ରିବେଲ୍ ଷ୍ଟାର୍ ପ୍ରଭାସ, ଗଦର ଷ୍ଟାର୍ ସନ୍ନି ଦେଓଲ୍ଙ୍କୁ ଏକାଠି ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ଟଲିଉଡ୍ ନିର୍ଦ୍ଦେଶକ ଗୋପୀଚାନ୍ଦ ମଲିନେନୀ ଅନେକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ପ୍ରଭାସ ଏବଂ ସନ୍ନିଙ୍କ ସହ ପୋଜ୍ ଦେଉଥିବା ନଜର ଆସିଛନ୍ତି।
ସିନେ ତାରକାଙ୍କ ବ୍ୟକ୍ତିଗତ ଜୀବନ ସୋସିଆଲ ମିଡିଆରେ ସବୁବେଳେ ଏକ ହଟ୍ ପ୍ରସଙ୍ଗ ହୋଇ ରହିଥାଏ। ବିଶେଷକରି, ପ୍ରେମ କାହାଣୀ ଏବଂ ତାରକାମାନଙ୍କର ବିବାହ କଥା ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ହୋଇଥାଏ। ବର୍ତ୍ତମାନ ବିବାହ ପ୍ରସଙ୍ଗରେ ଟଲିଉଡର ହିରୋ ପ୍ରଭାସଙ୍କ ନାମ ଶୀର୍ଷରେ ଅଛି।
ହାଇଦ୍ରାବାଦର ଜଲପଲ୍ଲୀ ଅଞ୍ଚଳରେ ସୌନ୍ଦର୍ଯ୍ୟା ୬ ଏକର ଜମି କିଣିଥିଲେ। ଏହି ଜମିକୁ ନେଇ ତାଙ୍କ ଏବଂ ମୋହନ ବାବୁଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିଲା ବିବାଦ।
ଟଲିଉଡ୍ ଫୋକସରେ ଦକ୍ଷିଣ ଓଡ଼ିଶା। ମାଲକାନଗିରି ପରେ କୋରାପୁଟରେ ଫିଲ୍ମ ସୁଟିଂ। ପ୍ରାକୃତିକ ସବୁଜିମାରେ ଭର୍ତ୍ତି ତଳମାଳିରେ ତିଆରି ଚାଲିଛି ଆଉ ଗୋଟିଏ ବିଗ୍ ବଜେଟ୍ ତେଲଗୁ ମୁଭି। ଯାହାର ନିର୍ମାଣ କରୁଛନ୍ତି ବାହୁବଳୀ ଫେମ୍ ଖ୍ୟାତନାମା ପ୍ରଯୋଜକ ତଥା ନିର୍ଦ୍ଦେଶକ ରାଜାମୌଲି। ସେ ନିଜର ଅପକମିଂ ଫିଲ୍ମ ପାଇଁ ସାଉଥ୍ ସୁପରଷ୍ଟାର ମହେଶ ବାବୁ ଓ ପୂରା ୟୁନିଟ୍ ସହ କୋରାପୁଟରେ ଡେରା ପକାଇଛନ୍ତି। ଖୁବଶୀଘ୍ର ଆସିବେ ପ୍ରିୟଙ୍କା ଚୋପ୍ରା।
କୋରାପୁଟରେ ସାଉଥ୍ ସିନେମା ସୁଟିଂ। ପୁଷ୍ପା-ଟୁ' ପରେ ଦକ୍ଷିଣ ଓଡ଼ିଶାରେ ଆଉ ଏକ ହାଇ ବଜେଟ୍ ତେଲଗୁ ଫିଲ୍ମର ମେକିଂ। କୋରାପୁଟ ଜିଲ୍ଲାରେ ଡେରା ପକାଇଛି ପୂରା ୟୁନିଟ୍।
‘ପୁଷ୍ପା ୨’ ପାଇଁ ‘ଛାଭା’ ବିପଦ। ‘ପୁଷ୍ପା ୨’ ର ପ୍ରଥମ ଦିନର ରୋଜଗାର ୧୬୪.୨୫ କୋଟି ଥିଲାବେଳେ ‘ଛାଭା’କୁ ଏହି ରୋଜଗାର କରିବାକୁ ୫ ଦିନ ଲାଗିଥିଲା। ଏହାକୁ ଦେଖିଲେ, ଲାଗେ ‘ଛାଭା’ କିପରି ‘ପୁଷ୍ପା ୨’ ପାଇଁ ବିପଦ ହୋଇପାରେ? ଏହି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ନିଶ୍ଚୟ ଆସୁଥିବ। ଆସନ୍ତୁ ଏ ବିଷୟରେ ଜାଣିବା।
