• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆଶ୍ଚର୍ଯ୍ୟଜନକ ଘଟଣା । ଶୁଣିଲେ ହେବେ ଚକିତ । ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ଅନୈତିକ ସମ୍ପର୍କ ଥିବା ଜଣାପଡ଼ିବା ପରେ ଇଲେକ୍ଟ୍ରିକ୍ ପୋଲ ଉପରକୁ ଚଢି ଯାଇଥିଲେ । ଏହି ମହିଳାଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି ଏବଂ ଗତ ସାତ ବର୍ଷ ଧରି ତାଙ୍କର ପ୍ରେମ ସମ୍ପର୍କ ଥିଲା । ତାଙ୍କ ସ୍ୱାମୀ ଏହା ଜାଣିବା ମାତ୍ରେ ସେ ବିରୋଧ କରିଥିଲେ । ଏହା ପରେ ମହିଳା ଜଣକ ଆତ୍ମହତ୍ୟା କରିବାକୁ ମଧ୍ୟ ଧମକ ଦେବା ଆରମ୍ଭ କରିଥିଲେ ।

ଏକ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପଡୋଶୀ ଗାଁର ଜଣେ ଯୁବକଙ୍କ ସହ ମହିଳାଙ୍କର ଅନୈତିକ ସମ୍ପର୍କକୁ ତାଙ୍କ ସ୍ୱାମୀ ନାପସନ୍ଦ କରିବା ପରେ ମହିଳା ଜଣକ ଅନେକ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏକ ମାସ ପୂର୍ବରୁ ସେ ଏକ ଘରର ୫ମ ମହଲାରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହାପୂର୍ବରୁ ମହିଳା ଜଣଙ୍କ ମଧ୍ୟ ଟ୍ରେନ୍‌ ଟ୍ରାକରେ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥିଲେ । 

ଏହି ଘଟଣା ପରେ, ନିକଟରେ ମହିଳା ଏକ ଇଲେକ୍ଟ୍ରିକ୍ ପୋଲ ଉପରକୁ ଚଢିଥିବାର ଦେଖବାକୁ ମିଳିଥିଲା । ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଭିଡ଼ିଓ଼ରେ ଏହା ମଧ୍ୟ ଦେଖିବାକୁ ମିଳୁଛି ଯେ ମହିଳା ଜଣଙ୍କ ଡେଇଁବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ସୁରକ୍ଷିତ ଭାବରେ ତଳକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଖବର ଅନୁଯାୟୀ ସ୍ୱାମୀ, ସ୍ତ୍ରୀ ଓ ପ୍ରେମିକ ମଧ୍ୟରେ ଆପୋଷ ବୁଝାମଣା କରିବାକୁ ପୋଲିସ ମଧ୍ୟ ଚେଷ୍ଟା କରୁଛି ।

ମହିଳା ଜଣକ ପୋଲିସକୁ ସୂଚନା ଦେଇ କହିଛନ୍ତି ଯେ ସେ ତାଙ୍କ ପ୍ରେମିକ ସହ ରହିବାକୁ ଚାହୁଁଛନ୍ତି । କିନ୍ତୁ ପାରିବାରିକ କାରଣରୁ ସେ ତାଙ୍କ ସ୍ୱାମୀକୁ ମଧ୍ୟ ଛାଡିବାକୁ ଚାହାଁନ୍ତି ନାହିଁ, କାରଣ ସେ ତିନିଟି ସନ୍ତାନର ମା’ । ତାଙ୍କ ପିଲାଙ୍କୁ ଛାଡ଼ି ଯିବାକୁ ଚାହୁଁ ନାହାଁନ୍ତି । ଏଭଳି ପରିସ୍ଥିତିରେ ସେ ଉଭୟ ସ୍ୱମୀ ଓ ପ୍ରେମିକ ସହ ରହିବାକୁ ଦାବି କରୁଛନ୍ତି।