Advertisment

ଏହି ଦିନ ବକ୍ସ ଅଫିସରେ ହେବ ସଂଘର୍ଷ; ଶାହରୁଖଙ୍କ ସହ ଲଢିବେ ପ୍ରଭାସ

ବକ୍ସ ଅଫିସରେ ହେବ ବଡ ସଂଘର୍ଷ। ଗୋଟିଏ ଦିନରେ ରିଲିଜ୍ ହେବ ‘ସାଲାର’ ଓ ‘ଡଙ୍କି’। ଏହି ସଂଘର୍ଷକୁ ନେଇ ଏତିକି କୁହାଯାଇ ପାରିବ ଯେ ବକ୍ସ ଅଫିସରେ ଯାହା ବି ହେଉ ଦର୍ଶକ କିନ୍ତୁ ଖୁବ ଉପଭୋଗ କରିବାକୁ ଯାଉଛନ୍ତି କାରଣ ଉଭୟ ଫିଲ୍ମ ଭିନ୍ନ ପ୍ରକାରର।

author-image
Pramod Behera
Salaar will clash with dunki on box office

Salaar will clash with dunki on box office

ବକ୍ସ ଅଫିସରେ ସବୁଠୁ ବଡ ସଂଘର୍ଷ ହେବାକୁ ଯାଉଛି। ଚଳିତ ବର୍ଷ ଜୁନ୍ ଏବଂ ସେପ୍ଟେମ୍ବରରେ ଶାହରୁଖ ଖାନଙ୍କ ଦୁଇଟି ଫିଲ୍ମ୍ ରିଲିଜ୍ ପରେ ସେ ବକ୍ସ ଅଫିସର ରାଜା ହୋଇଯାଇଛନ୍ତି। ତାଙ୍କର ଉଭୟ ଫିଲ୍ମ ରୋଜଗାରରେ ୧୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ୨୦୨୩ ଶାହରୁଖ ଖାନଙ୍କ ପାଇଁ ଠିକଠାକ ଚାଲିଥିବା ବେଳେ ପ୍ରଭାସଙ୍କ ପାଇଁ ଅଶୁଭ ପ୍ରମାଣିତ ହୋଇଛି। ପ୍ରଥମେ ‘ରାଧେ ଶ୍ୟାମ’ ଏବଂ ପରେ ‘ଆଦିପୁରୁଷ’ର ଅବସ୍ଥା ଯାହା ହୋଇଛି ତାହା ସମସ୍ତେ ଜାଣନ୍ତି। ବର୍ତ୍ତମାନ କିନ୍ତୁ ପ୍ରଭାସଙ୍କ ପ୍ରଶଂସକ ‘ସାଲାର’କୁ ନେଇ ବହୁତ କିଛି ଆଶା କରିଛନ୍ତି।

Advertisment

ଏହି ଫିଲ୍ମଟି ୨୮ ସେପ୍ଟେମ୍ବରରେ ରିଲିଜ୍ ହେବାର ଥିଲା। କିନ୍ତୁ ଫିଲ୍ମର କିଛି ପୋଷ୍ଟ୍‌ ପ୍ରଡକ୍ସନ୍ କାମ ବାକି ଥିବାରୁ ଏହାର ଫିଲ୍ମର ରିଲିଜ୍ ତାରିଖକୁ ବୃଦ୍ଧି କରାଯାଇଥିଲା। ଏହାକୁ ନେଇ ଫିଲ୍ମର ମଜ୍ଜା ଉଡାଯାଇଥିଲା। ଅନେକ ପ୍ରକାରର ପ୍ରଶ୍ନ ଉଠିଥିଲା। କିନ୍ତୁ ପାନ୍‌ ଇଣ୍ଡିଆ ଷ୍ଟାର୍‌ ପ୍ରଭାସଙ୍କ ଏହି ଫିଲ୍ମର ନିର୍ମାତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। କାରଣ ‘ସାଲାର’ର ରିଲିଜ୍ ତାରିଖ ଆସିଯାଇଛି ଏବଂ କୁହାଯାଉଛି ଯେ ଏହି ଫିଲ୍ମ ୨୨ ଡିସେମ୍ବରରେ ମୁକ୍ତିଲାଭ କରିପାରେ। ଆଉ ଏକ ଆଶ୍ଚର୍ଯ୍ୟର କଥା ହେଲା ସେହିଦିନ ଶାହରୁଖ ଖାନଙ୍କ ‘ଡଙ୍କି’ ରିଲିଜ୍ ହେବାକୁ ପ୍ରସ୍ତୁତ ହେଉଛି।

