୍ଡସ୍‌ କରାଇକାଲ୍‌ଠୁ ୪୬୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। କ୍ରମଶଃ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଓ ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବ। ପୁଡୁଚେରୀ ଓ ଶ୍ରୀହରିକୋଟା ଦେଇ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୦ କି.ମି. ରହିବ। ଡିସେମ୍ବର ୯ ମଧ୍ୟ ରାତ୍ରରେ ଏହା ଅତିକ୍ରମ କରିବ। 

Advertisment

ଅଧିକ ପଢ଼ନ୍ତୁ: ଥରୁଛି କନ୍ଧମାଳ, ସାରା ରାଜ୍ୟରେ ପ୍ରବଳ ଜାଡ଼

ଯଦିଓ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ, ତେବେ ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

ଦକ୍ଷିଣ ଓଡ଼ିଶାର ମାଲକାନଗିରିକୋରାପୁଟରାୟଗଡାନବରଙ୍ଗପୁରକଳାହାଣ୍ଡିକନ୍ଧମାଳଗଞ୍ଜାମଗଜପତି ଜିଲ୍ଲା ରେ ଗୋଟିଏ ରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍‌ କରି ସୂଚନା ଦେଇଛି।

Cyclone Warning Cyclone Update
Advertisment
Advertisment