/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695614003.jpg)
Bridge collaps
ଗୁଜରାଟ ସୁରେନ୍ଦ୍ର ନଗରର ବସ୍ତାଦୀ ନିକଟରେ ଭୁଶୁଡ଼ିଲା ବ୍ରିଜ୍ । ଭୋଗବୀ ନଦୀରେ ଥିବା ପୋଲ ଭୁଶୁଡ଼ି ପଡ଼ିଛି । ଏଥିରେ ୧୦ରୁ ଅଧିକ ଲୋକ ମୃତାହତ ହୋଇଥିବାର ଆଶଙ୍କା କରାଯାଉଛି । ଗୋଟିଏ ଡମ୍ପର ଓ ଦୁଇଟି ବାଇକ୍ ବ୍ରିଜ ଉପରେ ଯାଉଥିବା ବେଳେ ହିଁ ବ୍ରିଜ୍ଟି ଭୁଶୁଡ଼ି ପଡ଼ିଥିଲା । ତିନିଟି ଯାକ ଗାଡ଼ି ନଦୀରେ ଖସିପଡ଼ିଛି । ସ୍ଥାନୀୟ ଲୋକେ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସପିଟାଲରେ ଭର୍ତ୍ତି କରିଛନ୍ତି ।
ସୂଚନା ଅନୁସାରେ ଗତକାଲି ଏହି ଅଘଟଣ ଘଟିଛି । ଦୁର୍ଘଟଣା ସମୟରେ ପୋଲ ଉପରେ ଗୋଟିଏ ଡମ୍ପର ଓ ଦୁଇଟି ବାଇକ୍ ଯାଉଥିଲା । ସେହି ସମୟରେ ହଠାତ୍ ପୋଲଟି ଭୁଶୁଡ଼ି ପଡ଼ିଥିଲା । ଫଳରେ ୩ଟି ଯାକ ଗାଡ଼ି ନଦୀରେ ପଡ଼ିଯାଇଛି । ଏନେଇ ସୂଚନା ପାଇବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ନଦୀ ଭିତରେ ଖୋଜାକୋଜି କରିବା ପରେ ୪ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ହେଲେ ଏବେ ବି ୬ଜଣ ନିଖୋଜ ରହିଛନ୍ତି । ସେପଟେ ଦୁର୍ଘଟଣା ଖବର ଜାଣିବା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛି ।
ଅନ୍ୟପଟେ କୁହାଯାଉଛି ଯେ, ପୋଲଟି ବିପଦସଙ୍କୁଳ ଅବସ୍ଥାରେ ରହିଥିଲା । ସେଥିପାଇଁ ପୋଲରେ ଭାରିଯାନ ଯାତାୟାତ କରିବାକୁ ନିଷେଧ କରାଯାଇଥିଲା । ହେଲେ ୪୦ ଟନ୍ର ଡମ୍ଫର ସେହି ପୋଲ ଦେଇ ଯିବା ଫଳରେ ଏପରି ଅଘଟଣ ଘଟିଥିବା କୁହାଯାଉଛି । ଭିଡିଓରେ ଭଙ୍ଗା ପୋଲ ଉପରେ ଡମ୍ଫରଟି ରହିଥିବା ଦେଖିବାକୁ ମିଳୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)