At the same time, 25 students are ill
କଳାହାଣ୍ଡି କଲମପୁର ବ୍ଲକ ଦୁଲକିବନ୍ଧ କନ୍ୟାଶ୍ରମରେ ଅସୁସ୍ଥ ହୋଇପଡ଼ିଛନ୍ତି ବହୁ ଛାତ୍ରୀ । ଗତକାଲି ୬ଜଣ ଛାତ୍ରୀ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ବେଳେ ଆଜି ୨୫ ଜଣ ଛାତ୍ରୀ ଭର୍ତ୍ତି ହୋଇଛନ୍ତି l ତେବେ କାହିଁକି ଏକାସଙ୍ଗେ ଏତେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି, ସେ ସମ୍ପର୍କରେ ଜଣାପଡ଼ିନଥିବାବେଳେ କଲମପୁରରୁ ଏକ ଡାକ୍ତରୀଦଳ ଦୁଲକିବନ୍ଧ କନ୍ୟାଶ୍ରମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି ।
Advertisment
ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶିବାଶିଷ ସ୍ୱାଇଁ କହିଛନ୍ତି ଯେ, ସମସ୍ତ ଛାତ୍ରୀଙ୍କୁ ଜ୍ୱର ଓ ଝାଡା ହେଉଛି । ବିଷାକ୍ତ ଖାଦ୍ୟ କଥାକୁ ସ୍ୱାସ୍ଥ୍ୟ ଅଧିକାରୀ ଏଡ଼ାଇ ଯାଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)