ବବି ଦେଓଲ୍ ପୁଣି ଥରେ ଭୟଙ୍କର ଖଳନାୟନ ହୋଇ 'କଙ୍ଗୁଭା'ରେ ଦର୍ଶକଙ୍କ ମନରେ କ୍ରୋଧ ସୃଷ୍ଟିକରିବାକୁ ପ୍ରସ୍ତୁତ। ଏହି ଫିଲ୍ମ ଦେଶ ତଥା ବିଦେଶର ପ୍ରେକ୍ଷାଳୟରେ ଏକ ବଡ଼ ହିଟ୍ ହୋଇପାରେ ବୋଲି ଆଶା କରାଯାଏ। ଏହା ୧୦,୦୦୦ ପରଦାରେ ଗ୍ଲୋବାଲ୍ ରିଲିଜ୍ ମାଧ୍ୟମରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିବାକୁ ଯାଉଛି।
ଇଣ୍ଡଷ୍ଟ୍ରିରେ ଏମିତି କିଛି ବ୍ୟାଚଲର ଅଛନ୍ତି, ଯଦି ସେମାନେ ଠିକ୍ ସମୟରେ ବିବାହ କରିଥାନ୍ତେ, ତେବେ ଆଜି ଜେଜେବାପା କି ଜେଜେମା ହୋଇଥାନ୍ତେ। ସେମିତି ଜଣେ ହେଲେ ନଗମା। ୪୯ ବର୍ଷୀୟ ଏହି ସୁନ୍ଦରୀ ଯିଏ ପୂର୍ବରୁ ୩ ଜଣ ବିବାହିତ ପୁରୁଷଙ୍କ ପ୍ରେମରେ ପଡ଼ିଥିଲେ, କିନ୍ତୁ ବିବାହ କରିପାରି ନ ଥିଲେ। ବର୍ତ୍ତମାନ ସେ ବିବାହ କରିବାକୁ ଯାଉଛନ୍ତି।
୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ୟଶ୍ଙ୍କ ଫିଲ୍ମ 'କେଜିଏଫ୍ ୨' ଏବଂ ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ଜାତୀୟ ପୁରସ୍କାର ପାଇଛି। ମାଲାୟାଲମ୍ ଚଳଚ୍ଚିତ୍ର 'ଅଟ୍ଟମ୍' ଶ୍ରେଷ୍ଠ ଫିଚର୍ ଫିଲ୍ମ ପୁରସ୍କାର ଲାଭ କରିଛି। ଯେଉଁଠାରେ ଋଷଭ ଶେଟ୍ଟୀ, ନିତ୍ୟା ମେନେନ ଏବଂ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆଖ୍ୟା ପାଇଛନ୍ତି।
ଅଗଷ୍ଟ ୧୫କୁ କ୍ୟାପ୍ଚର୍ କରିବା ରେସ୍ରେ ମନୋରଂଜନ ଦୁନିଆ। ଏହି ପ୍ରତିଯୋଗିତା ସାଉଥ୍ ଏବଂ ବଲିଉଡ ମଧ୍ୟରେ ହେବାକୁ ଯାଉଛି। ବଲିଉଡ୍ର ୩ ଦମଦାର ଫିଲ୍ମ ଏହି ଦିନ ରିଲିଜ୍ ହେବାକୁ ଥିବା ବେଳେ ସାଉଥ୍ ମଧ୍ୟ ୨ ଫିଲ୍ମ ସହିତ ସଂଘର୍ଷ କରିବାକୁ ପ୍ରସ୍ତୁତ। ତେବେ କିଏ ମାରିବ ବାଜି।
