ପୋଲିସ୍ର ସୂଚନା ଅନୁସାରେ ଅଭିଯୁକ୍ତମାନେ ସେପ୍ଟେମ୍ବର ୬ରେ ବଳି ଦେବାକୁ ଯୋଜନା କରିଥିଲେ । କିନ୍ତୁ କୌଣସି କାରଣରୁ ଏଥିରେ ସେମାନେ ବିଫଳ ହୋଇଥିଲେ ।
ଆଇନଜୀବୀଙ୍କ ପାଇଁ ଆଜି ରାସ୍ତା କଡରେ ଏମିତି ବସି କଇଁ କଇଁ କାନ୍ଦୁଛନ୍ତି ସେହି ବୁଢୀ ମାଆ ।
ନିଜ ଜନ୍ମଦାତାକୁ କୌଣସି ପୁଅ କଣ କେବେ ବଳିଦେବାକୁ ଯୋଜନା କରିପାରେ। ଏକ ସଭ୍ୟ ସମାଜ ପାଇଁ କଥାଟା ଆଦୌ ଗ୍ରହଣୀୟ ହୋଇନପାରେ, କିନ୍ତୁ କଳାହାଣ୍ଡି ଜିଲ୍ଲାରୁ ଆଜି ଆସିଛି ଏମିତି ଏକ ଚକିତ କଲାଭଳି ଘଟଣା।
ବାପାକୁ ବଳି ଦେବା ଉଦ୍ୟମ ବେଳେ ଚଢ଼ାଉ କରି ଅଭିଯୁକ୍ତ ପୁଅ ଓ ପୂଜକକୁ ପୋଲିସ ଗିରଫ କରିଛି। କଳାହାଣ୍ଡି କଲମପୁର ବେଳପଡ଼ା ଅଞ୍ଚଳରେ ଏହି ଘଟଣା ଘଟିଛି।