Advertisment

ବିଜେଡ଼ି ନେତାଙ୍କୁ ଅଣ୍ଡାରେ ଗାଧୋଇ ଦେଲେ କଂଗ୍ରେସ କର୍ମୀ

ଅଣ୍ଡାରୁ ବର୍ତ୍ତିପାରୁନାହାନ୍ତି ବିଜେଡ଼ି ନେତା : ଯୁଆଡ଼େ ଗଲେ ବିରୋଧୀ ନାଦି ଦେଉଛନ୍ତି ଅଣ୍ଡା

author-image
Sarbeswar
ଅଦ୍ୟତନ ହୋଇଛି
Egg Attack

Egg Attack

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଉଲିକୁପା ଗ୍ରାମର ପଞ୍ଚାୟତ ସମୁଖରେ ଆଜି ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଗାଡିକୁ ଅଣ୍ଡା ମାଡ ହୋଇଛି। ଆଜି କର୍ମୀ ସମ୍ମିଳନୀରୁ କାର୍ଯ୍ୟକ୍ରମରୁ ଫେରୁଥିବା ସମୟରେ ନର୍ଲା ଯୁବ କଂଗ୍ରେସ କର୍ମୀ ମାନେ ଲୁଚି ରହି ବିଜେଡି ନେତାଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ କରିଥିଲେ। ବିଜେଡିର କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ। କଂଗ୍ରେସର ନର୍ଲା ବ୍ଲକ ସଭାପତି ଦିପୁ ପାତ୍ର, ମୁନ୍ନା ମାଝୀ, ମନୋଜ କରୁଆଁ ସମେତ ନର୍ଲା ଯୁବ କଂଗ୍ରେସର କର୍ମକର୍ତ୍ତାମାନେ କଳାହାଣ୍ଡିର ବିଜେଡି ସାଂସଦ, ବିଧାୟକଙ୍କ ଗାଡିକୁ ଅଣ୍ଡା ମାଡ କରିଥିଲେ।

Advertisment

ଏହାପୂର୍ବରୁ ଅନେକ ବିଜେଡ଼ି ନେତାଙ୍କୁ ଅଣ୍ଡାମାଡ଼ ହୋଇଛି। ବିଶେଷ କରି ପ୍ରତାପ ଜେନାଙ୍କ ଗାଡ଼ିକୁ ଅନେକ ଥର ଅଣ୍ଡାମାଡ଼ ହେଲାଣି। କେନ୍ଦ୍ରାପଡ଼ା ଆଳି ବାଳକାଟି ବଜାରରେ ପ୍ରତାପଙ୍କୁ ଅଣ୍ଡାମାଡ଼ କରିଥିଲେ କଂଗ୍ରେସ କର୍ମୀ। କେବଳ ଅଣ୍ଡାମାଡ଼ ନୁହେଁ ବରଂ କଳାପତାକା ମଧ୍ୟ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ। ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ସମାରୋହକୁ ମନ୍ତ୍ରୀ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିଲେ। କେବଳ ପ୍ରତାପଙ୍କୁ ନୁହେଁ ବରଂ ଅନେକ ସମୟରେ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ହେଉଥିବାର ଘଟଣା ସାମ୍ନାକୁ ଆସୁଛି।

BJD BJP Egg Attack
Advertisment
Advertisment