• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାରତ କବଜାରେ ଦିନିକିଆ ସିରିଜ୍ । ଇନ୍ଦୋର ଦିନିକିଆରେ ଭାରତର ଦମଦାର ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇ ଭାରତ ଦ୍ୱିତୀୟ ଦିନିକିଆ ଜିତିବା ସହ ସିରିଜ କବଜା କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ କରିଥିଲା ୩୯୯ ରନ୍ । ୪୦୦ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ ।

ତେବେ ବର୍ଷା ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ ହେବା ପରେ ୩୩ ଓଭରକୁ ଖସାଇ ଦିଆଯାଇଥିଲା ମ୍ୟାଚ୍ । ଡିଏଲଏସ୍ ମେଥଡ ଲାଗୁ ହେବା ସହ ଅଷ୍ଟ୍ରେଲିଆକୁ ୩୩ ଓଭରରେ ୩୧୭ ରନର ଟାର୍ଗେଟ୍ ଦିଆଯାଇଥିଲା । ତେବେ ଅଷ୍ଟ୍ରେଲିଆ ୨୮.୨ ଓଭରରେ ୨୧୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଅଶ୍ୱିନୀ ଓ ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ପ୍ରସିଦ୍ଧ କୃଷ୍ଣା ୨ଟି ଓ ସାମି ଗୋଟିଏ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ ।