୨୪ ମହାସଂଗ୍ରାମର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଦାଖଲ । ଶେଷ ଦିନରେ ଲଗାତର ତୃତୀୟ ଥର ପାଇଁ ଆଜି ବାରାଣସୀରୁ ନାମାଙ୍କନ ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମୁମ୍ବାଇ ଘାଟକୋପରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ରେସ୍କ୍ୟୁ ଅପରେସନ ଶେଷ ହୋଇଛି । ଘଟଣାସ୍ଥଳରୁ ୭୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏପଟେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।
ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁବ। ଏହା କହିଛି ଭୁବନେଶ୍ୱର ପାଣିପାଗ ବିଭାଗ ।
ଚା ଓ କଫି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ରିସର୍ଚ୍ଚ କରି ଏନେଇ ତଥ୍ୟ ଦେଇଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମ୍ଆର୍ ।
ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ଜଣାପଡ଼ି ନାହିଁ । ଘଟଣାର ତଦନ୍ତ ଚାଲିଛି, ଖୁବଶୀଘ୍ର ଏହାର କାରଣ ଜଣାପଡ଼ିବ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ।
ପ୍ରଥମେ ଇନଷ୍ଟାଗ୍ରାମରେ ବନ୍ଧୁ ହେଲେ। ଏହାପରେ ଗଢ଼ିଉଠିଲା ଭାଇ ଭଉଣୀର ସମ୍ପର୍କ। ତା’ପରେ ଠକେଇର ଶିକାର ହେଲେ ଭଉଣୀ।
ଦିଲ୍ଲୀ ହସ୍ପିଟାଲକୁ ମିଳିଛି ବୋମା ଧମକ । ଦିଲ୍ଲୀରେ ଥିବା ଚାରୋଟି ହସ୍ପିଟାଲକୁ ମିଳିଲା ବୋମା ଧମକ । ହସ୍ପିଟାଲଗୁଡ଼ିକ ହେଲା ଦୀପଚାନ୍ଦ ବନ୍ଧୁ ହସ୍ପିଟାଲ୍, ଦାଦା ଦେବ ହସ୍ପିଟାଲ୍, ହେଡଗୱାର୍ ହସ୍ପିଟାଲ୍ ଏବଂ ଗୁରୁ ତେଗ ବାହାଦୂର ହସ୍ପିଟାଲ୍ ।
DRDOରେ ଶିକ୍ଷାଦାନ କରିବାର ଏକ ସୁଯୋଗ। ସଂଗଠନ ଅଧୀନରେ କାମ କରୁଥିବା ସେଣ୍ଟର ଫର୍ ହାଇ ଏନର୍ଜୀ ଆଣ୍ଡ ସାଇନ୍ସ (CHESS) ହାଇଦ୍ରାବାଦରେ ଏହି ନିଯୁକ୍ତି ବାହାରିଛି। ଏନେଇ DRDO ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ତେବେ ଲୋକମାନେ ପ୍ରଥମେ ଏହାକୁ ସତ ଅପହରଣ ବୋଲି ଭାବିନେଇଥିଲେ। ପୋଲିସ ବି ସତ ଅପରହଣ ଭାବିବା ସହ ୩ଯୁବକଙ୍କୁ ଗିରଫ କରିଥିଲା। ମାତ୍ର ତଦନ୍ତ ପରେ ଏହା ଜଣାପଡିଲା ଯେ ସେମାନେ ରିଲ୍ସ ପାଇଁ ସୁଟିଂ କରୁଥିଲେ।
ଆଜି କମିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୮୨୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୭୫୦ ଟଙ୍କା ରହିଛି
ଫିଲ୍ମ 'ରାମାୟଣ' ରିଲିଜ୍ ହେବା ପୂର୍ବରୁ ଏକ ନୂଆ ରେକର୍ଡ ସୃଷ୍ଟି କରିସାରିଛି। ଏହି ପୌରାଣିକ ଫିଲ୍ମ 'ରାମାୟଣ: ପାର୍ଟ ୧'ର ବଜେଟ୍ ୧୦୦ମିଲିୟନ୍ ଆମେରିକୀୟ ଡଲାର ଅର୍ଥାତ୍ ୮୩୫ କୋଟି ଟଙ୍କା ହେବ।
ପାକିସ୍ତାନୀ ରେଞ୍ଜର୍ସ ୧୯ଟି ଗାଡିରେ ମୁଜାଫରାବାଦରେ ପହଞ୍ଚିବା ମାତ୍ରେ ସେମାନଙ୍କ ଗାଡି ଉପରକୁ ଢେଲା ଓ ପଥର ମାଡ କରିଥିଲେ ବିକ୍ଷୋଭକାରୀ। ଏହାପରେ ସୁରକ୍ଷାକର୍ମୀ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ଗୁଳିବର୍ଷା କରିଥିଲେ।
କାଲି ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହୋଇଥିଲା। ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୯୬ଟି ଲୋକସଭା ଆସନ ପାଇଁ ହୋଇଛି ମତଦାନ। ବିହାର ଦରଭଙ୍ଗା ଅଞ୍ଚଳର ଜଣେ ଭୋଟରଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା।
୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୪ରୁ ଆରମ୍ଭ ହୋଇଯାଇଛି, ଯାହା ମେ ୨୫ ପର୍ଯ୍ୟନ୍ତ ଚାଲିବ। ସମଗ୍ର ବିଶ୍ୱରୁ ଜଣାଶୁଣା ସେଲିବ୍ରିଟିମାନେ ଏଥିରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିବ। ତେବେ ଭାରତ ତରଫରୁ ଏହି ଚଳଚ୍ଚିତ୍ର ମହୋତ୍ସବରେ କ’ଣ ବିଶେଷ ହେବା ତାହା ଜାଣିବାକୁ ପ୍ରଶଂସକମାନେ ଚାହିଁ ରହିଛନ୍ତି।
ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାଭିଡଙ୍କ କାର୍ଯ୍ୟକାଳ ଜୁନ ମାସରେ ଶେଷ ହେବ। ଏହି ସମୟରେ ଭାରତୀୟ ଟିମ ଟି-୨୦ ବିଶ୍ୱକପରେ ବ୍ୟସ୍ତ ଥିବ। ଟି-୨୦ ବିଶ୍ୱକପ ପରେ ହିଁ ନୂଆ ମୁଖ୍ୟ କୋଚ୍କୁ ନିଯୁକ୍ତି ମିଳିବ।
ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟରେ ବାରାଣସୀରେ ଭୋଟ୍ ପଡିବ । ମୋଦି କ୍ରମାଗତ ତୃତୀୟ ଥର ପାଇଁ ଏଠାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏଥିପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ୭ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆଜି ଶେଷ ତାରିଖ ।
ତଦନ୍ତ ବେଳେ ଦିଲ୍ଲୀ ଏବଂ ଅମୃତସର ବିମାନ ବନ୍ଦରର ସିସିଟିଭି ଫୁଟେଜ ଏବଂ ଫ୍ଲାଇଟ୍ ମାନିଫେଷ୍ଟ ଟିକିନିକି ଯାଞ୍ଚ୍ କରାଯାଇଥିଲା। ଜଣେ ସନ୍ଦିଗ୍ଧଙ୍କୁ ସର୍ଟଲିଷ୍ଟ କରାଯାଇଥିଲା କାରଣ ତାଙ୍କୁ ଉଭୟ ବିମାନରେ ଦେଖିବାକୁ ମିଳିଥିଲା । ଅଧିକାରୀ କହିଛନ୍ତି ଯେ ସନ୍ଦିଗ୍ଧ ଯାତ୍ରୀଙ୍କ ଫୋନ୍ ନମ୍ବର ସଂପୃକ୍ତ ଏୟାରଲାଇନ୍ସରୁ ମିଳିଥିଲା କିନ୍ତୁ ବୁକିଂ ସମୟରେ ସେ ଏକ ନକଲି ନମ୍ବର ପ୍ରଦାନ କରିଥିଲା।
ଆଜିକାଲି ପିଲାମାନଙ୍କ ଦୁନିଆଁ ମୋବାଇଲ୍ ସ୍କ୍ରିନ୍, ସୋସିଆଲ୍ ସାଇଟ୍, ସାଙ୍ଗ ଏବଂ ନିଜ ଭିତରେ ସୀମିତ ହୋଇ ରହିଯାଇଛି। ସେମାନେ ସଂପର୍କର ମୂଲ୍ୟ ବୁଝୁ ନାହାନ୍ତି। ଆପଣ କେବେ ଭାବିଛନ୍ତି କି ସେମାନଙ୍କ ଏପରି ଆଚରଣ ପଛରେ କାରଣ କ’ଣ ହୋଇପାରେ?
