• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଲିଉଡର ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ମିଳିବ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି । ୮୫ ବର୍ଷିୟ ୱାହିଦା ରେହମାନ ବହୁ ସିନେମାରେ କାଳଜୟୀ ଅଭିନୟ କରିଛନ୍ତି । ଅଭିନେତ୍ରୀ ୱାହିଦା ରେହମାନ ପୂର୍ବରୁ ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ମଧ୍ୟ ପାଇଛନ୍ତି । ସିନେମା କ୍ଷେତ୍ରରେ ଅବଦାନ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଉଛି । ଗତ ବର୍ଷ ଆଶା ପାରେଖ ଏହି ସମ୍ମାନ ପାଇଥିଲେ ଏବଂ ଏବେ ୱାହିଦା ରେହମାନଙ୍କୁ ଏହି ସମ୍ମାନ ପ୍ରାପ୍ତ ହେବ ।

ଅନୁରାଗ ଠାକୁର ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, 'ଭାରତୀୟ ସିନେମାରେ ୱାହିଦା ରେହମାନଙ୍କ ଅମୂଲ୍ୟ ଅବଦାନ ପାଇଁ ଚଳିତ ବର୍ଷ ସମ୍ମାନଜନକ ଦାଦା ସାହେବ ଫାଲକେ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ । ଏହା ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଗୌରବାନ୍ୱିତ ଅନୁଭବ କରୁଛି । ହିନ୍ଦୀ ଚଳଚ୍ଚିତ୍ରରେ ଜୀବନ୍ତ ଅଭିନୟ ପାଇଁ ୱାହିଦା ଜୀଙ୍କୁ କ୍ରିଟିକ୍ସମାନେ ପ୍ରଶଂସା କରିଛନ୍ତି । 

ଗାଇଡ୍, ପ୍ୟାସା, କାଗଜ କେ ଫୁଲ, ଚୌଦଭି କା ଚାନ୍ଦ ସିନେମାରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିଥିଲା । ହିନ୍ଦି ସିନେମାରେ ୫ ଦଶନ୍ଧୀ ଧରି ସେ ଅଭିନୟ କରିଛନ୍ତି । ଫିଲ୍ମ ରେସ୍ମା ଓ ସେରା ପାଇଁ ସେ ଜାତୀୟ ଚଳଚିତ୍ର ପୁରସ୍କାର ମଧ୍ୟ  ପାଇଛନ୍ତି ।