• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏସିଆନ୍ ଗେମସରେ ଟିମ୍ ଇଣ୍ଡିଆର ସ୍ୱର୍ଣ୍ଣିମ ଯାତ୍ରା ଆରମ୍ଭ ହୋଇଛି । ଆଜି ୧୦ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ରୁଦ୍ରାଂଶ ପାଟିଲ ଓ ଦିବ୍ୟାଂଶ ପନୱାର ଓ ଐଶ୍ୱର୍ଯ୍ୟ ତୋମାରଙ୍କ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ସେମାନେ ୧୮୯୩.୭ ପଏଣ୍ଟ ପାଇ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ପୂର୍ବରୁ ୧୦ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ରେକର୍ଡ ଚାଇନା ନାଁରେ ଥିଲା ।

ଐଶ୍ଚର୍ଯ୍ୟ ତୋମର ୧୦ମିଟର ଏୟାର ରାଇଫଲ ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୋଞ୍ଚ ପଦକ ପାଇଛନ୍ତି । ସେପଟେ ରୋଇଂରେ ମଧ୍ୟ ଭାରତକୁ ଦୁଇଟି ପଦକ ମିଳିଛି । ମେନ୍ ଫୋର ଫାଇନାଲରେ ଯଶୱିନ୍ଦର, ଭୀମ, ପୁନୀତ, ଆଶିଷ ବ୍ରୋଞ୍ଜ ପଦକ ଜିତିଛନ୍ତି । ମେନ୍ କ୍ୱାର୍ଡରପୁଲ ସ୍କଲ୍ସ ଫାଇନାଲରେ ମଧ୍ୟ ବ୍ରୋଞ୍ଜ ମିଳିଛି । ଏଥିସହ ଏସିଆନ୍ ଗେମସରେ ଭାରତର ପଦକ ସଂଖ୍ୟା ୯ରେ ପହଞ୍ଚଛି ।