• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

EQUESTRIAN
Asian Games: ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

୧୯୮୨ ମସିହା ପରଠାରୁ ଭାରତ କେବେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନ ଥିଲା । ଭାରତ ପକ୍ଷରୁ ସୁଦୀପ୍ତି ହାଜେଲା, ହ୍ରିଦୟ ବିପୁଲ ଛେଡା, ଦିବ୍ୟକ୍ରିତି ସିଂ ଓ ଅନୁଶ ଅଗ୍ରୱାଲଙ୍କ ନେଇ ଗଠିତ ଟିମ୍ ଅଶ୍ୱ ଚାଳନାର ଡ୍ରେସଏଜ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ ଜିତିଛନ୍ତି ।

Salaar will clash with dunki on box office
ଏହି ଦିନ ବକ୍ସ ଅଫିସରେ ହେବ ସଂଘର୍ଷ; ଶାହରୁଖଙ୍କ ସହ ଲଢିବେ ପ୍ରଭାସ

ବକ୍ସ ଅଫିସରେ ହେବ ବଡ ସଂଘର୍ଷ। ଗୋଟିଏ ଦିନରେ ରିଲିଜ୍ ହେବ ‘ସାଲାର’ ଓ ‘ଡଙ୍କି’। ଏହି ସଂଘର୍ଷକୁ ନେଇ ଏତିକି କୁହାଯାଇ ପାରିବ ଯେ ବକ୍ସ ଅଫିସରେ ଯାହା ବି ହେଉ ଦର୍ଶକ କିନ୍ତୁ ଖୁବ ଉପଭୋଗ କରିବାକୁ ଯାଉଛନ୍ତି କାରଣ ଉଭୟ ଫିଲ୍ମ ଭିନ୍ନ ପ୍ରକାରର।

Loot
ଦିଲ୍ଲୀରେ ସିନ୍ଧି ଚୋରି, ସୁନା ଦୋକାନରୁ ୨୦-୨୫ କୋଟିର ଗହଣା ଲୁଟ୍

୨୦ରୁ ୨୫ କୋଟି ଟଙ୍କାର ଗହଣା ଦୋକାନରେ ଥିଲା ବୋଲି କହିଛନ୍ତି ମାଲିକ। ଦିଲ୍ଲୀର ଭୋଗଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଟେରେସ୍ ଜରିଆରେ ଚୋରମାନେ ଆସିଥିବା ସନ୍ଦେହ କରାଯାଉଛି ।

housing loan interest subsidy scheme
ଦୀପାବଳି ପୂର୍ବରୁ ମିଳିପାରେ ବଡ଼ ଉପହାର; ଗୃହଋଣ ନେଲେ ମିଳିବ ଭଲ ସବ୍‌ସିଡି !

କିଛି ମାସ ମଧ୍ୟରେ ଗୃହ ଋଣ ସୁଧ ଯୋଜନା (Housing loan interest subsidy scheme)କୁ କାର୍ଯ୍ୟକାରୀ କରାଯିବ । ସରକାରଙ୍କ ଦ୍ୱାରା ଆସିବାକୁ ଥିବା ଏହି ଯୋଜନା ଆସନ୍ତା ୫ ବର୍ଷ ପାଇଁ ଲାଗୁ କରାଯାଇପାରେ ।

Deen Dayal Upadhyay Statue
ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ

ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ଏହାର ଓଜନ ୪୦ ମେଟ୍ରିକ ଟନ୍ । ବ୍ରୋଞ୍ଜ ଓ ଅନ୍ୟ ମିଶ୍ରିତ ଧାତୁରେ ପ୍ରତିମୂର୍ତ୍ତିଟି ତିଆରି ହୋଇଛି । ୨୦ ଜଣ ଶିଳ୍ପୀ ୮ରୁ ୧୦ ମାସ କଠିନ ପରିଶ୍ରମ କରି ଦୀନଦୟାଲ ଉପାଧ୍ୟାୟଙ୍କର ଏହି ୭୨ ଫୁଟର ମୂର୍ତ୍ତି ତିଆରି କରିଛନ୍ତି ।

Ravichandran Ashwin
ବିଶ୍ୱକପ୍‌ ଦଳରେ ଏଣ୍ଟ୍ରି ମାରିବେ ରବିଚନ୍ଦ୍ରନ ଅଶ୍ୱିନ୍‌ !

