Advertisment

Karnataka Tragedy: ଶୋକରେ ବୁଡିଲା ଦାରିଙ୍ଗବାଡି; ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ବାଲିଗୁ଼ଡାର ତେରବାଡିରେ ବିଭାସଙ୍କ ପୈତୃକ ଗାଁ। ପରିବାର ସହ ବିଭାସ ଦିଲ୍ଲୀରେ ରହୁଥିଲେ। ସେ ଏକ ଘରୋଇ ହସ୍ପିଟାଲରେ HR ଭାବେ ଚାକିରି କରୁଥିଲେ। ଦେଶ ବିଦେଶର ବିଭିନ୍ନ ସ୍ଥାନ ବୁଲିବାକୁ ପସନ୍ଦ କରୁଥିଲେ ବିଭାସ। ହେଲେ ସେହି ପସନ୍ଦ ହିଁ ତାଙ୍କ ଶେଷ ଯାତ୍ରା ପାଲଟିଛି।

author-image
Deviprasad Jena
undefined

Karnataka Rape And Murder

କର୍ଣ୍ଣାଟକ ହାମ୍ପିରେ ଇସ୍ରାଏଲୀ ଯୁବତୀଙ୍କ ସହ ଦୁଇ ଜଣଙ୍କୁ ଗଣଦୁଷ୍କର୍ମ ଏବଂ ଓଡ଼ିଆ ଯୁବକ ବିଭାସ ନାୟକଙ୍କ ହତ୍ୟା ଘଟଣାରେ ତଦନ୍ତ ଜୋରଦାର ହୋଇଛି। କର୍ଣ୍ଣାଟକ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତକୁ ଖୋଜୁଛି। ସେପଟେ ବିଭାସଙ୍କ ମରଶରୀର ଆଜି ପୈତୃକ ଗାଁରେ ପହଁଚିବା ପରେ ଖ୍ରୀଷ୍ଟୀୟ ରୀତିନୀତିରେ ଶେଷକୃତ୍ୟ ସଂପନ୍ନ ହୋଇଛି ।

Advertisment

ପୁଅ ଚାଲିଯିବା ପରେ ଅଭିଯୁକ୍ତକୁ ଗିରଫକରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର। କାହିଁ କେତେ ଦିନ ପରେ ଗାଁକୁ ଫେରିଲା ବିଭାସ। ହେଲେ ସେ ନୁହେଁ, ପହଁଚିଛି ତା ମରଶରୀର। ଗାଁର ସୁନା ପୁଅକୁ ଏଭଳିଅବସ୍ଥାରେ ଦେଖି କାହା ଦେହ ବା ସହିବ। କେମିତି ରୋକିବେ କୋହ।

ମୃତଦେହକୁ ଦେଖି କାନ୍ଦ ବୋବାଳିରେ ଫାଟି ପଡିଛି କନ୍ଧମାଳ ଦାରିଙ୍ଗବାଡିର ତେରାବାଡି ଗାଁ। ସମସ୍ତଙ୍କ ଆଖିରେ ଲୁହ। ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର, ସମ୍ପର୍କୀୟ ଏବଂ ସାରା ଅଞ୍ଚଳ। ପରେ ଖ୍ରୀଷ୍ଟୀୟ ରୀତିନୀତିରେ ଜି. ଉଦୟଗିରି ସ୍ଥିତ ଗୁଡ୍ରିପଡ଼ି ମିଶନ କମ୍ପାଉଣ୍ଡରେ ସମ୍ପନ୍ନ ହୋଇଛି ବିଭାସଙ୍କ ଶେଷକୃତ୍ୟ।

Advertisment

ମାର୍ଚ୍ଚ ୬ ତାରିଖରେ ୩ ଜଣ ବନ୍ଧୁଙ୍କ ସହ କର୍ଣ୍ଣାଟକ ହାମ୍ପି ବୁଲିବାକୁ ଆସିଥିଲେ ବିଭାସ। ୩ଜଣଙ୍କ ମଧ୍ୟରେ ଥିଲେ ଜଣେ ଇସ୍ରାଏଲୀ ଯୁବତୀ, ଜଣେ ଆମେରିକୀୟ ଏବଂ ଅନ୍ୟ ଜଣେ ମହାରାଷ୍ଟ୍ରର ଯୁବକ। ସମସ୍ତେ ହାମ୍ପିର ହାର୍ଟଲାଣ୍ଡ ହୋମଷ୍ଟେରେ ରହିଥିଲେ। ସମସ୍ତେ ସାରା ଦିନ ବୁଲାବୁଲି କରିବା ପରେ ରାତିରେ ଡିନର ସାରି ତୁଙ୍ଗଭଦ୍ରା କେନାଲ ନିକଟରେ ରାତି ପ୍ରାୟ ୧୦ଟା ୩୦ରେ ବସିଥିଲେ । ସାଙ୍ଗରେ ହୋମ୍ ଷ୍ଟେର ମହିଳା ମାଲିକ ବି ଥିଲେ।

