ଏସୀୟ କ୍ରୀଡାରେ ସାମିଲ ହେଲା ଯୋଗାସନ। ଜାପାନର ନାଗୋୟା ଐଚିରେ ଅନୁଷ୍ଠିତ ହେବ ୨୦୨୬ ଏସିଆନ ଗେମ୍ସ ।
ପୂର୍ବରୁ ଭାରତ କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ ଥିଲେ ବି ପ୍ରଶିକ୍ଷଣ ଅଭାବରୁ ପଦକ ସଂଖ୍ୟା କମ୍ ରହୁଥିଲା। ଏବେ ଖେଲୋ ଇଣ୍ଡିଆ ଅଭିଯାନ ଦ୍ୱାରା ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯିବା ଦ୍ୱାରା ପଦକ ସଂଖ୍ୟା ବୃଦ୍ଧି ପାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଥମ ଥର ପାଇଁ ଶହେ ପାର୍ କରିଛି ମେଡାଲ ସଂଖ୍ୟା । ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଚ ସହିତ ମୋଟ ୧୦୭ଟି ପଦକ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ ।
ଏସିଆନ୍ ଗେମ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ପ୍ରଥମ ଥର ୧୦୦ ପାର୍ ହେଲା ପଦକ ତାଲିକା । ଐତିହାସିକ ସଫଳତା ଆଣିଲେ ଭାରତୀୟ ଆଥଲେଟ୍ ହାଙ୍ଗଝୌ ଏସୀୟ କ୍ରୀଡାରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ ।
ଇସ୍ ବାର୍ ସୋ ପାର୍ । ଏଥର ୧୦୦ ପାର୍ । ସଫଳ ହୋଇଛି ଏହି ଅଭିଯାନ । ହାଙ୍ଗଝୌ ଏସିଆନ ଗେମ୍ସରେ ୧୦୦ରୁ ଅଧିକ ମେଡାଲ ଆଣି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଭାରତୀୟ ଆଥଲେଟ୍ ।
ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ମଧ୍ୟ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଆଣିଛନ୍ତି ସ୍ୱାସ୍ଥିକ୍ ସାଇରାଜ୍ ଏବଂ ଚିରାଗ ସେଟ୍ଟୀ ଯୋଡ଼ି । ଫାଇନାଲରେ ଦକ୍ଷିଣ କୋରିଆ ଯୋଡ଼ି ଚୋୟି ସୋଲଗାୟୁ ଓ କିମ୍ ଓନୋଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ଭାରତୀୟ ଯୋଡ଼ି ।
ଆଫଗାନିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ୍ ହୋଇଥିଲା । ତେବେ ରାଙ୍କିଂ ଅନୁସାରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା ଘୋଷଣା କରାଯାଇଛି । କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭାରତ ୨୭ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ସହ ୧୦୨ ପଦକରେ ପହଞ୍ଚିଛି।
ଏସିଆନ୍ ଗେମ୍ସରେ ଭାରତର ପଦକ ସେଞ୍ଚୁରୀ। ହାଙ୍ଗଝୌରେ ୧୦୦ ପଦକ ହାସଲ କଲା ଭାରତ। ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ସମସ୍ତ ଆଥଲେଟ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି।
ଆଜି ଏସିଆନ୍ ଗେମ୍ସର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ଆଫଗାନିସ୍ତାନ। ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ମାତ୍ର ୧୧୫ ରନ୍ କରିଥିଲା ।
ପୂର୍ବରୁ ୧୯୬୬, ୧୯୯୮ ଏବଂ ୨୦୧୪ ଏସିଆଡରେ ସ୍ୱର୍ଣ୍ଣ ଜିତିଥିଲା ଭାରତ ।
ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ତିଆ ।
ପୁରୁଷ ଟିମ୍ ଇଭେଣ୍ଟରେ କୋରିଆକୁ ହରାଇ ସ୍ୱର୍ଣ୍ଣ ହାସଲ । ୨୧ ସ୍ୱର୍ଣ୍ଣ, ୩୧ ରୌପ୍ୟ, ୩୨ ବ୍ରୋଞ୍ଜ ସହ ୮୪ ପଦକ ।
ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କ ଉପରକୁ ଗ୍ୟାଲେରିରୁ ଜଣେ ଦର୍ଶକ ତ୍ରିରଙ୍ଗା ପତାକା ଫିଙ୍ଗିଥିଲେ । କିନ୍ତୁ ତଳେ ପଡିବା ପୂର୍ବରୁ ଏହାକୁ କ୍ୟାଚ୍ କରି ନେଇଥିଲେ ନୀରଜ ।