ଦୁର୍ଘଟଣା ପରେ ସେଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଲବୋର୍ଡଟି ସେଠାରେ ଲାଗିବା ପାଇଁ ଅନୁମତି ଥିଲା କି ନାହିଁ ସେ ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି।
ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୪ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ବେଳେବେଳେ ଏମିତି ହୁଏ ଏସିର ରିମୋଟ୍ ହଜିଯାଏ କିମ୍ବା ପଡିକି ଭାଙ୍ଗିଯାଇଥାଏ। ଏହି ସମୟରେ ଯେ କେହି ବି ଚିନ୍ତାରେ ପଡିଯିବ। କିନ୍ତୁ ଏହାକୁ ଏଡାଇବା ପାଇଁ, ଆମେ ଆପଣଙ୍କୁ କହିବୁ ଯେ ଆପଣ ନିଜ ସ୍ମାର୍ଟଫୋନ୍ରୁ କିପରି ଆପଣଙ୍କ ଘର କିମ୍ବା ଅଫିସ୍ର ACକୁ ନିୟନ୍ତ୍ରଣ କରିପାରିବେ।
ତାଙ୍କର ପରଲୋକ ହୋଇଥିବା ବେଳେ, ଆସନ୍ତାକାଲି ତାଙ୍କ ପାର୍ଥିବଶରୀରକୁ ପାଟନା ରାଜେନ୍ଦ୍ରନଗର ସ୍ଥିତ ବାସଭବନକୁ ଅଣାଯିବ ବୋଲି ସୂଚନା ମିଳିଛି ।
ଅଡ଼ୁଆରେ ବିଜେପି ନେତ୍ରୀ ତଥା ହାଇଦ୍ରାବାଦର ସାଂସଦ ପ୍ରାର୍ଥୀ ମାଧବୀ ଲତା।ଗୋଟିଏ ପୋଲିଂ ବୁଥରେ ସେ ନିର୍ବାଚନ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କ ଭଳି ଭୋଟ ଦେବାକୁ ଆସିଥିବା ମୁସଲିମ ମହିଳାଙ୍କ ପରିଚୟପତ୍ର ଯାଞ୍ଚ କରିଛନ୍ତି।
ପ୍ରବଳ ପବନ ଯୋଗୁ ଚାରିଆଡେ ଭୟଙ୍କର ଧୂଳି ଝଡ ସୃଷ୍ଟି ହୋଇଛି। ଏଥିଲାଗି ମୁମ୍ବାଇ ଏୟାରପୋର୍ଟରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ବିମାନ ଲ୍ୟାଣ୍ଡିଂ ଓ ଟେକ୍ଅଫ୍କୁ ୩୦ ମିନିଟ ଯାଏଁ ବାତିଲ କରାଯାଇଛି।
ଅନେକ ପ୍ରତିକୁଳ ପରିସ୍ଥିତି ଦେଇ ପୁନମ୍ ପାଠ ପଢ଼ିଛନ୍ତି ଆଉ ସଫଳ ହୋଇଛନ୍ତି । ଆଜି ତାଙ୍କ ପାଇଁ ସମସ୍ତେ ଗର୍ବିତ । ପରିବାରର ମାନ ସମ୍ମାନ ବଢ଼ାଇଛନ୍ତି ପୁନମ ।