Advertisment

Asian Games: ଶ୍ରୀଲଙ୍କାକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌

ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଟିମ୍ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ଜିତିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Asian Games 2023

Asian Games 2023

ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଟିମ୍ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ଜିତିଛି। ଆଜି ଗୋଟିଏ ଦିନରେ ଦୁଇଟି ସ୍ୱର୍ଣ୍ଣ ପଦକ ଭାରତ ହାସଲ କରିଛି। ଯାହାକି ଦେଶବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ୨ ସ୍ୱର୍ଣ୍ଣ ପଦକ ସହ ଭାରତର ପଦକ ସଂଖ୍ୟା ୧୦ରେ ପହଞ୍ଚିଛି।

Advertisment

ଏହା ପୂର୍ବରୁ ଆଜି ୧୦ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ରୁଦ୍ରାଂଶ ପାଟିଲ ଓ ଦିବ୍ୟାଂଶ ପନୱାର ଓ ଐଶ୍ୱର୍ଯ୍ୟ ତୋମାରଙ୍କ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ସେମାନେ ୧୮୯୩.୭ ପଏଣ୍ଟ ପାଇ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ପୂର୍ବରୁ ୧୦ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ରେକର୍ଡ ଚାଇନା ନାଁରେ ଥିଲା।

ସୂଚନାଥାଉ କି, ମହିଳା ନୌଚାଳନାରେ ରବିବାର ଦିନ ଭାରତକୁ ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ଭାରତୀୟ ପ୍ରତିଯୋଗୀ ପୁରୁଷ କକ୍ସ-୮ ଓ ପୁରୁଷ ଲାଇଟ୍‌ୱେଟ୍‌ ଡବଲ୍‌ ସ୍କଲ୍ସରେ ରୌପ୍ୟ ଓ ପୁରୁଷ କ୍ସଲେସ୍‌ରେ ପେୟାରରେ କାଂସ୍ୟ ପଦକ ମିଳିଛି। 

Advertisment
Advertisment
Advertisment