Advertisment

ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର: ୬ ଘଣ୍ଟା ହେଲାଣି ବନ୍ଦ ହେଉନି ଗ୍ୟାସ୍‌ ଲିକ୍‌, ଭୟଭୀତ ଲୋକେ

ପାଖାପାଖି ୬ ଘଣ୍ଟା ହେଲାଣି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଟ୍ୟାଙ୍କର ଓଲଟି ପଡ଼ିବା ପରେ ଏଥିରୁ ଗ୍ୟାସ୍ ଲିକ୍ ହେବାରେ ଲାଗିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gas tanker overturns in Kalahandi

Gas tanker overturns in Kalahandi

ଜାତୀୟ ରାଜପଥରେ ଓଲଟିଲା ଏଲ୍‌ପିଜି ଟ୍ୟାଙ୍କର। ପାଖାପାଖି ୬ ଘଣ୍ଟା ହେଲାଣି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। କଳାହାଣ୍ଡି ଜିଲ୍ଲା କର୍ଲାପଡ଼ା ୧୬ ନମ୍ବର ଜାତୀୟ ରାଜପଥରେ ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଏଭଳି ଘଟଣା ଘଟିଛି।

Advertisment

ଟ୍ୟାଙ୍କର ଓଲଟି ପଡ଼ିବା ପରେ ଏଥିରୁ ଗ୍ୟାସ୍ ଲିକ୍ ହେବାରେ ଲାଗିଛି। ଫଳରେ ଆଖପାଖ ୪ଟି ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ଗ୍ୟାସ୍ ଲିକ୍ ଏତେ ପରିମାଣରେ ହେଉିଛି ଯେ ସ୍ଥାନୀୟ ଅଞ୍ଚଳ ଧୂଆଁଳିଆ ହୋଇଯାଇଛି।  ଲିକ୍ ହେଉଥିବା ଗ୍ୟାସ୍ ଏଲ୍‌ପିଜି ହୋଇଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି। 

ଆଖପାଖର ୪ଟି ଗାଁର ଲୋକଙ୍କୁ ପ୍ରଶାସନ ୨ କିଲୋମିଟର ଦୂରରେ ଏକ ଅସ୍ଥାୟୀ ଶିବିର କରି ସ୍ଥାନାନ୍ତର କରିଛି। ସେଠାରେ ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି। ଗ୍ୟାସ୍ ଲିକ୍ ହେଉଥିବା ଅଞ୍ଚଳରେ ଥିବା ଗାଁ ଗୁଡ଼ିକୁ ବିଜୁଳି ସଂଯୋଗ କାଟି ଦିଆଯାଇଛି।  ନିଆଁ ବ୍ୟବହାର ନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି।

Advertisment

ବଲାଙ୍ଗିରରୁ ଏକ ବିଶେଷଜ୍ଞ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଲିକ୍ ରୋକିବାକୁ ଉଦ୍ୟମ ଚଳାଇଛନ୍ତି। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି। ରାସ୍ତା ଉପରେ ଟ୍ୟାଙ୍କର ଓଲଟି ଗ୍ୟାସ୍ ଲିକ୍ ହେଉଥିବାରୁ ଭବାନୀପାଟଣା ମୁଖ୍ୟ ରାସ୍ତାରେ ଯାତାୟତ ବନ୍ଦ ରଖାଯାଇଛି। ଗ୍ୟାସ୍ ଟ୍ୟାଙ୍କରଟି ବିଶାଖାପାଟଣାରୁ ରାୟପୁର ଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। 

Gas Leak Gas Tanker Overturn
Advertisment
Advertisment