ସୁପରଷ୍ଟାର ରଜନୀକାନ୍ତ ଚଳିତ ବର୍ଷ ମଧ୍ୟ ତାଙ୍କର ବାର୍ଷିକ ଭ୍ରମଣ ଆରମ୍ଭ କରିଛନ୍ତି। ସେ ବର୍ତ୍ତମାନ ଉତ୍ତରପ୍ରଦେଶର କେଦାରନାଥ ଏବଂ ବଦ୍ରିନାଥ ଗସ୍ତରେ ଅଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ନୂଆ ଭିଡିଓ ଏବଂ ଫଟୋରେ ଏହି ଅଭିନେତା ରାଜ୍ୟର ପ୍ରସିଦ୍ଧ ତୀର୍ଥସ୍ଥାନରେ ଈଶ୍ୱରଙ୍କ ଆଶୀର୍ବାଦ ନେଉଥିବାର ନଜର ଆସିଛନ୍ତି।
ବହୁ ପ୍ରତୀକ୍ଷିତ ପାନ ଇଣ୍ଡିଆ ଫିଲ୍ମ 'ଥଙ୍ଗାଲାନ' ଏହାର ପ୍ରଥମ ଝଲକରେ ଲୋକଙ୍କୁ ପାଗଳ କରିଦେଇଛି। ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ନେଇ ଏହାର ଘୋଷଣା କରାଯାଇଛି। ଏହାର ଝଲକ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି, କିନ୍ତୁ ଗୋଟିଏ କଥା ସମସ୍ତଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇ ରହିଛି ଏବଂ ଏହା ହେଉଛି କୋଲାର ଗୋଲ୍ଡ ଫିଲ୍ଡର କାହାଣୀ।
ନିର୍ମାତା 'ପୁଷ୍ପା ୨'ରୁ ଶ୍ରୀବଲ୍ଲୀଙ୍କ ପ୍ରଥମ ଲୁକ୍କୁ ଶେୟାର୍ କରିଛନ୍ତି ଏବଂ ରଶ୍ମିକାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଫିଲ୍ମରୁ ସାମ୍ନାକୁ ଆସିଥିବା ଏହି ଲୁକ୍ରୁ ଜଣାପଡିଛି ଯେ ତାଙ୍କ ଷ୍ଟାଇଲ୍ ଅଧିକ ଆକର୍ଷଣୀୟ ହେବାକୁ ଯାଉଛି। ଏଥିରେ ରଶ୍ମିକା ବହୁତ ସୁନ୍ଦର ଦେଖାଯାଉଛନ୍ତି।
ବୟସର ଏହି ପର୍ଯ୍ୟାୟରେ ମଧ୍ୟ ରଜନୀକାନ୍ତ ବଡ ପରଦାରେ ବିସ୍ଫୋରକ ଆକ୍ସନ କରୁଥିବା ନଜର ଆସିଛନ୍ତି। ବର୍ତ୍ତମାନ ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଥାଲାଇଭର୍ ୧୭୧'ର ପୋଷ୍ଟର ରିଲିଜ୍ ହୋଇଛି। ଏହା ସହିତ ସୁପର୍ଷ୍ଟାର୍ର ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି।
ଅଦିତି ତାଙ୍କର ଦୀର୍ଘ ଦିନର ପ୍ରେମିକା ସାଉଥ୍ ହୀରୋ ସିଦ୍ଧାର୍ଥଙ୍କୁ ହାଇଦ୍ରାବାଦର ଏକ ମନ୍ଦିରରେ ଏନ୍ଗେଜ୍ମେଣ୍ଟ୍ କରିଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ଅନେକ ଶୁଭେଚ୍ଛା ଜଣାଉଛନ୍ତି।