ଏସିଆ କପ୍‌ରେ ଅକ୍ଷର ପଟେଲ୍‌ ଆହତ ହେବାରୁ ବିଶ୍ୱକପ୍‌ରେ ତାଙ୍କ ଖେଳିବା ନେଇ ଆଶା ବଢ଼ିଛି ।

Narendra Modi
ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଯୁବକଯୁବତୀମାନେ କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ହାସଲ କରିଛନ୍ତି। ୫୧ ହଜାର ନିଯୁକ୍ତି ମଧ୍ୟରୁ ଅଧିକାଂଶ ମହିଳା ଅଛନ୍ତି। ଯାହା ମହିଳା ସଶକ୍ତିକରଣର ଏକ ଉଦାହରଣ ।

Dog Threat
ପୋଲିସକୁ ଘାରିଛି କୁକୁର ଭୟ, ଖାକି ପୋଷାକ ଦେଖିଲେ ଗୋଡାଇ ଗୋଡାଇ କାମୁଡ଼ୁଛି

ରେଡ୍ ସମୟରେ ଏବେ ଖୋଦ୍ ପୋଲିସକୁ ଘାରିଛି କୁକୁର ଭୟ । ଖାକି ପୋଷାକ ଦେଖିଲେ ଗୋଡାଇ ଗୋଡାଇ କାମୁଡ଼ି ପକାଉଛି କୁକୁର । ପୋଲିସଙ୍କୁ କାମୁଡ଼ିବାକୁ କୁକୁରଙ୍କୁ ଏମିତି ଟ୍ରେନିଂ ଦେଇଛନ୍ତି ମାଲିକ ।

Pakistan
ବିଶ୍ୱକପ୍ ପାଇଁ ପାକିସ୍ତାନକୁ ମିଳିଲା ଭିସା, ଏହି ଦିନ ଭାରତରେ ପହଞ୍ଚିବ ପାକ୍ କ୍ରିକେଟ ଟିମ୍

ବାସ୍ତବରେ ଭିସା ପାଇବାରେ ବିଳମ୍ବ ହେତୁ ପାକିସ୍ତାନ କ୍ରିକେଟ ବୋର୍ଡ ‍ଆଇସିସି ପାଖରେ ଅଭିଯୋଗ କରିଥିଲା। ଭିସା ବିଳମ୍ବ ହେତୁ ପାକିସ୍ତାନ ଦଳର ଅଭ୍ୟାସ ଉପରେ ପ୍ରଭାବ ପଡ଼ିପାରେ ବୋଲି ଆଇସିସି ନିକଟରେ ଅଭିଯୋଗ କରିଥିଲା ପିସିବି

Pakistan Cricket Team
୪ ମାସ ହେଲା ପାକିସ୍ତାନ କ୍ରିକେଟରଙ୍କୁ ମିଳିନି ଦରମା, ବିଶ୍ୱକପ ଖେଳିବେ କେମିତି ?

କ୍ରିକେଟ ପାକିସ୍ତାନର ରିପୋର୍ଟ ଅନୁସାରେ, ଗତ ଚାରି ମାସ ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିଙ୍କୁ ନା ମ୍ୟାଚ୍ ଫି’ ଦେଇଛି ନା ମାସିକ ଦରମା ପ୍ରଦାନ କରିଛି । ଏଭଳି ପରିସ୍ଥିତିରେ ଯୁବ ଖେଳାଳିଙ୍କ ଆଗରେ ଆର୍ଥିକ ସମସ୍ୟା ଉପୁଜିଛି ।

rbi
ଆଉ ୫ ଦିନ ପରେ ବଜାରରୁ ଉଭାନ ହୋଇଯିବ ୨ ହଜାର ଟଙ୍କିଆ ନୋଟ୍

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟୋ ଅଚଳ ହୋଇଯିବ ବୋଲି ଘୋଷଣା କରିଥିଲା। ଏହା ସହ ସେପ୍ଟେମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ଘୋଷଣା କରାଯାଇଥିଲା।

Narendra Modi
କଂଗ୍ରେସ ପାଖରେ ନଥିଲା ଚାରା, ବାଧ୍ୟ ହୋଇ ମହିଳା ସଂରକ୍ଷଣ ବିଲ୍‌କୁ କଲା ସର୍ମଥନ : ମୋଦି

