Advertisment

ଆଉ ୫ ଦିନ ପରେ ବଜାରରୁ ଉଭାନ ହୋଇଯିବ ୨ ହଜାର ଟଙ୍କିଆ ନୋଟ୍

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟୋ ଅଚଳ ହୋଇଯିବ ବୋଲି ଘୋଷଣା କରିଥିଲା। ଏହା ସହ ସେପ୍ଟେମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ଘୋଷଣା କରାଯାଇଥିଲା।

author-image
Manoranjan Behera
rbi

rbi

ସେପ୍ଟେମ୍ବର ମାସ ଶେଷ ହେବାକୁ ଯାଉଛି। ଏହା ସହ ସରି ସରି ଯାଉଛି ୨ ହଜାର ଟଙ୍କାର ଆୟୁଷ । ଆଉ ମାତ୍ର ୫ ଦିନ ପରେ ଚଳିବନି ୨ ହଜାର ଟଙ୍କିଆ ନୋଟ୍। ଅର୍ଥାତ ସେପ୍ଟେମ୍ବର ୩୦ ତାରିଖ ପରେ ବନ୍ଦ ହୋଇଯିବ ୨ ହଜାର ଟଙ୍କିଆ ନୋଟର କାରବାର । ଯଦି ଆପଣ ଦୁଇ ହଜାର ଟଙ୍କିଆ ନୋଟ୍ ଏକ୍ସଚେଞ୍ଜ କରିନାହାନ୍ତି ତେବେ ତୁରନ୍ତ ଆପଣଙ୍କ ନିକଟସ୍ଥ ବ୍ୟାଙ୍କରେ ଏକ୍ସଚେଞ୍ଜ କରିନିଅନ୍ତୁ।

Advertisment

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟୋ ଅଚଳ ହୋଇଯିବ ବୋଲି ଘୋଷଣା କରିଥିଲା। ଏହା ସହ ସେପ୍ଟେମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ବଜାରରେ ଉପସ୍ଥିତ ଥିବା ମୋଟ୍ ୨ ହଜାର ଟଙ୍କିଆ ନୋଟୋ ମଧ୍ୟରୁ ଅଗଷ୍ଟ ୩୧ ସୁଦ୍ଧା ୯୩ ପ୍ରତିଶତ ନୋଟ୍ ଆରବିଆଇ ପାଖକୁ ଫେରସ୍ତ ଆସିଥିଲା ।

ନୋଟ୍ ବନ୍ଦୀ ପରେ ନଭେମ୍ବର ୨୦୧୬ରୁ ବଜାରକୁ ୨ ହଜାର ଟଙ୍କିଆ ନୋଟ୍ ‍ଆସିଥିଲା। ଏହା ସହ ୧୦୦୦ ଓ ପୁରୁଣା ୫୦୦ ଟଙ୍କିଆ ନୋଟକୁ ବନ୍ଦ କରିଦିଆଯାଇଥିଲା । ତେବେ ୨୦୨୩ ସେପ୍ଟେମ୍ବର ୨୦ ପରେ ୨୦୦୦ ଟଙ୍କିଆ ନୋଟ୍ ମଧ୍ୟ ଆଉ ଚଳିବ ନାହିଁ ବୋଲି ଘୋଷଣା କରିଥିଲେ ଆରବିଆଇ। ଏହାକୁ ଏକ୍ସଚେଞ୍ଜ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ବୋଲି ମଧ୍ୟ ଆରବିଆଇ ଘୋଷଣା କରିଥିଲା । 

Advertisment
India RBI Demonetisation
Advertisment
Advertisment