• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ରିଷଭ ପନ୍ତଙ୍କୁ ବଡ଼ ଝଟକା । ଭରିବେ ୨୪ ଲକ୍ଷ ଟଙ୍କାର ଜୋରିମାନା । ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ କୋଲକତା ନାଇଟ୍‌ ରାଇଡର୍ସଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଆଉ ଏକ ଝଟ୍‌କାର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ଉପରେ ୨୪ ଲକ୍ଷ ଟଙ୍କା ଜୋରିମନା କରାଯାଇଛି । ମନ୍ଥର ଓଭର ହାର ହେତୁ ରିଷଭଙ୍କୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଜୋରିମନା କରାଯାଇଛି । 

ତେବେ ଏହି ଜୋରିମାନା କେବଳ ତାଙ୍କ ଉପରେ ନୁହେଁ ବରଂ ଟିମ୍‌ ଉପରେ ଲାଗୁ କରାଯାଇଛି । ଚଳିତ ସିଜନ୍‌ରେ ତୃତୀୟ ଥର ପାଇଁ ଦିଲ୍ଲୀ ପରାଜୟର ସମ୍ମୁଖୀନ ହୋଇଛି । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଏକ ମ୍ୟାଚ ଜିତିଥିଲା ଦିଲ୍ଲୀ ।

ଅଧିକ ପଢ଼ନ୍ତୁ: ୨୦୨୪ ଟି-୨୦ ବିଶ୍ୱକପ୍‌ରେ ଖେଳିବେ କି ରିଷଭ ପନ୍ତ

କୋଲକାତା ବିପକ୍ଷରେ ଦିଲ୍ଲୀକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ପରାଜୟ ପରେ ରିଷଭ ପନ୍ତଙ୍କ ସହିତ ଖେଳୁଥିବା ଟିମ୍‌ର ଅନ୍ୟ ଖେଳାଳିଙ୍କୁ ମଧ୍ୟ ଜୋରିମନା କରାଯାଇଥିଲା । ଏହା ଦ୍ୱିତୀୟ ଥର ପାଇଁ ପନ୍ତଙ୍କ ଟିମ୍‌ ମନ୍ଥର ଓଭର ହାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି କାରଣରୁ ୨୪ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି । ଦିଲ୍ଲୀର ଅବଶିଷ୍ଟ ଖେଳାଳିଙ୍କୁ ୬ ଲକ୍ଷ ଟଙ୍କା କିମ୍ବା ମ୍ୟାଚ ଫି’ର ୨୫ ପ୍ରତିଶତ ଜୋରିମନା କରାଯାଇଛି । 

କେକେଆର ଜିତିବା ପରେ ଶାହାରୁଖ ଖାନ ନିଜ ଟିମର ଖେଳାଳିଙ୍କୁ ଭେଟିବାକୁ ପଡ଼ିଆକୁ ଯାଇଥିଲେ । ଏହି ସମୟରେ ସେ ନିଜ ଟିମ୍ ସହ ବିରୋଧୀ ଟିମ୍ ଯଥା ଦିଲ୍ଲୀ କ୍ୟାପିଟାଲ୍ସର କ୍ର‌ିକେଟରଙ୍କୁ ମଧ୍ୟ ଭେଟିଥିବା ଦେଖିବାକୁ ମିଳିଥିଲା । ଏହି ସମୟର ଫଟୋ ଓ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।