କଂଗ୍ରେସ ଉପରେ ଆହୁରି ବର୍ଷି ମୋଦି କହିଛନ୍ତି ଦଳର ତୃଣମୂଳ ସ୍ତରର ନେତାଙ୍କ ମୁହଁ ଖୋଲୁନାହିଁ । ଦଳ ଏବେ ଏତେ ଦେବାଳିଆ ହୋଇଯାଇଛି ଯେ ଏହା ଏବେ ନିଜ ନେତାଙ୍କ ଦ୍ବାରା ନୁହେଁ, କିଛି ଅର୍ବାନ ନକ୍ସଲଙ୍କ ଦ୍ବାରା ପରିଚାଳିତ ହେଉଛି ।

Aircraft
ବାୟୁସେନାରେ ସାମିଲ ହେଲା C-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ

ଏହି C-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଛୋଟ ରନୱେରେ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ କରିପାରିବ । ଏହାକୁ ଟେକ୍ ଅଫ୍ କରିବା ପାଇଁ ୮୪୪ ମିଟରରୁ ୯୩୪ ମିଟର ଲମ୍ବର ରନୱେ ଆ‍ବଶ୍ୟକ । ସେହିପରି ଲ୍ୟାଣ୍ଡିଂ ପାଇଁ କେବଳ ୪୨୦ ମିଟର ରନୱେ ଆବଶ୍ୟକ ।

Mumbai police
୫ ମାସର ଶିଶୁକୁ ଧରି ଛିଡ଼ା ହୋଇଥିଲେ ବାପା, ପୋଲିସ ବଢ଼ାଇଲା ସାହାୟତାର ହାତ

ଭିଡିଓଟି ମୁମ୍ବାଇ । ମୁମ୍ବାଇର ଏକ ଶୂନଶାନ ରାସ୍ତାରେ ଜଣେ ବାପା ତାଙ୍କ ୫ ମାସର ଶିଶୁକୁ ଧରି ଗାଡ଼ିକୁ ଅପେକ୍ଷା କରିବା ସମୟରେ ସାହାଯ୍ୟ କରିଛନ୍ତି ପୋଲିସ ଅଧିକାରୀ ଜଣକ।

Asian Games 2023
Asian Games: ଶ୍ରୀଲଙ୍କାକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌

ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଟିମ୍ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ଜିତିଛି। 

bollywood star govinda
ଝାରସୁଗୁଡ଼ାରେ ଗୋବିନ୍ଦା; ପୁରୁଣା ଗୀତରେ ଝୁମିଲେ ଦର୍ଶକ

ନଵଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ଝାରସୁଗୁଡାର ସରବାହାଲ ପଡ଼ିଆରେ ହୋଇଥିବା ୨ଦିନ ଧରି ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନ ମୋହିଥିଲେ ବଲିଉଡ୍‌ ଷ୍ଟାର ଗୋବିନ୍ଦା ।

Parineeti Chopra & Raghav Chadha Wedding Pics
ପତିପତ୍ନୀ ପାଲଟିଲେ ରାଗ୍-ନୀତି ଯୋଡ଼ି; ଲୀଲା ପ୍ୟାଲେସରେ ପଡ଼ିଲା ହାତଗଣ୍ଠି

ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଟେନିସ୍ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରବଜନ ସିଂ, ଆପ୍ ନେତା ସଞ୍ଜୟ ସିଂ, ଶିବସେନା ନେତା ଆଦିତ୍ୟ ଠାକରେ, ଡିଜାଇନର୍ ମନୀଷ ମାଲହୋତ୍ରା ପ୍ରମୁଖ ଯୋଗ ଦେଇଛନ୍ତି । ମେ ୧୩ ତାରିଖରେ ଦିଲ୍ଲୀରେ ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା ।

5 Benefits Of Peanut Oil
Benefits Of Peanut Oil: ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଦୂର କରିବ ବାଦାମ ତେଲ; ଚୁଟି ବି ଝଡ଼ିବ ନାହିଁ

ଅଧିକାଂଶ ଘରେ ଖାଦ୍ୟରେ ସୋରିଷ ତେଲ ବ୍ୟବହାର କରାଯାଏ। କିନ୍ତୁ ଆପଣ ଜାଣନ୍ତି କି ଖାଦ୍ୟରେ ବାଦାମ ତେଲ ବ୍ୟବହାର କରାଯାଇପାରିବ। ଏହି ତେଲରୁ ପ୍ରସ୍ତୁତ ଡିସ୍ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ ଏବଂ ପେଟରେ ଜମା ହୋଇଥିବା ଚର୍ବି ମଧ୍ୟ ସହଜରେ କମିଯାଏ।

