• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀରେ ୭୨ ଫୁଟର ପ୍ରତିମୂର୍ତ୍ତି ଅନାବରଣ ହୋଇଛି । ଦିଲ୍ଲୀ ବିଜେପି ମୁଖ୍ୟାଳୟର ଅପର ପାର୍ଶ୍ବରେ ଏହି ବିରାଟ ମୂର୍ତ୍ତିର ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ଦିଲ୍ଲୀ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ପ୍ରତିମୂର୍ତ୍ତି ଅନାବରଣ କରିବା ସହ ଦୀନଦୟାଲ ଉପାଧ୍ୟାୟଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ଏହାର ଓଜନ ୪୦ ମେଟ୍ରିକ ଟନ୍ । ବ୍ରୋଞ୍ଜ ଓ ଅନ୍ୟ ମିଶ୍ରିତ ଧାତୁରେ ପ୍ରତିମୂର୍ତ୍ତିଟି ତିଆରି ହୋଇଛି । ୨୦ ଜଣ ଶିଳ୍ପୀ ୮ରୁ ୧୦ ମାସ କଠିନ ପରିଶ୍ରମ କରି ଦୀନଦୟାଲ ଉପାଧ୍ୟାୟଙ୍କର ଏହି ୭୨ ଫୁଟର ମୂର୍ତ୍ତି ତିଆରି କରିଛନ୍ତି ।