ଅଧିକ ପଢ଼ନ୍ତୁ: ଓଡ଼ିଶା ହେବ ଦେଶର ପ୍ରମୁଖ ଆଇଟି ହବ୍; ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସେଦିନ ହଠାତ୍ ବାଇକରେ ସେମାନଙ୍କ ପାଖରେ ପହଁଚିଥିଲେ ୩ ଜଣ ଯୁବକ। ଗାଡିରେ ପେଟ୍ରୋଲ ପକାଇବାକୁ ମାଗିଥିଲେ ଟଙ୍କା। ବିଦେଶୀଙ୍କୁ ଦେଖି ଅଧିକ ଟଙ୍କା ବି ଦାବି କରିଥିଲେ। ହେଲେ ବିଭାସ ତାଙ୍କୁ ୨୦ ଟଙ୍କା ଦେଇଥିଲେ। ଦୁର୍ବୃତ୍ତମାନେ ଯାହାକୁ ନେଇ ଉତକ୍ଷିପ୍ତ ହୋଇପଡିଥିଲେ। ଏହାପରେ ଜୋରଜବରଦସ୍ତ ଟଙ୍କା ଛଡାଇନେବାକୁ ଉଦ୍ୟମ କରିଥିଲେ।

ବିଭାଷ, ଡାନିଏଲ ଏବଂ ପଙ୍କଜ ସେମାନଙ୍କ ଉପରକୁ ପଥର ଫୋପାଡିଥିଲେ। ସେମାନେ ବି ପାଲଟା ପଥର ମାଡ କରିଥିଲେ। ପରେ ପୁରୁଷ ୩ ଜଣଙ୍କୁ କେନାଲ ମଧ୍ୟକୁ ଧକ୍କା ଦେଇ ଇସ୍ରାଏଲୀ ଯୁବତୀ ଏବଂ ହୋମ୍ ଷ୍ଟେ ମାଲିକଙ୍କୁ ଗଣଦୁଷ୍କର୍ମ କରି ସେଠାରୁ ଚମ୍ପଟ ମାରିଥିଲେ। ଆମେରିକୀୟ ନାଗରିକ ଡାନିଏଲ୍ ପଙ୍କଜଙ୍କୁ ପାଣିରୁ ଉଦ୍ଧାର କରିଥିବା ବେଳେ କିନ୍ତୁ ବାହାରି ପାରିନଥିଲେ ବିଭାସ।

ଏନେଇ ଥାନାରେ ଏଫଆଇଆର୍ ଦେଇଥିଲେ ପୀଡିତା ହୋମଷ୍ଟେ ମାଲିକ। ଘଟଣାର ତଦନ୍ତ କରି ପୋଲିସ ଦୁଇ ଅଭିଯୁକ୍ତ ମଲ୍ଲେଶ ଏବଂ ଚେତନ ସାଇକୁ ଗିରଫ କରିଛି। ଅପରପକ୍ଷେ ତୃତୀୟ ଅଭିଯୁକ୍ତକୁ ଖୋଜା ଚାଲିଛି। ବାଲିଗୁ଼ଡାର ତେରବାଡିରେ ବିଭାସଙ୍କ ପୈତୃକ ଗାଁ। ପରିବାର ସହ ବିଭାସ ଦିଲ୍ଲୀରେ ରହୁଥିଲେ। ସେ ଏକ ଘରୋଇ ହସ୍ପିଟାଲରେ HR ଭାବେ ଚାକିରି କରୁଥିଲେ। ଦେଶ ବିଦେଶର ବିଭିନ୍ନ ସ୍ଥାନ ବୁଲିବାକୁ ପସନ୍ଦ କରୁଥିଲେ ବିଭାସ। ହେଲେ ସେହି ପସନ୍ଦ ହିଁ ତାଙ୍କ ଶେଷ ଯାତ୍ରା ପାଲଟିଛି।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର; କାମରେ ଲାଗିବ ବାସିଫୁଲ-ତୁଳସୀ-ପରିବା ଚୋପା-ପେଜ...

Advertisment
Advertisment