‘ସାଲାର’କୁ ପ୍ରଶାନ୍ତ ନୀଲ ନିର୍ଦ୍ଦେଶନା ଦେଇଛନ୍ତି ଯିଏ ପୂର୍ବରୁ କେଜିଏଫ୍ ସିରିଜ୍ ନିର୍ଦ୍ଦେଶନା ଦେଇଥିଲେ। ତେବେ ଏହା ପ୍ରଥମ ଥର ନୁହେଁ ଯେ ପ୍ରଶାନ୍ତ ନୀଲ ଏବଂ ଶାହରୁଖ ଖାନ ବକ୍ସ ଅଫିସରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ୨୧ ଡିସେମ୍ବର ୨୦୧୮ରେ ପ୍ରଶାନ୍ତ ନୀଲଙ୍କ KGF ଏବଂ ଶାହରୁଖ ଖାନଙ୍କ ‘ଜିରୋ’ ମଧ୍ୟ ଏକାଠି ରିଲିଜ୍ ହୋଇଥିଲା।

Advertisment

ଏହି ସଂଘର୍ଷରେରେ ଶାହରୁଖ ଖାନଙ୍କ ‘ଜିରୋ’ ସାଂଘାତିକ ଭାବରେ ପରାସ୍ତ ହୋଇଥିଲାବେଳେ KGF ଜବରଦସ୍ତ ହିଟ୍ ହୋଇଥିଲା। ଯଦି ଆମେ ପ୍ରଶାନ୍ତ ନୀଲଙ୍କ KGF 2 ବିଷୟରେ କହିବା ତେବେ ଏହା ବିଜୟଙ୍କ ‘ବିଷ୍ଟ୍‌’ ସହିତ ସଂଘର୍ଷ କରିଥିଲା। ଏଥର ମଧ୍ୟ KGFର ବିଜୟ ହୋଇଥିଲା ଏବଂ ଫିଲ୍ମ ରେକର୍ଡ ଭଙ୍ଗା ରୋଜଗାର କରିଥିଲା।

ଯଦି ପ୍ରଶାନ୍ତଙ୍କର ବ୍ଲକ୍‌ବଷ୍ଟର୍‌ ଚଳଚ୍ଚିତ୍ର ଦେବାର ରେକର୍ଡ ଅଛି, ତେବେ ରାଜକୁମାର ହିରାନୀ ମଧ୍ୟ କମ ନୁହେଁ। ସେ ଏପରି ଜଣେ ନିର୍ଦ୍ଦେଶକ ଯିଏ ବହୁତ ମଜାଦାର ବିଷୟ ବାଛନ୍ତି ଏବଂ ତାଙ୍କ ଫିଲ୍ମ ମଧ୍ୟ ବ୍ଲକବଷ୍ଟର ହୋଇଥାଏ। ତାଙ୍କ ଦ୍ୱାରା ନିର୍ମିତ ମୁନ୍ନା ଭାଇ ଏମ୍‌ବିବିଏସ୍, ଲଗେ ରହୋ ମୁନ୍ନା ଭାଇ, 3 ଇଡିଅଟ୍ସ, ପି.କେ ଏବଂ ସଞ୍ଜୁ ଭଳି ଫିଲ୍ମ ସୁପର୍‌ହିଟ୍ ହୋଇଛି। ଏଭଳି ଭାବେ ତାଙ୍କର ରେକର୍ଡ ମଧ୍ୟ ଖୁବ୍ ଉତ୍କୃଷ୍ଟ।

ତେବେ ପୂର୍ବ ଅପେକ୍ଷା ଏହି ସଂଘର୍ଷ ଜୋର୍‌ଦାର୍ ହେବାକୁ ଯାଉଛି। ଉଭୟ ଫିଲ୍ମରେ ଟପ୍ ହିରୋ ଅଛନ୍ତି। ତେବେ ଏହି ସଂଘର୍ଷକୁ ନେଇ ଏତିକି କୁହାଯାଇ ପାରିବ ଯେ ବକ୍ସ ଅଫିସରେ ଯାହା ବି ହେଉ ଦର୍ଶକ କିନ୍ତୁ ଖୁବ ଉପଭୋଗ କରିବାକୁ ଯାଉଛନ୍ତି କାରଣ ଉଭୟ ଫିଲ୍ମ ଭିନ୍ନ ପ୍ରକାରର।

Prabhas Bollywood Shahrukh Khan
Advertisment
Advertisment