ନିକଟରେ ‘କଙ୍ଗୁଭା’ର ଟିଜର୍ ରିଲିଜ୍ ହୋଇଥିଲା। ଟିଜରରେ ସୂର୍ଯ୍ୟ ସିଙ୍ଘମ୍ ଏବଂ ‘ଆନିମଲ୍’ର ଅବରାର ବା ‘କଙ୍ଗୁଭା’ର ଉଧିରନ୍ର ଜବରଦସ୍ତ ଷ୍ଟାଇଲ୍ ଦେଖି ଲୋକଙ୍କ ଉତ୍ସାହ ଆହୁରି ବଢିଯାଇଛି। ଫିଲ୍ମର ଟାଇଟଲ୍କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଏହାର ମାନେ କ’ଣ? ଫିଲ୍ମର ଟାଇଟଲ ଏମିତି କାହିଁକି ରଖାଗଲା? ଆପଣଙ୍କ ମନରେ ଯଦି ଏଭଳି କିଛି ପ୍ରଶ୍ନ ସୃଷ୍ଟି ହେଉଛି ତେବେ ଏବେ ସ୍ପଷ୍ଟ ହୋଇଯାଆନ୍ତୁ।
ଆଗାମୀ ଦିନରେ ରାମ ଚରଣଙ୍କ ଅନେକ ବଡ ବଡ ଫିଲ୍ମ ଦେଖିବାର ମଧ୍ୟ ସୁଯୋଗ ମିଳିବ, ଯେଉଁଥିପାଇଁ ଫିଲ୍ମର ନିର୍ମାତା ତାଙ୍କ ଜନ୍ମଦିନରେ ଅଭିନେତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଆଶ୍ଚର୍ଯ୍ୟ କରିବାକୁ ଯାଉଛନ୍ତି। ଏହି ଦିନ ରାମ ଚରଣଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ନିର୍ମାତା ଗୋଟିଏ ନୁହେଁ ବରଂ ତିନୋଟି ବଡ ସର୍ପ୍ରାଇଜ୍ ଦେବାକୁ ଯାଉଛନ୍ତି।
ପ୍ରଥମେ ‘କଙ୍ଗୁଭା’ର ପ୍ରଥମ ଲୁକ୍ ଏକ ଉତ୍ତେଜନା ସୃଷ୍ଟି କଲା, ତା’ପରେ ଫିଲ୍ମର ସୁଟିଂ ଏବଂ ବଜେଟ୍ ମଧ୍ୟ ଆଶ୍ଚର୍ଯ୍ୟ କଲା ଏବଂ ବର୍ତ୍ତମାନ ‘କଙ୍ଗୁଭା’ର ଟିଜର ରିଲିଜ୍ ହୋଇଛି। ବର୍ତ୍ତମାନ ଏହି ଟିଜର ୟୁଟ୍ୟୁବରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଏଥିରେ ବବି ଦେଓଲ୍ ଭିଲେନ୍ ଉଧିରନ୍ ଭୂମିକାରେ ନଜର ଆସିଛନ୍ତି।
‘ବାହୁବଲୀ’ ପରେ ଏହି ପିରିୟଡ୍ ଆକ୍ସନ୍ ଡ୍ରାମାର ୨ୟ ଭାଗ ଦେଖିବା ପାଇଁ ଅନେକ ଲୋକ ପ୍ରେକ୍ଷାଳୟକୁ ଦୌଡିଥିଲେ ଏବଂ ଏହା ମଧ୍ୟ ହିଟ୍ ହୋଇଥିଲା। ୨ୟ ଭାଗ କରିବା ପରେ, ଲୋକମାନେ ଏହାର ତୃତୀୟ ଭାଗ ମଧ୍ୟ ଦେଖିବାକୁ ଆଗ୍ରହୀ ଏବଂ ଏହା ବିଷୟରେ ଏକ ଆକର୍ଷଣୀୟ ଚର୍ଚ୍ଚା ଜୋର ଧରିଛି।
ଶୁଣିବାକୁ ମିଳୁଛି ଯେ କରୀନା କପୁର, ୟଶଙ୍କ ଆଗାମୀ ଚଳଚ୍ଚିତ୍ର 'ଟକ୍ସିକ୍'ରେ ସାମିଲ ହୋଇପାରନ୍ତି ଏବଂ କନ୍ନଡ ସିନେମାରେ ତାଙ୍କର ଡେବ୍ୟୁ ଆରମ୍ଭ କରିପାରନ୍ତି। ଗତ ବର୍ଷ ଏହି ପ୍ରକଳ୍ପ ଘୋଷଣା ହୋଇଥିଲା ଏବଂ ଡିସେମ୍ବରରେ ଏହାର ଟାଇଟଲ୍ ଉନ୍ମୋଚନ କରିଥିଲେ ୟଶ।
