/odishatv-khabar/media/post_attachments/uploadimage/library/16_9/16_9_0/Loot_1695727222.jpg)
Loot
ଦିଲ୍ଲୀରେ ସିନ୍ଧି ଚୋରି । କାନ୍ଥରେ କଣା କରି ଏକ ଗହଣା ଦୋକାନରୁ ଚୋରି। ୨୦-୨୫ କୋଟି ଟଙ୍କାର ଗହଣା ଚୋରି କରାଯାଇଥିବା ଅଭିଯୋଗ କରିଛନ୍ତି ମାଲିକ। ଦୋକାନ ମାଲିକଙ୍କ କହିବା ଅନୁସାରେ ଗତ ରବିବାର ରାତି ୮ଟାରେ ସେ ଦୋକାନ ବନ୍ଦ କରିଥିଲେ। ସୋମବାର ଛୁଟି ଥିଲା। ମଙ୍ଗଳବାର ସକାଳୁ ଅର୍ଥାତ ଆଜି ଦୋକାନ ଖୋଲିବା ବେଳେ ଦେଖାଗଲା କି ବହୁ ଧୂଳି, ବାଲି ପଡିଛି। ପରେ ଯାଞ୍ଚ କରିବାରୁ ଦେଖା ଯାଇଛି ଯେ, କାନ୍ଥରେ କଣା କରି ସେମାନେ ସବୁ ଗହଣା ଲୁଟି ନେଇଛନ୍ତି।
Advertisment
୨୦ରୁ ୨୫ କୋଟି ଟଙ୍କାର ଗହଣା ଦୋକାନରେ ଥିଲା ବୋଲି କହିଛନ୍ତି ମାଲିକ। ଦିଲ୍ଲୀର ଭୋଗଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଟେରେସ୍ ଜରିଆରେ ଚୋରମାନେ ଆସିଥିବା ସନ୍ଦେହ କରାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)