/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695630579.jpg)
bollywood star govinda
ଝାରସୁଗୁଡ଼ାରେ ଜମିଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ଦର୍ଶକଙ୍କ ମନଜିଣିଲେ ବଲିଉଡ୍ ଅଭିନେତା ଗୋବିନ୍ଦା । ବଲିଉଡ୍ ଫିଲ୍ମ ‘ବଡେ ମିଆଁ ଛେଟେ ମିଆଁ’ର ‘କୁଛ୍ ହୋଟେଲ୍ ମେ ଖାଏଁ’ ଗୀତରେ ନୃତ୍ୟ ପରିବେଷଣ କରିଥିଲେ ଗୋବିନ୍ଦା । ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିଲା ।
ନଵଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ଝାରସୁଗୁଡାର ସରବାହାଲ ପଡ଼ିଆରେ ହୋଇଥିବା ୨ଦିନ ଧରି ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନ ମୋହିଥିଲେ ବଲିଉଡ୍ ଷ୍ଟାର ଗୋବିନ୍ଦା । ଇଣ୍ଡିଆନ ଆଇଡେଲର ପ୍ରଥମ ବିଜେତା ଅଭିଜିତ ସାୱନ୍ତ ଏଥିରେ ଯୋଗଦେଇ ମନପସନ୍ଦ ଗୀତ ସହ ଡ୍ୟାନ୍ସ କରିଥିଲେ । ସେହିପରି ଏଥିରେ ଅନେକ ସମ୍ବଲପୁରୀ ଗୀତ ଓ ନୃତ୍ୟ ମଧ୍ୟ ପରିବେଷଣ ହୋଇଥିଲା ।
ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଥିଲେ ଓଡିଶା ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କଟକ ମେୟର ସୁବାଷ ସିଂହ । ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଆକର୍ଷଣ ଥିଲେ ପ୍ରଖ୍ୟାତ ଓଡିଶୀ ଡାନ୍ସର ଶାଶ୍ୱତ ଯୋଶୀ ।
ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆହୁରି ରଙ୍ଗ ଭରିଦେଲେ ଓଲିଉଡ୍ ଷ୍ଟାର ତମନ୍ନା, ଏବଂ ଶୀତଳ। ଦର୍ଶକଙ୍କର ମନ ଛୁଇଁଗଲ ଅର୍ଚ୍ଚନା ପାଢ଼ୀ ଏବଂ ଉମାକାନ୍ତ ବାରିକଙ୍କ ଗୀତ । ନୂଆଖାଇ ଭେଟଘାଟ ଅବସରରେ ଦର୍ଶକମାନଙ୍କ ଭଲ ପାଇବା ଯୋଗୁଁ କଳାକାର ମାନେ ଉତ୍ସାହିତ ଥିବା ଜଣେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)