Advertisment

ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଯୁବକଯୁବତୀମାନେ କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ହାସଲ କରିଛନ୍ତି। ୫୧ ହଜାର ନିଯୁକ୍ତି ମଧ୍ୟରୁ ଅଧିକାଂଶ ମହିଳା ଅଛନ୍ତି। ଯାହା ମହିଳା ସଶକ୍ତିକରଣର ଏକ ଉଦାହରଣ ।

author-image
Manoranjan Behera
Narendra Modi

Narendra Modi

ରୋଜଗାର ମେଳାର ନବମ ସଂସ୍କରଣରେ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ। ୪୬ଟି ସ୍ଥାନରେ ଆୟୋଜିତ ହୋଇଥିବା ହୋଇଥିବା ଏହି ରୋଜଗାର ମେଳାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଯୁବକଯୁବତୀଙ୍କୁ ବିଭିନ୍ନ ବିଭାଗରେ ସରକାରୀ ଚାକିରିର ନିଯୁକ୍ତି ପତ୍ର ଦିଆଯାଇଛି । ନୂଆଦିଲ୍ଲୀର ରାଇସିନା ରୋଡସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ।କେନ୍ଦ୍ର ସରକାରଙ୍କ ନିଯୁକ୍ତି ବ୍ୟତୀତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଧ୍ୟ ନିଯୁକ୍ତି ଦିଆଯାଇଛି ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଯୁବକଯୁବତୀମାନେ କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ହାସଲ କରିଛନ୍ତି। ୫୧ ହଜାର ନିଯୁକ୍ତି ମଧ୍ୟରୁ ଅଧିକାଂଶ ମହିଳା ଅଛନ୍ତି। ଯାହା ମହିଳା ସଶକ୍ତିକରଣର ଏକ ଉଦାହରଣ । ଭାରତର ଅର୍ଥନୀତି ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେଣୁ ଆଗାମୀ ଦିନରେ ଯୁବକ ଯୁବତୀଙ୍କ ପାଇଁ ଅନେକ ବଡ଼ ସୁଯୋଗ ଆସିବ ବୋଲି କହିଛନ୍ତି ମୋଦି। ସୂଚନା ଅନୁସାରେ ଅଗଷ୍ଟ ୨୮ ପର୍ଯ୍ୟନ୍ତ ହୋଇଥିବା ୮ଟି ନିଯୁକ୍ତି ମେଳାରେ ୫.୫ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ତେବେ ଆଜି ହୋଇଥିବା ନିଯୁକ୍ତି ମେଳାରେ ଆଉ ୫୧ ହଜାର ଚାକିରି ଆଶାୟୀଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି ।

Narendra Modi India
Advertisment
Advertisment