Advertisment

୪ ମାସ ହେଲା ପାକିସ୍ତାନ କ୍ରିକେଟରଙ୍କୁ ମିଳିନି ଦରମା, ବିଶ୍ୱକପ ଖେଳିବେ କେମିତି ?

କ୍ରିକେଟ ପାକିସ୍ତାନର ରିପୋର୍ଟ ଅନୁସାରେ, ଗତ ଚାରି ମାସ ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିଙ୍କୁ ନା ମ୍ୟାଚ୍ ଫି’ ଦେଇଛି ନା ମାସିକ ଦରମା ପ୍ରଦାନ କରିଛି । ଏଭଳି ପରିସ୍ଥିତିରେ ଯୁବ ଖେଳାଳିଙ୍କ ଆଗରେ ଆର୍ଥିକ ସମସ୍ୟା ଉପୁଜିଛି ।

author-image
Manoranjan Behera
Pakistan Cricket Team

Pakistan Cricket Team

ପାକିସ୍ତାନ କ୍ରିକେଟ ଓ ସମସ୍ୟା । ସବୁବେଳେ କିଛି ନା କିଛି ସମସ୍ୟା ଦେଇ ଗତି କରୁଥାଏ ପାକିସ୍ତାନ କ୍ରିକେଟ ବୋର୍ଡ । ଦିନିକିଆ ବିଶ୍ୱକପ ତାରିଖ ଯେତିକି ପାଖେଇ ଆସୁଛି ପାକିସ୍ତାନ କ୍ରିକେଟ ଟିମର ସମସ୍ୟା ସେତିକି ବଢ଼ିବାରେ ଲାଗୁଛି । ଗୋଟିଏ ପଟେ ଭାରତ ଆସିବାକୁ ଭିସା ମିଳିନଥିବାବେଳେ ଏବେ ଆଉ ଏକ ବିବାଦରେ ଛନ୍ଦି ହୋଇଛି ପିସିବି । ବିଗତ ୪ ମାସ ହେଲାଣି ପାକିସ୍ତାନ କ୍ରିକେଟରଙ୍କୁ ମିଳିନି ଦରମା । ଯାହାକୁ ନେଇ ବିଦ୍ରୋହ ମୁଡରେ ଅଛନ୍ତି ପାକ୍ କ୍ରିକେଟର । ଏଭଳି ସ୍ଥିତିରେ ବିଶ୍ୱକପ୍ କେମିତି ଖେଳିବ ପାକିସ୍ତାନ ତାହା ଏବେ ଆଶଙ୍କା ଘେରରେ ରହିଛି ।

Advertisment

କ୍ରିକେଟ ପାକିସ୍ତାନର ରିପୋର୍ଟ ଅନୁସାରେ, ଗତ ଚାରି ମାସ ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିଙ୍କୁ ନା ମ୍ୟାଚ୍ ଫି’ ଦେଇଛି ନା ମାସିକ ଦରମା ପ୍ରଦାନ କରିଛି । ଏଭଳି ପରିସ୍ଥିତିରେ ଯୁବ ଖେଳାଳିଙ୍କ ଆଗରେ ଆର୍ଥିକ ସମସ୍ୟା ଉପୁଜିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଳିମାନେ ନୀରବ ଥିଲେ କିନ୍ତୁ ଏବେ ସେମାନେ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଏପରି ସ୍ଥିତିରେ ଖେଳାଳି ସେମାନଙ୍କ ଜର୍ସିରେ ପ୍ରାୟୋଜକଙ୍କ ଲୋଗ ରଖିବାକୁ ମନା କରିପାରନ୍ତି । 

ଏହି ଘଟଣାରେ ଜଣେ ପାକିସ୍ତାନ କ୍ରିକେଟର ନାଁ ଗୋପନ ରଖି କହିଛନ୍ତି କି “ ଆମେ ମାଗଣାରେ ପାକିସ୍ତାନକୁ ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ, କିନ୍ତୁ ବୋର୍ଡ ସହିତ ଜଡିତ ଥିବା ପ୍ରାୟୋଜକ ଲୋକଙ୍କୁ ଆମେ କାହିଁକି ପ୍ରୋତ୍ସାହିତ କରିବୁ ? ସେହିଭଳି, ଆମେ ପ୍ରୋତ୍ସାହନମୂଳକ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ମନା ମଧ୍ୟ କରିପାରିବୁ । ବିଶ୍ୱକପ ସମୟରେ ଆମେ ଆଇସିସି ବ୍ୟବସାୟିକ ଓ ଅନ୍ୟାନ କାର୍ଯ୍ୟକ୍ରମରେ ସାମିଲ ହେବୁ ନାହୁଁ” ବୋଲି ଖେଳାଳି ଜଣଙ୍କ କହିଛନ୍ତି । 

Advertisment

ସେହିପରି କେନ୍ଦ୍ରୀୟ ଚୁକ୍ତି ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ ଓ କ୍ରିକେଟରଙ୍କ ମଧ୍ୟରେ ଏପର୍ଯ୍ୟନ୍ତ କୗଣସି ଚୁକ୍ତି ହୋଇନାହିଁ । ଏଭଳି ପରିସ୍ଥିତିରେ ବିନା ଚୁକ୍ତିରେ ବିଶ୍ୱକପରେ ପାକ୍ କ୍ରିକେଟର ଖେଳିବାର ସମ୍ଭାବନା ରହିଛି । କ୍ରିକେଟର ତିନୋଟି ଫର୍ମାଟ ଖେଳୁଥିବା ଶ୍ରେଷ୍ଠ କ୍ରିକେଟରମାନଙ୍କୁ ପ୍ରତି ମାସରେ ୪୫ ଲକ୍ଷ ଟଙ୍କା ଦେବାକୁ ପିସିବି ପ୍ରସ୍ତାବ ଦେଇଛି । କିନ୍ତୁ ଖେଳାଳିମାନେ କହିଛନ୍ତି ଯେ ଟିକସ ଏବଂ ଅନ୍ୟାନ୍ୟ ରିହାତି ପରେ ସେମାନଙ୍କୁ ମାତ୍ର ୨୨ ରୁ ୨୩ ଲକ୍ଷ ଟଙ୍କା ମିଳିବ । ଏଭଳି ପରିସ୍ଥିତିରେ ସେମାନେ ପରିମାଣ ବୃଦ୍ଧି କରିବାକୁ ଦାବି କରୁଛନ୍ତି।
ସୂଚନା ଅନୁସାରେ ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ ଅକ୍ଟୋବର ୬ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ।

2023 Men's World Cup Pakistan Pakistan Cricket Board
Advertisment
Advertisment