World’s largest Hindu temple to be inaugurated in USA
ଆମେରିକାର ନିଉ ଜର୍ସିରେ ଭବ୍ୟ ହିନ୍ଦୁ ମନ୍ଦିର

ଆସନ୍ତା ଅକ୍ଟୋବରରେ ଏହାର ଉଦଘାଟନ ହେବାର ଅଛି । ଭାରତୀୟ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟରେ ଏହା ପରିପୂର୍ଣ୍ଣ ।

Bridge collaps
ହଠାତ୍‌ ଭୁଶୁଡ଼ି ପଡ଼ିଲା ବ୍ରିଜ୍, ୧୦ ଜଣଙ୍କ ମୃତ୍ୟୁ ଆଶଙ୍କା

ଗତକାଲି ଏହି ଅଘଟଣ ଘଟିଛି । ଦୁର୍ଘଟଣା ସମୟରେ ପୋଲ ଉପରେ ଗୋଟିଏ ଡମ୍ପର ଓ ଦୁଇଟି ବାଇକ୍ ଯାଉଥିଲା । ସେହି ସମୟରେ ହଠାତ୍‌ ପୋଲଟି ଭୁଶୁଡ଼ି ପଡ଼ିଥିଲା ।

How to carry gown to get best look and avoid common mistakes
Fashion Tips: ଗାଉନ୍ ପିନ୍ଧୁଥିଲେ କରନ୍ତୁ ନାହିଁ ଏହି ଭୁଲ୍; ପାର୍ଟିରେ ଲୋକହସା ହେବେ

ଶାଢୀ ଅପେକ୍ଷା ଗାଉନ୍ ପିନ୍ଧିବା ମହିଳାଙ୍କ ପାଇଁ ସହଜ ହୋଇଥାଏ। ଏଥି ସହିତ, ମହିଳାମାନେ ମଧ୍ୟ ଗାଉନରେ ନିଜକୁ ଆରାମ ଅନୁଭବ କରନ୍ତି। ତେବେ କେବଳ ଯେ ଗାଉନ ପିନ୍ଧି ଏକ ପାର୍ଟୀରେ ଯୋଗଦେବା ଯଥେଷ୍ଟ ନୁହେଁ। ଏନେଇ କିଛି ଗୁରୁତ୍ୱପୂର୍ଣ୍ଣ ଫ୍ୟାଶନ୍ ଟିପ୍ସ ମଧ୍ୟ ରହିଛି, ଯାହା ଅନୁସରଣ କରି ଆପଣ ସବୁଠାରୁ ସୁନ୍ଦର ଦେଖାଯିବେ।

Jiggery tea boosts immunity and reduces weight
Health Tips: ପ୍ରତିଦିନ ପିଅନ୍ତୁ ଗୁଡ ଚା’, ଓଜନ କମିବ, ଥଣ୍ଡା ଦୂର ହେବ

ଆପଣ ପ୍ରତିଦିନ ସକାଳେ ଉଠିବା ପରେ କ୍ଷୀର ଚା’ ପିଉଥିବେ । ଏହାକୁ ମିଠା କରିବା ପାଇଁ ଆପଣ ଚିନି ମଧ୍ୟ ବ୍ୟବହାର କରୁଥିବେ, କିନ୍ତୁ ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କ ଚା’ରେ ଚିନି ବଦଳରେ ଗୁଡ ମିଶାଇବା ଆରମ୍ଭ କରନ୍ତୁ। ଏହାର କାରଣ ହେଉଛି ଚିନି ଅପେକ୍ଷା ଗୁଡ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ।

India win in Indore
ଭାରତ କବ୍‌ଜାରେ ଦିନିକିଆ ସିରିଜ୍‌; ଅଷ୍ଟ୍ରେଲିଆକୁ ୯୯ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ

ବର୍ଷା ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ ହେବା ପରେ ୩୩ ଓଭରକୁ ଖସାଇ ଦିଆଯାଇଥିଲା ମ୍ୟାଚ୍ । ଡିଏଲଏସ୍ ମେଥଡ ଲାଗୁ ହେବା ସହ ଅଷ୍ଟ୍ରେଲିଆକୁ ୩୩ ଓଭରରେ ୩୧୭ ରନର ଟାର୍ଗେଟ୍ ଦିଆଯାଇଥିଲା ।