• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଘର କିଣିବାକୁ ଚାହୁଁଛନ୍ତି କି ? ତେବେ ଏ ଖବର ଆପଣଙ୍କ ଲାଗି। ଦୀପାବଳି ପୂର୍ବରୁ ବଡ଼ ଉପହାର ଦେଇପାରନ୍ତି କେନ୍ଦ୍ର ସରକାର। ଘର କିଣିବାକୁ ଯୋଜନା ରଖିଥିବା ଲୋକମାନଙ୍କୁ ଉପହାର ଦିଆଯାଇପାରେ । ମିଳିଥିବା ସୂଚନା ଅନୁସାରେ ସରକାର ଗୃହ ଋଣ ନେଉଥିବା ଲୋକଙ୍କୁ ସବସିଡି ଦେବାକୁ ଯୋଜନା କରୁଛନ୍ତି । ଯଦି ଏହି ଯୋଜନା ଆଗାମୀ ଦିନରେ ଘୋଷଣା କରାଯାଏ ତେବେ ଉପଭୋକ୍ତାମାନଙ୍କୁ ଏହା ଦୀପାବଳି ଭେଟି ବା ଉପହାର ହେବ । 

ଖର୍ଚ୍ଚ ହେବ ୬୦,୦୦୦ କୋଟି ଟଙ୍କା

ରିପୋର୍ଟରେ କୁହାଯାଇଛି, କିଛି ମାସ ମଧ୍ୟରେ ଗୃହ ଋଣ ସୁଧ ଯୋଜନା (Housing loan interest subsidy scheme)କୁ କାର୍ଯ୍ୟକାରୀ କରାଯିବ । ସରକାରଙ୍କ ଦ୍ୱାରା ଆସିବାକୁ ଥିବା ଏହି ଯୋଜନା ଆସନ୍ତା ୫ ବର୍ଷ ପାଇଁ ଛୋଟ ଛୋଟ ସହରାଞ୍ଚଳରେ ଲାଗୁ କରାଯାଇପାରେ । ଗୃହ ଋଣରେ ସବ୍‌ସିଡି ଯୋଗାଇଦେବା ପାଇଁ ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ପ୍ରସ୍ତୁତି ଚଳାଇଛନ୍ତି ସରକାର ।

ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ

ସୂଚନା ଥାଉ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଆଗଷ୍ଟ ମାସରେ ଏନେଇ ଘୋଷଣା କରିଥିଲେ । ପ୍ରଥମ ଥର ପାଇଁ ଘର କ୍ରେତାମାନଙ୍କୁ ଲୋନ୍‌ରେ ସବ୍‌ସିଡି ଦେବା ନେଇ ଯୋଜନା ଆରମ୍ଭ ହେବାକୁ ଥିବା କହିଥିଲେ ପ୍ରଧାନମନ୍ତ୍ରୀ । ହେଲେ ଏହି ଯୋଜନାକୁ ନେଇ ବିସ୍ତୃତ ଭାବେ ବ୍ୟାଖ୍ୟା କରିନଥିଲେ । କିନ୍ତୁ ବର୍ତ୍ତମାନ ଏହା କେବଳ ଘର କ୍ରେତାମାନଙ୍କୁ ସୁବିଧା ପ୍ରଦାନ କରିବ ବୋଲି କୁହାଯାଉଛି ।

କେତେ ଲକ୍ଷ ଟଙ୍କର ଋଣ ନେଇପାରିବେ ?

ଗୃହ ଋଣ ସୁଧ ସବସିଡି ଯୋଜନା ବିଷୟରେ ସରକାର ଏବେ ବି ବିଚାର କରୁଛନ୍ତି । ଏକ ସୂତ୍ରରୁ ପ୍ରକାଶ ଯେ, ଏହି ଯୋଜନା ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଉପରେ ୩%ରୁ ୬.୫% ମଧ୍ୟରେ ସୁଧ ହାର ମିଳିବ । ଯାହାକି ବାର୍ଷିକ ସୁଧ ସବସିଡି ବୋଲି କୁହାଯାଉଛି । ସେହିପାରି ଅଧିକ ଟଙ୍କାର ଗୃହ ଋଣ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ଜାରି ରହିଛି ।