Anganwadi Worker
ପୁଣି ତାତିଲେଣି ଅଙ୍ଗନୱାଡ଼ି କର୍ମୀ । ରାଜରାସ୍ତାକୁ ଓହ୍ଲାଇଲେ । ବିକ୍ଷୋଭ କଲେ । ସରକାରଙ୍କ ଆଗରେ ଚିତ୍କାର କଲେ । ୧୪ ଦଫା ଦାବି ନେଇ ବିଭିନ୍ନ ସ୍ଥାନରେ ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ ଓ୍ୱାର୍କର୍ସ ଆସୋସିଏସନ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା । ସ୍କିମ୍ ପ୍ରଥାକୁ ଉଚ୍ଛେଦ କରି ସରକାରୀ କର୍ମଚାରୀର ମାନ୍ୟତା, ଚାକିରି ସର୍ତ୍ତାବାଳୀ ଲାଗୁ, ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୨୧ ହଜାର ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ଦାବି କରାଯାଇଛି ।
କଳାହାଣ୍ଡି ଭବାନୀପାଟଣା ବାଲାଜୀ ମନ୍ଦିର ନିକଟରୁ ଶହ ଶହ ସଂଖ୍ୟାରେ ଅଙ୍ଗନୱାଡ଼ି କର୍ମୀମାନେ ବିଶାଳ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଅଙ୍ଗନୱାଡି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସେହିପରି ଦେବଗଡ଼ ଜିଲ୍ଲା ଶାଖା ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ମଧ୍ୟ ଏଥିରେ ସାମିଲ ହୋଇଥିଲେ । ବିକ୍ଷୋଭକାରୀମାନେ ଗୋପାଳଜୀ ମନ୍ଦିରରରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)