• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏସିଆନ ଗେମ୍ସରେ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ ପଦକ। ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଲା ଭାରତ । ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ୧୯୮୨ ମସିହା ପରଠାରୁ ଭାରତ କେବେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନ ଥିଲା । ଭାରତ ପକ୍ଷରୁ ସୁଦୀପ୍ତି ହାଜେଲା, ହ୍ରିଦୟ ବିପୁଲ ଛେଡା, ଦିବ୍ୟକ୍ରିତି ସିଂ ଓ ଅନୁଶ ଅଗ୍ରୱାଲଙ୍କ ନେଇ ଗଠିତ ଟିମ୍ ଅଶ୍ୱ ଚାଳନାର ଡ୍ରେସଏଜ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ ଜିତିଛନ୍ତି । ଏପର୍ଯ୍ୟନ୍ତ ଏସିଆନ ଗେମ୍ସରେ ଭାରତ ୩ଟି ସ୍ୱର୍ଣ୍ଣ ପଦକ, ୪ଟି ସିଲଭର ଓ ୮ଟି ବ୍ରୋଞ୍ଜ ପଦକ ମୋଟ ୧୫ଟି ପଦକ ଜିତିଛି।