Advertisment

ପୋଲିସକୁ ଘାରିଛି କୁକୁର ଭୟ, ଖାକି ପୋଷାକ ଦେଖିଲେ ଗୋଡାଇ ଗୋଡାଇ କାମୁଡ଼ୁଛି

ରେଡ୍ ସମୟରେ ଏବେ ଖୋଦ୍ ପୋଲିସକୁ ଘାରିଛି କୁକୁର ଭୟ । ଖାକି ପୋଷାକ ଦେଖିଲେ ଗୋଡାଇ ଗୋଡାଇ କାମୁଡ଼ି ପକାଉଛି କୁକୁର । ପୋଲିସଙ୍କୁ କାମୁଡ଼ିବାକୁ କୁକୁରଙ୍କୁ ଏମିତି ଟ୍ରେନିଂ ଦେଇଛନ୍ତି ମାଲିକ ।

author-image
Manoranjan Behera
Dog Threat

Dog Threat

ପୋଲିସ ସହ କୁକୁର ରୁହେ । ଯେ ବାରିପାରେ ବାସ୍ନା । ଆଉ ଟିକିଏ ସୁରାକ ପାଇ ଶୁଙ୍ଘି ଶୁଙ୍ଘି ପହଞ୍ଚିଯାଇପାରେ ଅଭିଯୁକ୍ତ ପାଖରେ । କୁକୁର ମଣିଷକୁ କାମୁଡି ଗୋଡାଏ, ଏଇଟା ବି ଆଦୌ ନୁଆକଥା ନୁହେଁ । କିନ୍ତୁ କୁକୁର ବାଛି ବାଛି ଖାଲି ଖାକି ବାଲାଙ୍କୁ କାମୁଡିବ ଏଇଟା ନିଶ୍ଚୟ ଚକିତ କଲା ଭଳିଆ କଥା ।

Advertisment

କିନ୍ତୁ ଆପଣ ଆଦୌ ଚକିତ ହୁଅନ୍ତୁନି, ଏହା ସମ୍ପୂର୍ଣ୍ଣ ସତ ଖବର ।

ରେଡ୍ ସମୟରେ ଏବେ ଖୋଦ୍ ପୋଲିସକୁ ଘାରିଛି କୁକୁର ଭୟ । ଖାକି ପୋଷାକ ଦେଖିଲେ ଗୋଡାଇ ଗୋଡାଇ କାମୁଡ଼ି ପକାଉଛି କୁକୁର । ପୋଲିସଙ୍କୁ କାମୁଡ଼ିବାକୁ କୁକୁରଙ୍କୁ ଏମିତି ଟ୍ରେନିଂ ଦେଇଛନ୍ତି ମାଲିକ ।

ଏମିତି ଆର୍ଶ୍ଚଯ୍ୟକର ଖବର ଦେଖିବାକୁ ମିଳିଛି କେରଳର କୋଟାୟାମରେ। ଜଣେ ବ୍ୟକ୍ତିଙ୍କୁ ଡ୍ରଗ୍ସ ବ୍ୟବସାୟୀ ସନ୍ଦେହ କରି କୋଟାୟାମ ପୋଲିସର ଆଣ୍ଟି ନାର୍କୋଟିକ୍ସ ସ୍କାଡ୍ ପକ୍ଷରୁ ରେଡ୍ କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିବା ପରେ ସେଠାକାର ଦୃଶ୍ୟ ଦେଖି ଚକିତ ହୋଇଯାଇଥିଲେ। ଖାକୀରେ ଉପସ୍ଥିତ ଥିବା ପୋଲିସଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲେ କୁକୁର । ତେବେ ଖାକୀ ପୋଷାକ ପିନ୍ଧା ବ୍ୟକ୍ତିଙ୍କୁ ଦେଖିଲେ କାମୁଡ଼ିବାକୁ ଏହି କୁକୁରମାନଙ୍କୁ ଦିଆଯାଇଥିଲା ଟ୍ରେନିଂ।

Advertisment

ଏହି ହିଂସ୍ର କୁକୁରମାନଙ୍କ ଉପସ୍ଥିତି ପାଇଁ ରବିବାର ରାତିରେ ସର୍ଚ୍ଚ ଅପରେସନରେ ବାଧା ସୃଷ୍ଟି ହୋଇଥିଲା । ତେବେ ଏହି କୁକୁରମାନଙ୍କ କବଳରୁ ୧୭ କେଜି ଗଞ୍ଜେଇ ମଧ୍ୟ ଜବତ କରାଯାଇଥିଲା । ଏହି ଘଟଣାରେ କୋଟାୟାମ ଏସପି କେ କାର୍ତ୍ତିକ କହିଛନ୍ତି ଯେ ’ ଆମ ଟିମ୍ ମଧ୍ୟରାତ୍ରୀରେ ସର୍ଚ୍ଚ ଅପରେସନ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆମେ ଆଶା କରିନଥିଲୁ ଯେ ଏଠାରେ ଏତେ ସଂଖ୍ୟକ କୁକୁର ଥିବେ ଏବଂ ସେମାନେ ହିଂସ୍ର ଥିବେ। ଯାହାଫଳରେ ସର୍ଚ୍ଚ ଅପରେସନରେ ବାଧା ସୃଷ୍ଟି ହୋଇଥିଲା । ତେବେ କୁକୁରଙ୍କ ଆକ୍ରମଣରେ କୌଣସି ପୋଲିସ ଅଧିକାରୀ ଆହତ ହୋଇନାହାଁନ୍ତି ବୋଲି ଏସପି କହିଛନ୍ତି । କୁକୁରମାନଙ୍କୁ ଖାକି ଦେଖିବା ମାତ୍ରେ କାମୁଡ଼ିବାକୁ ତାଲିମ ଦିଆଯାଇଥିଲା। ବିଏସଏଫରୁ ଅବସର ନେଇଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏହି କୁକୁରମାନଙ୍କୁ ଟ୍ରେନିଂ ଦିଆଯାଇଥିଲା।

ଜିଲ୍ଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଘଟଣାସ୍ଥଳରୁ ୧୭ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଏହା ଦର୍ଶାଉଛି ଯେ ଅଭିଯୁକ୍ତ କୁକୁରକୁ ଟ୍ରେନିଂ ଦେବା ସହ ଗଞ୍ଜେଇ ବିକ୍ରି କରୁଥିଲା । "ଆମର ପ୍ରାଥମିକ ତଦନ୍ତ ଅନୁସାରେ ଅଭିଯୁକ୍ତ ଏଠାରେ ଭଡା ଘରେ ରହୁଥିଲା। ସେହି ଅଞ୍ଚଳର ସେ କୁକୁର ପ୍ରଶିକ୍ଷକ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲା। ତେଣୁ ଲୋକମାନେ ଦିନକୁ ୧ ହଜାର ଟଙ୍କା ଦେୟରେ ସେମାନଙ୍କ କୁକୁରକୁ ଅଭିଯୁକ୍ତ ପାଖରେ ଛାଡ଼ିଥାନ୍ତି ବୋଲି କହିଛନ୍ତି କୋଟାୟାମ ଏସପି କେ କାର୍ତ୍ତିକ । ତେବେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ କରାଯାଇ ଏହି ଘଟଣାର ତଦନ୍ତ କରାଯାଉଛି ।

India Kerala Kerala Police
Advertisment
Advertisment