ଜାଭେଲିନରେ ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ତୀରନ୍ଦାଜୀରେ ଜ୍ୟୋତି ଭେନମ ଏବଂ ଓଜସ ଦେଓତଲେ ଏବଂ ୪ ଗୁଣା ୪୦୦ ମିଟର ରିଲେରେ ଅନସ, ଅମୋଜ, ଅଜମଲ ଓ ରାଜେଶ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି । ଓଡିଆ ପୁଅ କିଶୋର ଜେନା ଜେଭେଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି ।
ପ୍ରଥମ ପ୍ରୟାସରେ ସେ ୮୧ ଦଶମିକ ୨୬ ମିଟର, ଦ୍ୱିତୀୟରେ ୭୯ ଦଶମିକ ୭୬ ମିଟର ଜାଭେଲିନ୍ ଫିଙ୍ଗିଥିବା ବେଳେ ତୃତୀୟ ଉଦ୍ୟମରେ ୮୬ ଦଶମିକ ୭୭ ମିଟର ଜାଭେଲିନ୍ ଥ୍ରୋ କରିଥିଲେ ।
ଆଜି ଜାଭେଲିନ୍ ଥ୍ରୋ’ରେ ସମସ୍ତଙ୍କ ନଜର ରହିବ ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ। ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାଙ୍କ ସହ ଆଜି ଟ୍ରାକ୍କୁ ଓହ୍ଲାଇବେ କିଶୋର। ଗତ ମାସରେ ବୁଦାପେଷ୍ଟରେ ହୋଇଥିବା ୱାର୍ଲ୍ଡ ଆଥେଲେଟିକ୍ ଚମ୍ପିଆନସିପ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ କିଶୋର ।
ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ ବି ରହିବ ନଜର..୧୫ ଗୋଲ୍ଡ ସହ ୬୯ ମେଡାଲ ପାଇ ଚତୁର୍ଥ ସ୍ଥାନରେ ଭାରତ
ଏସିଆନ୍ ଗେମ୍ସରେ ସଟପୁଟ୍ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ସଟ୍ପୁଟ୍ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ତଜିନ୍ଦର ପାଲ୍ ସିଂ ତୁର। ୨୦.୩୬ ମିଟର ପର୍ଯ୍ୟନ୍ତ ଥ୍ରୋ କରି ଏହି ସଫଳତା ନିଜ ନାମରେ କରିଛନ୍ତି ତଜିନ୍ଦର ।
ଏସିଆନ୍ ଗେମ୍ସର ସ୍କ୍ୱାଶ୍ରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ମାତ୍ ଦେଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି।
୧୯ତମ ଏସିଆନ୍ ଗେମ୍ସରେ ଏହା ହେଉଛି ଭାରତର ନବମ ସ୍ୱର୍ଣ୍ଣ। ଏହି ଗୋଲ୍ଡ ମେଡାଲ ସହ ଭାରତର ମୋଟ୍ ପଦକ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଏହି ପଦକ ମଧ୍ୟରେ ୯ଟି ଗୋଲ୍ଡ, ୧୩ଟି ସିଲଭର୍ ଓ ୧୩ଟି ବ୍ରୋଞ୍ଜ୍ ମେଡାଲ ରହିଛି । ଏସିଆନ୍ ଗେମ୍ସର ସପ୍ତମ ଦିନରେ ଏହା ଥିଲା ଭାରତର ପ୍ରଥମ ସ୍ୱର୍ଣ୍ଣ।
କୁକି ଓ ମୈତେଇ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷକୁ ନେଇ ଅଶାନ୍ତ ମଣିପୁର । ଆଉ ସେଇ ମଣିପୁର ବିଷ୍ଣୁପୁର ଜିଲ୍ଲାରୁ ସଂଘର୍ଷ କରି ଆଗକୁ ଆସନ୍ତି ଜଣେ ଏମିତି ମହିଳା ଯିଏ ଭାରତକୁ ଏକ ଅଣପାରମ୍ପରିକ ଭାରତୀୟ କ୍ରୀଡ଼ାରେ ସଫଳତାର ସିଡି ଚଢ଼ାନ୍ତି ।
୮ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୧୧ ବ୍ରୋଞ୍ଜ ସହ ଭାରତକୁ ୩୦ ପଦକ । ୩୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ।
ଏସୀୟ କ୍ରୀଡ଼ା ସୁଟିଂରେ ପୁଣି ଭାରତକୁ ସ୍ୱର୍ଣ୍ଣ ପଦକ । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ।
ଏହି ଇଭେଣ୍ଟରେ ବ୍ରୋଞ୍ଜ୍ ମଧ୍ୟ ଜିତିଛନ୍ତି ଭାରତର ଆଶି ଚୋକସି । ଆଜି ସୁଟିଂରେ ଭାରତକୁ ୫ ପଦକ ମିଳିଛି । ୨ ସ୍ୱର୍ଣ୍ଣ, ୧ ରୌପ୍ୟ, ୨ ବ୍ରୋଞ୍ଜ୍ ପଦକ ଭାରତ ଖାତାକୁ ଆସିଛି ।