• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆମେରିକାର ନିଉ ଜର୍ସିରେ ଭବ୍ୟ ହିନ୍ଦୁ ମନ୍ଦିର । ୧୮୩ ଏକର ଜମିରେ ତିଆରି ହୋଇଛି ମନ୍ଦିର ପରିସର । ମୁଖ୍ୟ ମନ୍ଦିରର ଦୈର୍ଘ୍ୟ ୨୫୫ ଫୁଟ ହୋଇଥିବାବେଳେ ଓସାର ହେଉଛି ୩୪୫ ଫୁଟ । ଏହାର ଉଚ୍ଚତା ହେଉଛି ୧୯୧ ଫୁଟ । ଏହି ମନ୍ଦିର ନିର୍ମାଣ ପାଇଁ ଲାଗିଥିଲା ୧୨ ବର୍ଷ । ୨୦୧୧ରୁ ଆରମ୍ଭ ହୋଇ କିଛି ଦିନ ତଳେ ଶେଷ ହୋଇଛି ।

ଆସନ୍ତା ଅକ୍ଟୋବରରେ ଏହାର ଉଦଘାଟନ ହେବାର ଅଛି । ଭାରତୀୟ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟରେ ଏହା ପରିପୂର୍ଣ୍ଣ । ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରୁ ୧୨ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଏହି ମନ୍ଦିର ନିର୍ମାଣରେ ଶ୍ରମଦାନ କରିଛନ୍ତି । କୁହାଯାଉଛି କାମ୍ବୋଡିଆରର ବୃହତ୍ତମ ମନ୍ଦିର ପରେ ଏହା ହେଉଛି ଦ୍ୱିତୀୟ ବୃହତ୍ତମ ମନ୍ଦିର ।