Advertisment

Odisha To Become IT Hub: ଓଡ଼ିଶା ହେବ ଦେଶର ପ୍ରମୁଖ ଆଇଟି ହବ୍; ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି

ଓଡ଼ିଶା ସଫ୍ଟୱେୟାରର ଚାହିଦା ବଢୁଥିବା ବେଳେ ଆସନ୍ତା ୨ ବର୍ଷରେ ଆଇଟି କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାସହିତ ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡିଶାକୁ ଆଇଟି ହବ୍ କରିବାକୁ ସରକାରଙ୍କ ଯୋଜନା ରହିଛି।

author-image
Deviprasad Jena
undefined

Odisha To Become IT HUB

ଓଡ଼ିଶା ଆଗାମୀ ଦିନରେ ହେବ ଦେଶର ପ୍ରମୁଖ ଆଇଟି ହବ୍ । ଆସନ୍ତା ୨ ବର୍ଷରେ ଆଇଟି କ୍ଷେତ୍ରରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି । ଏଥିପାଇଁ ରାଜ୍ୟ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ରାଜ୍ୟ ସରକାର ଆଇଟି କ୍ଷେତ୍ରରେ ଅଧିକ ସଂଖ୍ୟାରେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବାକୁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଆସିବାକୁ ଥିବା ନୂଆ ଆଇଟି ପଲିସିରେ କଂପାନୀଙ୍କୁ ବିଜୁଳି, ଅଫିସ ଭଡ଼ା ସହ ମୂଳ ପୁଞ୍ଜିରେ ବି ରିହାତି ଦିଆଯିବ ।

Advertisment

ଏହି ପଲିସି ଏବେ ଡ୍ରାଫ୍ଟ ଆକାରରେ ଥିବା ବେଳେ କେବଳ କ୍ୟାବିନେଟ୍ ମୋହର ଅପେକ୍ଷାରେ ରହିଛି। ସିଙ୍ଗାପୁର କିମ୍ବା ମାଲେସିଆରୁ ସମୁଦ୍ର ତଳେ ଆସିବ ନେଟ୍। ପୁରୀରେ ହେବ ଡାଟା ସେଣ୍ଟର। ଆଇଟି କଂପାନୀରେ ଓଡ଼ିଶାର ଯୁବକଯୁବତୀଙ୍କ ନିଯୁକ୍ତି ପାଇଁ ମାସିକ ୨୫ ହଜାର ପ୍ରୋତ୍ସାହନ ରାଶି ଦେବେ ସରକାର। ନିବେଶକଙ୍କ ପାଇଁ ମୂଳ ପୁଞ୍ଜିରେ ରିହାତି ସହ ୩୫ ଲକ୍ଷ ଯାଏଁ ବିଦ୍ୟୁତ ବିଲ୍ ବି ଛାଡ଼ ହେବ। ନୂଆ ସରକାର ଆଣୁଛନ୍ତି ନୂଆ ଆଇଟି ପଲିସି।

ରାଜ୍ୟରେ IT ଏବଂ ITES କଂପାନୀ ପାଇଁ ୧୦୦ କୋଟି ଯାଏଁ ନିବେଶରେ ମୂଳ ପୁଞ୍ଜିରେ ୩୦ ପ୍ରତିଶତ ଯାଏଁ ରିହାତି ଦେବେ ସରକାର। ଅର୍ଥାତ ନିବେଶକଟିଏ ୩୦ କୋଟି ଯାଏଁ ରିହାତି ପାଇପାରିବେ। ସେହିପରି ୧୦୦ରୁ ୨୦୦ କୋଟି ଯାଏଁ ୨୫ ପ୍ରତିଶତ ଏବଂ ୨୦୦ କୋଟିରୁ ଅଧିକ ନିବେଶରେ ୨୦ ପ୍ରତିଶତ ରିହାତି ଦେବେ ରାଜ୍ୟ ସରକାର। ଜମି ବାବଦକୁ ବି ରହିଛି ରିହାତି ସୁବିଧା। ଏମିତି କି ସରକାରୀ ବିଲ୍ଡିଂ ଷ୍ଟାର୍ଟ ଅପ୍ ତଥା ଭଡ଼ାରେ ଅଫିସ ଚାହୁଁଥିବା ଆଇଟି କମ୍ପାନୀକୁ ଅଫିସ ଭଡା ବାବଦକୁ ରହିଛି ରିହାତି। ୩ରୁ ୫ ବର୍ଷ ଯାଏଁ ୫୦ ପ୍ରତିଶତ ଭଡ଼ା ବହନ କରିବେ ସରକାର।

Advertisment

ସେହିପରି ୩୫ ଲକ୍ଷ ଯାଏଁ ୩୦ ପ୍ରତିଶତ ବିଜୁଳି ବିଲ୍ ବି ଛାଡ ହେବ। ପ୍ରଥମ ପାଞ୍ଚ ବର୍ଷ ପାଇଁ ବାର୍ଷିକ ୧୨ ଲକ୍ଷ ଯାଏଁ ଇଣ୍ଟରନେଟ ଫି ବି ଦେବେ ସରକାର। ମନ୍ତ୍ରୀ କହିଛନ୍ତି ପୂର୍ବ ସରକାରଙ୍କ ପଲିସି ଧୂଆଁବାଣ ଥିଲା, ଆମେ ପ୍ରତିଶ୍ରୁତି ପୂରଣ କରିବୁ। ଏବେ ଏକ ଡ୍ରାଫ୍ଟ କରି ମତାମତ ନେଉଛନ୍ତି ସରକାର। ଖୁବ୍ ଶୀଘ୍ର କ୍ୟାବିନେଟ୍ ମୋହର ବାଜିବା ପରେ ଆସିବ ମୋହନ ସରକାରଙ୍କ ନୂଆ ଆଇଟି ପଲିସି।

ଅନ୍ୟପଟେ ଆଇଟି କ୍ଷେତ୍ର ପାଇଁ ବି ବଜେଟରେ ହୋଇଛି ସ୍ୱତନ୍ତ୍ର ବ୍ୟୟବରାଦ। ରାଜ୍ୟରେ ୮ଟି ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ ରହିଥିବା ବେଳେ ଆଉ ୮ଟି STPI ପ୍ରତିଷ୍ଠା କରାଯିବ। ଏଥି ପାଇଁ ଶହେ କୋଟି ଖର୍ଚ୍ଚ କରିବେ ସରକାର। କେନ୍ଦୁଝର ଏବଂ କୋରାପୁଟରେ ହେବ ଡାଟା ସେଣ୍ଟର। ନୂଆ ଆଇଟି ପଲିସି ନେଇ ରାଜ୍ୟ ଏବଂ ରାଜ୍ୟ ବାହାରର ଆଇଟି ବିଶେଷଜ୍ଞ ଏବଂ ନିବେଶକଙ୍କ ମତାମତ ନେଉଛନ୍ତି ସରକାର।

ବାହାରେ ଓଡ଼ିଶା ସଫ୍ଟୱେୟାରର ଚାହିଦା ବଢୁଥିବା ବେଳେ ଆସନ୍ତା ୨ ବର୍ଷରେ ଆଇଟି କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାସହିତ ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡିଶାକୁ ଆଇଟି ହବ୍ କରିବାକୁ ସରକାରଙ୍କ ଯୋଜନା ରହିଛି।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର; କାମରେ ଲାଗିବ ବାସିଫୁଲ-ତୁଳସୀ-ପରିବା ଚୋପା-ପେଜ... 

Odisha Employment Opportunities Odisha Govt IT Hub
Advertisment
Advertisment