Advertisment

ପତିପତ୍ନୀ ପାଲଟିଲେ ରାଗ୍-ନୀତି ଯୋଡ଼ି; ଲୀଲା ପ୍ୟାଲେସରେ ପଡ଼ିଲା ହାତଗଣ୍ଠି

ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଟେନିସ୍ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରବଜନ ସିଂ, ଆପ୍ ନେତା ସଞ୍ଜୟ ସିଂ, ଶିବସେନା ନେତା ଆଦିତ୍ୟ ଠାକରେ, ଡିଜାଇନର୍ ମନୀଷ ମାଲହୋତ୍ରା ପ୍ରମୁଖ ଯୋଗ ଦେଇଛନ୍ତି । ମେ ୧୩ ତାରିଖରେ ଦିଲ୍ଲୀରେ ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Parineeti Chopra & Raghav Chadha Wedding Pics

Parineeti Chopra & Raghav Chadha Wedding Pics

ପତିପତ୍ନୀ ପାଲଟିଲେ ରାଗ୍-ନୀତି ଯୋଡ଼ି । ପରିଣୀତି ଚୋପ୍ରାଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ଆପ୍ ନେତା ରାଘବ ଚଢ଼ା । ରାଜସ୍ଥାନ ଉଦୟପୁର ସ୍ଥିତ ଲୀଲା ପ୍ୟାଲେସରେ ଏହି ସେଲିବ୍ରିଟି ଯୋଡ଼ିଙ୍କ ବାହାଘର ଅନୁଷ୍ଠିତ ହୋଇଛି ।

Advertisment

ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଟେନିସ୍ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରବଜନ ସିଂ, ଆପ୍ ନେତା ସଞ୍ଜୟ ସିଂ, ଶିବସେନା ନେତା ଆଦିତ୍ୟ ଠାକରେ, ଡିଜାଇନର୍ ମନୀଷ ମାଲହୋତ୍ରା ପ୍ରମୁଖ ଯୋଗ ଦେଇଛନ୍ତି । ମେ ୧୩ ତାରିଖରେ ଦିଲ୍ଲୀରେ ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା । ନିର୍ବନ୍ଧ ବେଳର ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ।

ସେପଟେ ପରିଣୀତି ନିଜେ ସୋସିଆଲ ମିଡିଆରେ ବାହାଘର ସମୟର କିଛି ଫଟୋ ସେୟାର କରିଛନ୍ତି । ଫଟୋ ପୋଷ୍ଟ କରି କ୍ୟାପସନ୍‌ରେ ଆଶୀର୍ବାଦ ମାଗିଛନ୍ତି । ପରିଣୀତି ଓ ରାଘବଙ୍କ ଏହି ଫଟୋକୁ ଲକ୍ଷ ଲକ୍ଷ ଲୋକ ଲାଇକ୍‌ କରିବା ସହ ସେମାନଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି । 

Advertisment

ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଦିଲ୍ଲୀ କପୁରତାଲାରେ ଥିବା ରାଘବ ଚଢାଙ୍କ ଘରେ ଦୁହିଁଙ୍କ ନିର୍ବନ୍ଧ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା । ୨୦୧୨ରେ ଆପରେ ଯୋଗଦେଇଥିଲେ ରାଘବ । ରାଜନୀତିରେ ପାଦ ଦେବା ପୂର୍ବରୁ ରାଘବ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ ।

ସେହିପରି ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ଭାବେ ପରିଣିତୀଙ୍କ ପରିଚିତି ରହିଛି । କଲେଜ ବେଳଠୁ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢା ପରସ୍ପରଙ୍କୁ ଜାଣିଛନ୍ତି । ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ଉଭୟ ହେଉଛନ୍ତି ଛାତ୍ର।

Parineeti Chopra
Advertisment
Advertisment