/odishatv-khabar/media/post_attachments/uploadimage/library/16_9/16_9_0/Mother_1641223077.jpg)
Mother
କିଏ ମାତୃତ୍ୱ ପାଇଁ ବ୍ୟାକୁଳ ତ ଆଉ କିଏ ମାତୃତ୍ୱରେ ଲଗାଉଛି କଳଙ୍କ । ଜନ୍ମ କରିଥିବା ପୁଅକୁ ନିଜ ହାତରେ ତଣ୍ଟି ଚିପି ମାଆ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଦୁଇ ମାସର ପୁଅକୁ ମାରିବା ପରେ ଅଖାରେ ବାନ୍ଧି କୂଅରେ ପକାଇ ଦେଇଛି। କେନ୍ଦ୍ରାପଡା ମାର୍ଶାଘାଇରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା। ସେପଟେ କଳାହାଣ୍ଡି କୋକସରାରେ ପରିତ୍ୟକ୍ତ କୂଅ ଭିତରୁ ଉଦ୍ଧାର ହୋଇଛି ନବଜାତ।
ଜନ୍ମଦାତ୍ରୀ ସାଜିଲା ପିଶାଚିନୀ ! ଦୁଇ ମାସର ପୁଅର ତଣ୍ଟି ଚିପି କୂଅରେ ଫୋପାଡିଦେଲା ମାଆ! ଏ କେମିତିକା ମାଆା ଯାହାର ମରିଯାଇଛି ମମତା? ମାତୃତ୍ୱ ନାଁରେ ଲଗାଇଛି କଳଙ୍କ । ଜନ୍ମକଲା ପୁଅର ନେଇଛି ଜୀବନ। ଖୋଦ୍ ସ୍ୱାମୀ ଓ ସମ୍ପର୍କୀୟ କହିଛନ୍ତି, ରାତି ଅଧରେ ସମସ୍ତେ ଶୋଇଯିବା ପରେ ଟିକି ପୁଅର ତଣ୍ଟି ଚିପି ଦେଇଥିଲା ମାଆ। ପରେ ଜରି ଅଖାରେ ପୁରାଇ ପଥର ବାନ୍ଧି କୂଅରେ ପକାଇ ଦେଇଥିଲା ।
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇର କାନପୁରରେ ୩ ବର୍ଷ ତଳେ ହୋଇଥିଲା ବାହାଘର। ସତ୍ୟରଂଜନଙ୍କୁ ପ୍ରେମ ବିବାହ କରିଥିଲେ ଲକ୍ଷ୍ମୀପ୍ରିୟା। ୨ ମାସ ତଳେ ପୁଅଟିଏ ଜନ୍ମ ହୋଇଥିଲା ହେଲେ ଖୁସି ନଥିଲେ ଲକ୍ଷ୍ମୀପ୍ରିୟା । ଏପରିକି କିଛି ଦିନ ତଳେ ଦୁଇ ମାସର କଅଁଳ ଶିଶୁକୁ ଛାଡି ବାପଘରକୁ ଚାଲିଯାଇଥିଲେ। ଏହାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିଥିବା ବେଳେ ଗତକାଲି ରାତିରେ ଶିଶୁଟିର ତଣ୍ଟି ଚିପି କୂଅରେ ଫୋପାଡି ଦେଇଥିଲା ମାଆ। ସକାଳୁ ପରିବାର ଆଗରେ ସବୁ କଥା ମାନିବା ସହ କୂଅରେ ଛୁଆ ପଡିଥିବା କହିଥିଲା। ପରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ କୂଅ ଭିତରୁ ମୃତ ଶିଶୁକୁ ଉଦ୍ଧାର କରିଥିଲେ।
ସେପଟେ କଳାହାଣ୍ଡି ଜିଲ୍ଲା କୋକସରାର ଜୟନ୍ତପୁରରେ କୂଅରେ ଭାସୁଛି ନବଜାତ। ଗାଁର ଏକ ପରିତ୍ୟକ୍ତ କୂଅରେ ନବଜାତଟି ଭାସୁଥିବା ଆଜି ସକାଳେ ଲୋକେ ଦେଖିଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା। କୋକସରା ପୋଲିସ ଘଟଣାର ଖୋଳତାଡ ଜାରି ରଖିଛି।
କେନ୍ଦ୍ରାପଡାରୁ ମନୋଜ ସ୍ୱାଇଁଙ୍କ ସହ ଧର୍ମଗଡରୁ ଇଙ୍ଗିତ ପଣ୍ଡାଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)