ବିପର୍ଯ୍ୟୟ ମୁକାବିଲାର ଏକମାତ୍ର ଲକ୍ଷ୍ୟ, ନଯାଉ ଗୋଟିଏ ବି ଜୀବନ । ଏଥିପାଇଁ ୧୮ଟି NDRF ଓ ୧୨ଟି SDRF ଟିମ୍ ମୁତୟନ ରହିଛନ୍ତି । ଜରୁରୀ ସ୍ଥିତିରେ ବିପନ୍ନଙ୍କୁ ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ରହିଛି NDRFର ୧୫ ଟିମ୍ ।
ପବନର ଘଣ୍ଟାପ୍ରତି ବେଗ ୧୨୫ରୁ ୧୩୫ କିଲୋମିଟର ଏବଂ ବେଳେବେଳେ ୧୫୦ କିଲୋମିଟର ବେଗ ବହିବ ବୋଲି ପୂର୍ବାନୁମାନ କରାଯାଇଛି ।
ବାତ୍ୟା ସ୍ଥିତିର ମୁକାବିଲା କରିବାକୁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆଜି ସନ୍ଧ୍ୟାରେ ବାତ୍ୟା ରୂପ ନେଇପାରେ। କ୍ରମଶଃ ଏହା ଘନୀଭୂତ ହୋଇ ୧୧ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ଘୂର୍ଣ୍ଣିଝଡ଼ । ପରେ ସାମୁଦ୍ରିକ ଝଡର ରୂପ ନେଇପାରେ । ଗତିପଥ କ’ଣ ହେବ ? ଲଘୁଚାପ ହେଲା ପରେ ପୂରା ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାପଡିବ ବୋଲି କହିଛି ପାଣିପାଗ ବିଭାଗ ।
ସମ୍ଭାବ୍ୟ ବାତ୍ୟା କେଉଁଆଡ଼କୁ ଯିବ ? ଏହାର ତୀବ୍ରତା କ’ଣ ରହିବ, ସେନେଇ ଏପର୍ଯ୍ୟନ୍ତ IMD ପକ୍ଷରୁ ଆକଳନ କରାଯାଇନାହିଁ। ତେବେ ଏହା ଉପରେ ଆଇଏମଡି ନିୟମିତ ନଜର ରଖିଛି।
ପାଣିପାଗ ବିଶେଷଜ୍ଞ କହିବା କଥା, ପ୍ରାକ୍ ମୌସୁମୀ ୠତୁରେ ବାତ୍ୟା ପାଇଁ ସାଧାରଣତଃ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥାଏ । ପ୍ରଭାବରେ ପୂର୍ବବର୍ଷ ଗୁଡ଼ିକରେ ଖରାଦିନିଆ ବାତ୍ୟା ଦେଖିଛନ୍ତି ଓଡ଼ିଶାବାସୀ । ୧୯୮୨ ମସିହା ଜୁନ୍ ମାସର ବାତ୍ୟା ପରେ ପରେ ୨୦୧୯ ମେ’ ୩ରେ ଫନି, ୨୦୨୦ରେ ଅମ୍ଫାନ୍ ଏବଂ ୨୦୨୧ରେ ସେହି ଖରାଦିନିଆ ବାତ୍ୟା ୟଶ୍ ନିଦ ହଜାଇ ଦେଇଥିଲା ଉପକୂଳବାସୀଙ୍କର ।
ବାତ୍ୟାପ୍ରବଣ ମେ’ ମାସ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି।
ଯଦିଓ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ, ତେବେ ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ।
ବାତ୍ୟାକୁ ନେଇ ଛାନିଆ ହେଲେଣି ଉପକୂଳିଆ ଲୋକ। କେଉଁଠି ମାଡ ହେବ? କେତେ ଆସିବ? ବଢୁଛି ନାନା କଳ୍ପନାଜଳ୍ପନା...ବାତ୍ୟା ଆସିବ ପୁଣି ଆସିବନିକୁ ନେଇ ବଢିଲା ଚର୍ଚ୍ଚା
ଗଜପତି ଜିଲ୍ଲାରେ ୨୫ ଓ ୨୬ରେ ଅଫିସରଙ୍କ ଛୁଟି ବାତିଲ। ଜରୁରୀ ପରିସ୍ଥିତିର ସାମ୍ନା ପାଇଁ ହେଡକ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