• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଜ୍‌ଙ୍କ ନାଁରେ ରୁଜୁ ହେଲା ମାମଲା । ନ୍ୟାୟଧିଶଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ । ତାହା ପୁଣି ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ । ଆଉ ସବୁଠାରୁ ବଡ଼ କଥା ହେଲା, ଯେତେବେଳେ ଜଣେ ପୀଡ଼ିତା ନ୍ୟାୟ ପାଇଁ ଜଜ୍‌ଙ୍କ ନିକଟକୁ ଆସିଥିଲେ ସେତେବେଳେ ଜଜ୍‌ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ବି ସତ । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି ।

ମାର୍ଚ୍ଚ ୩୦ ତାରିଖରେ ରାଜସ୍ଥାନ ହିଣ୍ଡାଉନ୍‌ ସହରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଗ୍ୟାଙ୍ଗରେପ୍‌ର ଶିକାର ହୋଇଥିବା ଜଣେ ଯୁବତୀ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ବୟାନ ରେକର୍ଡ କରିବାକୁ ଆସିଥିବା ବେଳେ, ଜଜ୍‌ ତାଙ୍କୁ ପୋଷାକ ଖୋଲି କ୍ଷତ ଚିହ୍ନ ଦେଖାଇବାକୁ କହିଥିଲେ । ଏନେଇ ବାର ଓ ବେଞ୍ଚ ପକ୍ଷରୁ ମଧ୍ୟ କୁହାଯାଇଛି ।

ତେବେ ଏହି ଘଟଣା ପରେ ହିଣ୍ଡାଉନ୍‌ ସହରର ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ରବିନ୍ଦ୍ର କୁମାରଙ୍କ ନାଁରେ ସେକ୍ସନ୍‌ ୩୪୫ ଆଧାରରେ ମାମଲା ରୁଜୁ କରିଛି ପୋଲିସ । ଖାଲି ସେତିକି ନୁହେଁ ଯୁବତୀ ଜଣକ SC/ST ହୋଇଥିବାରୁ ଆଟ୍ରୋସିଟ୍‌ ମାମଲା ମଧ୍ୟ ଜଜ୍‌ଙ୍କ ନାଁରେ ଯୋଡ଼ି ହୋଇଛି ।

ତେବେ ପୀଡ଼ିତା ଜଣକ ଆହୁରି କହିଛନ୍ତି, ‘ମୋତେ ପୋଷାକ ଖୋଲି ଦେହରେ ଥିବା କ୍ଷତ ଚିହ୍ନ ଦେଖାଇବାକୁ କହିଥିଲେ ଜଜ୍ । ଯାହାକି ମୋ ପାଇଁ ଅସହଜ ଥିଲା । ଯଦି ସେଠାରେ କେହି ମହିଳା ଜଜ୍‌ ଉପସ୍ଥିତ ଥାନ୍ତେ ତାହାଲେ ବୋଧହୁଏ ମୋତେ ପୋଷାକ ଖୋଲି ଦେଖାଇବା ପାଇଁ ଏତେ ଅସହଜ ଲାଗିନଥାନ୍ତା ।