ଅଦ୍ୟମ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ଦିବ୍ୟାଙ୍ଗ ହୋଇଥିଲେ ବି ସଫଳତା ହାତ ମୁଠାରେ କରି ପାରିଛନ୍ତି। ହାତ ଗୋଡ଼ ନଥାଇ ବି ମାଟ୍ରିକ ପରୀକ୍ଷାରେ ୭୪ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି ଜଣେ ଦିବ୍ୟାଙ୍ଗ ଛାତ୍ର।
ଇଏ ଏମିତି ଏକ ଗାଁ ଯେଉଁଠାରେ ୧୦୦ ବର୍ଷ ହେଲାଣି କେହି ପାସ୍ କରିନାହାନ୍ତି ମାଟ୍ରିକ୍। ଅଧାରୁ ପାଠ ଛାଡ଼ି ଜଙ୍ଗଲରେ କାଠ ହାଣିବା ଆଉ ଗାଈ ଚରାଇବାରେ ବ୍ୟସ୍ତ ଏଠିକା ପିଲା। କିନ୍ତୁ ପଙ୍କରେ ପଦ୍ମ ପରି ମନଦେଇ ପାଠ ପଢି ମାଟ୍ରିକ ପାସ୍ କଲେ ସନ୍ଦୀପ ମାଝୀ। ଗାଁରେ ଖୁସିର ମାହୋଲ। ଇଂଜିନିୟର ହେବାକୁ ଦେଖୁଛନ୍ତି ସୁନେଲୀ ସ୍ୱପ୍ନ।