ଦାଦନ ଖଟିବାକୁ ଯାଇ ଛାତ୍ରର ଜୀବନ ଗଲା । କଳାହାଣ୍ଡିରୁ ସାମ୍ନାକୁ ଆସିଛି ଏହି ଘଟଣା । ମୃତକ ଜଣକ କୋକସରାରାର ପିପଲଝାପର ଗାଁର ସୋମନାଥ ବିଶି ହୋଇଥିବା ଜଣାପଡିଛି ।
ଗୋତମୁଣ୍ଡା ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ସୋମନାଥ ତାଙ୍କ ବାପାଙ୍କ ସହ କାମ କରିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗିଥିଲା ।ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଗତ ମଙ୍ଗଳବାର ରତାଙ୍କ ମୃତ୍ୟୁ ହୋଇଥିଲା ।