/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712225943.jpg)
Rahul Gandhi
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପାଖରେ ଅଛି ୨୦ କୋଟିର ସଂପତ୍ତି । କେରଳ ୱାଏନାଡ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରେ ଏହି ତଥ୍ୟ ଉଲ୍ଲେଖ କରିଛନ୍ତି ରାହୁଲ । ଏହା ସହ ନିଜ ସମ୍ପତ୍ତି ତାଲିକାରେ ସେ ନଗଦ ୫୫ ହଜାର ଟଙ୍କା ପାଖରେ ରଖିଥିବା ଉଲ୍ଲେଖ କରିଛନ୍ତି । ତେବେ ମୋଟ୍ ସମ୍ପତ୍ତିର ପରିମାଣ ୨୦ କୋଟି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ରାହୁଲ ।
ରାହୁଲଙ୍କ ବ୍ୟାଙ୍କରେ ୨୬ ଲକ୍ଷ ୨୫ ହଜାର ଟଙ୍କା ଜମା ଥିବା ବେଳେ ୪ କୋଟି ୩୩ ଲକ୍ଷର ବଣ୍ଡ, ମ୍ୟୁଚୁଆଲ୍ ଫଣ୍ଡରେ ୩ କୋଟି ୮୧ ଲକ୍ଷ ଟଙ୍କାର ନିବେଶ, ୧୫ ଲକ୍ଷ ୨୧ ହଜାର ଟଙ୍କାର ଗୋଲ୍ଡ ବଣ୍ଡ, ୪ ଲକ୍ଷ ୨୦ ହଜାର ଟଙ୍କାର ସୁନା ଅଳଙ୍କାର, ଦିଲ୍ଲୀର ମେହରୁଲରେ ଚାଷ ଜମି, ଗୁରଗ୍ରାମରେ ୯ କୋଟି ଟଙ୍କାର ଏକ ଅଫିସ ପ୍ରପର୍ଟି ରହିଥିବା ରାହୁଲ ପ୍ରାର୍ଥିପତ୍ର ଦାଖଲ ବେଳେ ସତ୍ୟପାଠରେ ଦର୍ଶାଇଛନ୍ତି ।
ଅଧିକ ପଢ଼ନ୍ତୁ: ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ବନ୍ଦ; ରାହୁଲ କହିଲେ, ଫ୍ଲାଇଟ୍ ଛାଡ଼ନ୍ତୁ, ଟ୍ରେନ୍ରେ ଯିବାକୁ ବି ଟଙ୍କା ନାହିଁ
ତେବେ ନିଜ ନାଁରେ ଘର କି ଗାଡ଼ି ନଥିବା ଦର୍ଶାଇଛନ୍ତି । ଏହା ସହ ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ଏକ ମାମଲା ଚାଲୁଥିବା ମଧ୍ୟ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)