• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଶ୍ୱକପ୍‌ ଟିମ୍‌ରେ ସାମିଲ ହୋଇପାରନ୍ତି ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ୍‌ । ଦିନିକିଆ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ତିଆର ପୂର୍ବରୁ ୧୫ ଜଣିଆ ଦଳ ଘୋଷଣା ହୋଇଥିବା ବେଳେ ଦଳରୁ ରବିଚନ୍ଦ୍ରନ ଅଶ୍ୱିନ ବାଦ୍‌ ପଡ଼ିଥିଲେ । ଯାହାକୁ ନେଇ ଅନେକ ତର୍କ ବିତର୍କ ଲାଗି ରହିଥିଲା। ଏସିଆ କପ୍‌ରେ ଅକ୍ଷର ପଟେଲ୍‌ ଆହତ ହେବାରୁ ବିଶ୍ୱକପ୍‌ରେ ତାଙ୍କ ଖେଳିବା ନେଇ ଆଶା ବଢ଼ିଛି ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଅକ୍ଷରଙ୍କ ଅନୁପସ୍ଥିତିରେ ଦୁଇଟି ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା । ଉଭୟ ମୋହାଲି ଓ ଇନ୍ଦୋରରେ ୩ ୱିକେଟ୍‌ ନେଇ ଭାରତୀୟ ଦଳର ବିଜୟରେ ବଡ଼ ଭୂମିକା ନେଇଥିଲେ । ଶେଷ ଦିନିକିଆ ମ୍ୟାଚ୍‌ରେ ମଧ୍ୟ ଅକ୍ଷର ଖେଳୁନଥିବାରୁ ଅଶ୍ୱିନଙ୍କ ଆଉ ଏକ ଦମ୍‌ଦାର ପ୍ରଦର୍ଶନ ଦେଇ ବିଶ୍ୱକପ୍‌ ଟିମ୍‌ରେ ସାମିଲ ହେବାକୁ ପ୍ରୟାସ କରିବେ ।

ବିଶ୍ୱକପ୍‌ ୱାର୍ମ ଅପ୍‌ ମ୍ୟାଚ୍‌ ବେଳକୁ ଅକ୍ଷର ଫିଟ୍‌ ହୋଇଯାଇଥିବେ ବୋଲି କୁହାଯାଉଛି । ଯଦି ଅକ୍ଷର ଫିଟ୍‌ ନ ହୁଅନ୍ତି, ତେବେ ଅଶ୍ୱିନ୍‌ ବିଶ୍ୱକପ୍‌ ଖେଳିବା ସୁଯୋଗ ପାଇପାରନ୍ତି । ଅଶ୍ୱିନ୍‌ ନୂଆ ବଲ୍‌ର ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରିବାର କ୍ଷମତା ରଖନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରୁ ଶୁବମନ ଗିଲ୍‌ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ୍‌ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବେ ।

ବିଶ୍ୱକପ୍‌ ପୂର୍ବରୁ ଏହା ଶେଷ ଆନ୍ତର୍ଜାତିକ ମ୍ୟାଚ୍‌ ହେବାକୁ ଯାଉଥିବାରୁ ପ୍ରତ୍ୟେକ ଖେଳାଳି ଯେପରି ମ୍ୟାଚ୍‌ ଅଭ୍ୟାସ ପାଇପାରିବେ ତାହା ଉପରେ ଧ୍ୟାନ ଦିଆଯାଉଥିବା ଦଳ ପକ୍ଷରୁ କୁହାଯାଇଛି ।