Advertisment

ଆଉ ଘରେ ରହିବେନି ଚାକର; ଏଣିକି ଘର କାମ କରିବ ରୋବୋଟ !

ଖୁବଶୀଘ୍ର ଆପଲ୍‌ ପକ୍ଷରୁ ଏନେଇ ଏକ ପ୍ରୋଜେକ୍ଟ ଲଞ୍ଚ ହେବାକୁ ଯାଉଛି। ବାସ୍ତବରେ ଜଣେ ମଣିଷ ଘରେ ଯେଉଁସବୁ କାମ କରେ, ତାହା ଆଗାମୀ ଦିନରେ ରୋବୋଟ କରିବ ବୋଲି ଯୋଜନା ପ୍ରସ୍ତୁତ କରୁଛି ଆପଲ୍‌।

author-image
Manoranjan Behera
ଅଦ୍ୟତନ ହୋଇଛି
Robot

Robot

ଏଣିକି ପ୍ରତ୍ୟେକ ଘରେ ରହିବ ରୋବୋଟ୍‌। ଏନେଇ ସଫ୍ଟୱେୟାର କମ୍ପାନୀ ଆପଲ୍‌ ଏକ ଯୋଜନା ପ୍ରସ୍ତୁତ କରୁଛି। ଆଗାମୀ କିଛି ବର୍ଷ ମଧ୍ୟରେ ସାରା ବିଶ୍ୱ ଏକ ବଡ଼ ଉଦ୍ଭାବନ ଦେଖିବ ବୋଲି ବ୍ଲୁମବର୍ଗର ମୁଖ୍ୟ ମାର୍କ ଗୁରମନ୍‌ କହିଛନ୍ତି। ବାସ୍ତବରେ ଜଣେ ମଣିଷ ଘରେ ଯେଉଁସବୁ କାମ କରେ, ତାହା ଆଗାମୀ ଦିନରେ ରୋବୋଟ କରିବ ବୋଲି ଯୋଜନା ପ୍ରସ୍ତୁତ କରୁଛି ଆପଲ୍‌।

Advertisment

ଆଉ ଘରେ ରହିବେନି ଚାକର ଚାକରାଣୀ। ଏଣିକି ଘରର ସମସ୍ତ କାମ କରିବ ରୋବୋଟ୍‌। ଖୁବଶୀଘ୍ର ଆପଲ୍‌ ପକ୍ଷରୁ ଏନେଇ ଏକ ପ୍ରୋଜେକ୍ଟ ଲଞ୍ଚ ହେବାକୁ ଯାଉଛି। ବ୍ଲୁମବର୍ଗର ମୁଖ୍ୟ ମାର୍କ ଗୁରମନ୍‌ଙ୍କ କହିବାନୁଯାୟୀ, ଏହି ରୋବୋଟ୍‌ରେ ଅନେକ ଫିଚର୍‌ ରହିବ। ଯେପରିକି ମୋବାଇଲ୍‌ରେ ଭିଡିଓ କଲ୍‌ କରିବା ଆଦି।

ବର୍ତ୍ତମାନ ସମୟରେ ଆପଲ୍‌ର କେତେକ ଇଞ୍ଜିନିୟର ଏହା ଉପରେ ଗବେଷଣା ଜାରି ରଖିଛନ୍ତି। ମୁଖ୍ୟତଃ ଘରକରଣା କାମରେ ରୋବୋଟ୍‌ କିପରି ସାହାଯ୍ୟ କରିବ, ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଯେପରି ବାସନ ଧୋଇବା, ଘର ପରିଷ୍କାର କରିବା। ରୋବୋଟିକ୍ସ ପ୍ରୋଜେକ୍ଟଟି ଆପଲ୍‌ର ହାର୍ଡୱେୟାର ଇଞ୍ଜିନିୟର ବିଭାଗର କୁତ୍ରିମ ବୁଦ୍ଧି ଓ ମେସିନ୍‌ ଲର୍ଣ୍ଣିକୁ ତଦାରଖ କରୁଛି।

Advertisment

ଯେହେତୁ ଏହା ଉପରେ ଗବେଷଣା ଓ ବିକାଶ ପ୍ରକ୍ରିୟା ଚାଲିଛି। ତେଣୁ କମ୍ପାନୀ ପକ୍ଷରୁ ଏହା କେବେ ଲଞ୍ଚ ହେବ, ତାହାର ତାରିଖ ଘୋଷଣା ହୋଇନାହିଁ। ତେବେ ଏହି ପ୍ରୋଜେକ୍ଟ ପଛରେ ଅନେକ ଚ୍ୟାଲେଞ୍ଜ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ନିକଟରେ ଇଲେକ୍ଟ୍ରିକ ଯାନ ପ୍ରୋଜେକ୍ଟ ବାତିଲ ହେବା ପରେ ଏହି ପଦକ୍ଷେପ ନିଆଯାଇଛି।

ତେବେ ଆପଲ୍‌ ରୋବୋଟ୍‌ ଗୁଡ଼ିକ ଆଗାମୀ ଦିନରେ ଘରୋଇ ଉପକରଣରେ ପରିଣତ ହେଉଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା। କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ଘରୋଇ ଟେକ୍ନୋଲୋଜିର ଭବିଷ୍ୟତ ଆଗାମୀ ଦିନରେ ରୋମାଞ୍ଚକ ହେବାକୁ ଯାଉଛି।

Shared Household Apple Robot
Advertisment
Advertisment