ପ୍ରଭାସଙ୍କ ପାଇଁ ୨୦୨୩ ଭଲ ନଥିଲା। ତାଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ ବଡ ପରଦାରେ ସାଙ୍ଘାତିକ ଭାବେ ଫ୍ଲପ୍ ହୋଇଥିଲା। ଏହା ପରେ ‘ସାଲାର’ ଆସିଲା କିନ୍ତୁ ଏହି ଚଳଚ୍ଚିତ୍ର ମଧ୍ୟ ସେମିତି କିଛି ଆଶ୍ଚର୍ଯ୍ୟଜନକ କାମ କରିପାରିଲା ନାହିଁ। ଅବଶ୍ୟ, ୨୦୨୪ ପ୍ରଭାସଙ୍କ ପାଇଁ ବହୁତ ବଡ ହେବାକୁ ଯାଉଛି କାରଣ ତାଙ୍କ ଫିଲ୍ମ ‘ପ୍ରୋଜେକ୍ଟ K’ ବା ‘କଲ୍କି ୨୮୯୮ ଏଡି’ ଖୁବ ଶୀଘ୍ର ଆସୁଛି।
ଲୋକମାନେ ଉତ୍ସାହର ସହିତ ‘କଲ୍କି ୨୮୯୮’କୁ ଅପେକ୍ଷା କରିଛନ୍ତି ଯେଉଁଥିରେ ପ୍ରଭାସ ପୁଣି ଥରେ ପରଦାରେ ଭଗବାନଙ୍କ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରକୁ ଆଜି ପର୍ଯ୍ୟନ୍ତ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଇଛି।
ଆଜି ଭାରତୀୟ ସିନେମାର ଆଗଧାଡିର ନିର୍ଦ୍ଦେଶକ ତାଲିକାରେ ଏସ୍.ଏସ୍ ରାଜାମୌଲି ଜଣେ। ବର୍ତ୍ତମାନ ପିଢିର ସମସ୍ତ ତାରକାମାନଙ୍କ ସ୍ୱପ୍ନ ରାଜାମୌଲିଙ୍କ ସହ କାମ କରିବା। କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କ ନିଜ ଲୋକମାନେ ହିଁ ତାଙ୍କୁ ଥଟ୍ଟା-ପରିହାସ କରୁଥିଲେ।
ସାଉଥ୍ର ପ୍ରାୟ ସମସ୍ତ କଳାକାର ନିଶ୍ଚିତ ଭାବରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହାଁନ୍ତି। କେତେକ ସେଲିବ୍ରେଟ୍ ସଫଳ ହୋଇଥିଲେ ମଧ୍ୟ ଏମିତି କିଛି ତାରକା ଅଛନ୍ତି ଯେଉଁମାନେ ନିଜ ଅଭିନୟର ଯାଦୁକୁ ବଲିଉଡ୍ରେ ଦେଖେଇ ପାରି ନାହାନ୍ତି। ତେବେ ଆସନ୍ତୁ ସେହି ସେଲିବବ୍ରେଟିମାନଙ୍କୁ ଜାଣିନେବା।
ପ୍ରେକ୍ଷାଳୟରେ ହ୍ରିତିକ ରୋଶନଙ୍କ ‘ଫାଇଟର୍’ ଧମାକା କରୁଥିବାବେଳେ ସାଉଥ୍ ସୁପରଷ୍ଟାର ମୋହନଲାଲଙ୍କ ‘ମଲାଇକୋଟାଇ ଭାଲିବାନ’କୁ ପ୍ରଶଂସକଙ୍କ ଖୁବ୍ ଭଲ ପାଇବା ମିଳୁଛି। ପ୍ରଥମ ଦିନରେ ଉଭୟ ଚଳଚ୍ଚିତ୍ରର ରୋଜଗାରର ଫଳାଫଳ ଆସିଛି, ଯେଉଁଥିରେ ଫାଇଟର୍ ବାଜି ମାରିନେଇଛି।