• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ ଗ୍ରାଣ୍ଡ ୱେଲ୍‌କମ୍‌ ଶୁଣିଥିବେ । ହେଲେ ଗ୍ରାଣ୍ଡ ଫେରୱେଲ୍‌ ଶୁଣିଛନ୍ତି କି ? ଏମିତି କିଛି ଗ୍ରାଣ୍ଡ ଫେରୱେଲ୍‌ ଦେଖିବାକୁ ମିଳିଛି କଳାହାଣ୍ଡିରେ । ଜିଲ୍ଲାର ଏସ୍‌ପି ଡ.ଶ୍ରବଣ ବିବେକଙ୍କୁ ଦିଆଯାଇଛି ଗ୍ରାଣ୍ଡ ଫେରୱେଲ । ପୁରା ଜିଲ୍ଲାର ପୋଲିସ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।

ତାଙ୍କୁ ଏଭଳି ଢ଼ଙ୍ଗରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ଯେ, ଏବେ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ କର୍ମୀଙ୍କ ପକ୍ଷରୁ ଏଭଳି ବିଦାୟ ସମ୍ବର୍ଦ୍ଧନା କଳାହାଣ୍ଡି ଜିଲ୍ଲାରେ ପ୍ରଥମ । ଏସ୍‌ପିଙ୍କୁ କାନ୍ଧରେ ବଶାଇ ବୁଲାଇଥିଲେ ପୋଲିସ କର୍ମୀ । ଖାଲି ସେତିକି ନୁହେଁ ତାଙ୍କ ପାଇଁ ଏକ ବିରାଟ ବାଇକ୍‌ ରାଲି ମଧ୍ୟ ଆୟୋଜନ କରାଯାଇଥିଲା ।

 ଏସ୍‌ପିଙ୍କ ବାସଭବନରୁ ଏକ ବାଇକ୍ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ପୋଲିସ୍ ରିଜର୍ଭ ଛକରେ ପହଞ୍ଚିଥିଲା । ପରେ ସେଠାରୁ ଏସ୍‌ପିଙ୍କୁ କାନ୍ଧରେ ବସାଇ ପୋଲିସ୍‌ କର୍ମଚାରୀ ମାନେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ବିଦାୟ ସମ୍ବର୍ଦ୍ଧନା ଉତ୍ସବକୁ ଧୁମ୍‌ ଧାମ୍‌ରେ ପାଳନ କରିଥିଲେ ପୋଲିସ କର୍ମଚାରୀ । ଏମିତି ଡିଜେ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏସ୍‌ପି ଶ୍ରବଣ ବିବେକଙ୍କୁ ଏବେ ବ୍ରହ୍ମପୁର ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି । ତେଣୁ ତାଙ୍କୁ କଳାହାଣ୍ଡି ଛାଡ଼ିବାକୁ ପଡ଼ିଛି । ଶେଷ ଦିନରେ ତାଙ୍କୁ ଏଭଳି ଗ୍ରାଣ୍ଡ ଫେରୱେଲ୍‌ ଦିଆଯାଇଛି ।

ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ଶ୍ରବଣ ବିବେକ କଳାହାଣ୍ଡି ଏସପି ଦାୟିତ୍ୱ ତୁଲାଇ ଆସୁଥିଲେ । ଏହି ସମୟରେ ସେ ସାଧାରଣ ଲୋକଙ୍କର ମଧ୍ୟ ନିକଟତର ହୋଇଥିଲେ । ଜନସାଧାରଣଙ୍କ ସହ ସୁସମ୍ପର୍କ ଓ ନିଜ ପୋଲିସ ବିଭାଗର ଅଧିକାରୀ ମାନଙ୍କ ସହ ମିଳିମିଶି କାର୍ଯ୍ୟ କରୁଥିଲେ । ଯାହା ଜିଲ୍ଲାର ସାଧାରଣ ଜନତା ଓ ପୋଲିସ କର୍ମଚାରୀ କେବେ ଭୁଲି ପାରିବେ ନାହି । ତେଣୁ ତାଙ୍କୁ ଏଭଳି ଅଭିନବ ଭାବରେ ବିଦାୟ ଦିଆଯାଇଛି ।