Advertisment

IND Vs NZ Final 2025: ୨୦୧୯ର ବଦଲା ୨୦୨୫ରେ,୧୨ ବର୍ଷ ପରେ ଆଇସିସି ଟ୍ରଫି ଚାମ୍ପିଅନ ହେଲା ଭାରତ

ଭାରତ ୨୫୨ ରନ୍‌ ବିଜୟ ଲକ୍ଷ୍ୟକୁ ହାସଲ କରି ପ୍ରଥମ ଦଳ ଭାବେ ତୃତୀୟ ଥର ଆଇସିସି ଚାମ୍ପିଆନ୍ସ ଟ୍ରଫିରେ ବିଜୟ ହାସଲ କରିଛି।

author-image
Deviprasad Jena
ଅଦ୍ୟତନ ହୋଇଛି
undefined

Champions Trophy

ସୁପର ସଣ୍ଡେରେ ସୁପର ସୋ’। ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ହାଇଭୋଲଟେଜ୍ ମ୍ୟାଚରେ ବିଜୟ ହାସଲକରି ନ୍ୟୁଜିଲ୍ୟାଣ୍ଡକୁ ଧୂଳି ଚଟାଇଲା ଭାରତ। ଆଜିର ଏହି ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତୀୟ ସ୍ପିନର ଜାଲରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ଫସିଯାଇଥିଲେ । ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ମାତ୍ର ୨୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଯାହାଫଳରେ ଏହି ମ୍ୟାଚ୍‌ରେ ବିଜୟ ସହ ଚମ୍ପିଆନ୍ସ ଟ୍ରଫି ହାତେଇବାକୁ ଭାରତକୁ ୫୦ ଓଭରରେ ୨୫୨ ରନ୍‌ ଆବଶ୍ୟକ ଥିଲା।

Advertisment

ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ,ନ୍ୟୁଜିଲାଣ୍ଡ ପାଇଁ ଏହି ନିଷ୍ପତ୍ତି ଭୁଲ ସାବ୍ୟସ୍ତ ହୋଇଥିଲା । ଯଦିଓ ଆରମ୍ଭରୁ ନ୍ୟୁଜିଲାଣ୍ଡ ଆକ୍ରମଣାତ୍ମକ ଖେଳିଥିଲା । କିନ୍ତୁ ସ୍ପିନର ବୋଲିଂ କରିବାକୁ ଆସିବା ସହ ନ୍ୟୁଜିଲାଣ୍ଡ ରନ୍‌ ସ୍କୋରିଂରେ ବ୍ରେକ୍‌ ଲାଗିଥିଲା । ଅଷ୍ଟମ ଓଭରରେ ଭାରତକୁ ପ୍ରଥମ ୱିକେଟ୍ ଦେଇଥିଲେ ବରୁଣ ଚକ୍ରବର୍ତ୍ତୀ । ମାତ୍ର ୧୫ ରନ୍‌ରେ ବରୁଣ ଚକ୍ରବର୍ତ୍ତୀଙ୍କ ଚକ୍ରବିହ୍ୟୁରେ ଫସିଥିଲେ ୟଙ୍ଗ୍ । ଏହାପରେ ଭାରତୀୟ ସ୍ପିନର ନ୍ୟୁଜିଲାଣ୍ଡର ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ୍‌ଙ୍କୁ ପାଭିଲିୟନ୍‌ ପଠାଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ୍‌ ସର୍ବାଧିକ ୬୩ ରନ୍‌ କରିଥିଲେ ।

୨୫୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଟିମ୍‌ ଇଣ୍ଡିଆର ଦୁଇ ଓପନର ଶୁଭମନ ଗିଲ୍‌ ଓ ରୋହିତ ଶର୍ମା। ହିଟମ୍ୟାନ ରୋହିତ ପୁଣିଥରେ କମାଲ କରିଥିଲେ। ଗିଲ୍‌ ୩୧ ରନ୍‌ ସଂଗ୍ରହକରି ଆଉଟ୍ ହୋଇଥିଲେ । ବିରାଟ କୋହଲି ଫ୍ଲପ୍ ହେବା ସହ ମାତ୍ର ୧ ରନ୍‌ ସଂଗ୍ରହକରି ଆଉଟ୍ ହୋଇଥିଲେ ।

Advertisment

ଏହାପରେ ରୋହିତ ମଧ୍ୟ ୭୬ ରନ୍‌ ସଂଗ୍ରହକରି ଆଉଟ୍ ହୋଇଥିଲେ। ଏହି ଦମଦାର ମ୍ୟାଚରେ ଆୟର ଏବଂ ଅକ୍ଷର ପଟେଲ ଯଥାକ୍ରମେ ୪୮ ଏବଂ ୨୯ ରନ୍‌ ସଂଗ୍ରହ କରିଥିଲେ। ପରେ କେଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂ କରିଥିଲେ।  ପରେ ହାର୍ଦ୍ଦିକ ଆଉଟ ହୋଇଥିଲେ। ପରେ ଜାଡେଜା ୪ ମାରି ଭାରତକୁ ବିଜୟ ଆଣିଦେଇଥିଲେ।  ଭାରତ ୪ ୱିକେଟ୍‌ରେ ବିଜୟ ଲାଭ କରିଥିଲା । ତେବେ ଭାରତ ୨୫୨ ରନ୍‌ ବିଜୟ ଲକ୍ଷ୍ୟକୁ ହାସଲ କରି ପ୍ରଥମ ଦଳ ଭାବେ ତୃତୀୟ ଥର ଆଇସିସି ଚାମ୍ପିଆନ୍ସ ଟ୍ରଫିରେ ବିଜୟ ହାସଲ କରିଛି।

ଅଧିକ ପଢ଼ନ୍ତୁ: ଏହି କାରଣରୁ ପାକିସ୍ତାନର ହେଲା କୋଟି କୋଟି ଟଙ୍କା କ୍ଷତି...

Team India Cricket News India Vs New Zealand
Advertisment
Advertisment