Advertisment

୧୦୦ ବର୍ଷ ପରେ ଗାଁର ପ୍ରଥମ ମାଟ୍ରିକୁଲେଟ୍‌; ଇଞ୍ଜିନିୟର୍ ହେବାକୁ ଇଚ୍ଛା, ହେଲେ..

ଇଏ ଏମିତି ଏକ ଗାଁ ଯେଉଁଠାରେ ୧୦୦ ବର୍ଷ ହେଲାଣି କେହି ପାସ୍‌ କରିନାହାନ୍ତି ମାଟ୍ରିକ୍‌। ଅଧାରୁ ପାଠ ଛାଡ଼ି ଜଙ୍ଗଲରେ କାଠ ହାଣିବା ଆଉ ଗାଈ ଚରାଇବାରେ ବ୍ୟସ୍ତ ଏଠିକା ପିଲା। କିନ୍ତୁ ପଙ୍କରେ ପଦ୍ମ ପରି ମନଦେଇ ପାଠ ପଢି ମାଟ୍ରିକ ପାସ୍‌ କଲେ ସନ୍ଦୀପ ମାଝୀ। ଗାଁରେ ଖୁସିର ମାହୋଲ। ଇଂଜିନିୟର ହେବାକୁ ଦେଖୁଛନ୍ତି ସୁନେଲୀ ସ୍ୱପ୍ନ।

author-image
Otv Khabar Bureau
Matriculation Pass

Matriculation Pass

ଏହା ଏମିତି ଏକ ଗାଁ ଯେଉଁ ଗାଁରେ ଆଜକୁ ୧୦୦ ବର୍ଷ ହେଲାଣି କେହି ଜଣେ ହେଲେବି ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ କରିନାହାନ୍ତି । ହୁଏତ ଏହି ଘଟଣା ଶୁଣିବା ପରେ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କଥା ଟି ପୂରା ସତ । କାରଣ ଏହି ଗାଁର ପିଲାମାନେ ପିଲା ବେଳୁ ହିଁ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଆନ୍ତି । ଯଦି କେହି ବି ସ୍କୁଲରେ ପଢନ୍ତି ତେବେ ମାଟ୍ରିକ୍‌ ପର୍ଯ୍ୟନ୍ତ ପହଞ୍ଚିପାରନ୍ତି ନାହିଁ । ଗାଁର ଅନେକ ପିଲା ଅଧାରୁ ପାଠ ଛାଡ଼ି ଦାଦନ ଚାଲିଯାଆନ୍ତି ।

Advertisment

ଗାଁରେ ପ୍ରଥମଥର ପାଇଁ ମାଟ୍ରିକ୍‌ ପାସ୍‌ କରିଛନ୍ତି ଗାଁର ଆଦିବାସୀ ପରିବାରର ରାଜୁ ମାଝୀଙ୍କ ପୁଅ ସନ୍ଦୀପ ମାଝୀ । କଳାହାଣ୍ଡି ଲାଞ୍ଜିଗଡ଼ ଆଦିବାସୀ ଗାଁ ଜାରେଙ୍ଗପଟାରେ ରୁହନ୍ତି ସନ୍ଦୀପ । ଆଉ ତାଙ୍କର ସଫଳତାକୁ ନେଇ ସାରା ଅଂଚଳରେ ଖୁସିର ପରିବେଶ ଦେଖାଦେଇଛି । ସ୍ଥାନୀୟ ପୋଖରୀବନ୍ଧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢି ମାଟ୍ରିକ୍‌ ପାସ୍‌ ସଫଳତା ହାସଲ କରିଛନ୍ତି ସନ୍ଦୀପ । କଲେଜରେ ପାଠ ପଢିବାକୁ ବି ସନ୍ଦୀପଙ୍କ ଭାରି ଇଚ୍ଛା। କିନ୍ତୁ ଆର୍ଥିକ ପ୍ରତିବନ୍ଧକ ଥିବାରୁ କେମିତି ପାଠ ପଢିବେ ସେନେଇ ଚିନ୍ତାରେ ପୂରା ପରିବାର। କିନ୍ତୁ ସରକାରୀ ସହୟତା ମିଳିଲେ ପୁଅ ପାଠ ପଢିବ ବୋଲି ବାପା-ମାଆଙ୍କ ଆଶା ରହିଛି ।

ଗାଁ ଗାଁରେ ଶିକ୍ଷା ପହଞ୍ଚାଇବାକୁ ସରକାର ଅନେକ ଯୋଜନା ମଧ୍ୟ କରୁଛନ୍ତି । ହେଲେ ପ୍ରକୃତରେ ଉପାନ୍ତ ଅଂଚଳରେ ଯୋଜନା ପହଞ୍ଚୁ ହିଁ ନାହିଁ। ଯାହାର ଜଳ୍ୱନ୍ତ ଉଦାହରଣ ହେଉଛି ରାଜୁଙ୍କ ଗାଁ । ଗାଁର ଛାତ୍ରଛାତ୍ରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମାଟ୍ରିକ ପାସ କିମ୍ବା କଲେଜ ଯାଇ ନଥିବା ଘଟଣା ବୁଦ୍ଧିଜୀବୀଙ୍କୁ ବି ଆଶ୍ଚର୍ଯ୍ୟ କରିଛି । ତେବେ ସନ୍ଦୀପ ମାଟ୍ରିକ ପାସ୍‌ କରିବା ଆମ ପାଇଁ ଗୌରବର କଥା ବୋଲି କଗିଛନ୍ତି ପ୍ରଧାନଶିକ୍ଷୟିତ୍ରୀ କଳ୍ପନା ସ୍ୱାଇଁ ।

Advertisment

ସନ୍ଦୀପ କଲେଜ ଯିବା ପାଇଁ ଯେଉଁ ଆଗ୍ରହ ଦେଖାଉଛନ୍ତି । ଯଦି ତାଙ୍କୁ କଲେଜ ପଢିବାରେ ସରକାର କି ପ୍ରଶାସନ ସାହାଯ୍ୟ କଲେ ସେ ଦେଖିଥିବା ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ପରିବାର।

ରିପୋର୍ଟର- ରାଜକୁମାର ସିଂହଦେଓ

Special Story Matriculation Pass
Advertisment
Advertisment