Advertisment

Railway Recruitment: ରେଳବାଇରେ ପୂରଣ ହେବ ୧୧୧୩ ପଦବୀ; ଦଶମ ପାଶ ପିଲା ନେବେ ସୁଯୋଗ

ଅଧିକାଂଶ ଶିକ୍ଷିତ ପ୍ରାର୍ଥୀ ରେଳବାଇରେ ଚାକିରି କରିବାକୁ ଆଗ୍ରହୀ ଥାଆନ୍ତି। ଏନେଇ ସେମାନେ ପ୍ରାୟ ଦଶମ ପାଶ୍ ପରେ ପରେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦିଅନ୍ତି। ଆପଣ ଯଦି ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।

author-image
Pramod Behera
ଅଦ୍ୟତନ ହୋଇଛି
South East Central Railway Recruitment

South East Central Railway Recruitment

ଅଧିକାଂଶ ଶିକ୍ଷିତ ପ୍ରାର୍ଥୀ ରେଳବାଇରେ ଚାକିରି କରିବାକୁ ଆଗ୍ରହୀ ଥାଆନ୍ତି। ଏନେଇ ସେମାନେ ପ୍ରାୟ ଦଶମ ପାଶ୍ ପରେ ପରେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦିଅନ୍ତି। ଆପଣ ଯଦି ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କାରଣ ରେଳବାଇରେ ଭର୍ତ୍ତି ନେଇ ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇ(SECR) ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୧୧୩ଟି ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପିଲାମାନେ ଏହାର ସୁଯୋଗ ନେଇପାରିବେ।

ପଢନ୍ତୁ ଏହି ଖବର: AAIରେ ପୂରଣ ହେବ ୪୯୦ ପଦବୀ; ଦରମା ୧.୪ଲକ୍ଷ ଟଙ୍କା

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SECRର ଅଫିସିଆଲ୍ ୱେବସାଇଟ apprenticeshipindia.org କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ SECR has invited applications for 1113 Apprentice posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୨ ଏପ୍ରିଲ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୧ ମେ ୨୦୨୪

ଖାଲି ପଦବୀ:

  • ଡିଆର୍‌ଏମ୍‌ ଅଫିସ୍(ରାୟପୁର ମଣ୍ଡଳ) – ୮୮୪ଟି ପୋଷ୍ଟ୍‌
  • ୱାଗନ୍ ରିପ୍ୟାର୍ ସପ୍(ରାୟପୁର) – ୨୬୯ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀ ସର୍ବନିମ୍ନ ୫୦% ଏଗ୍ରିଗେଟ୍ ମାର୍କ ସହିତ ୧୦ + ୨ ଶିକ୍ଷା ବ୍ୟବସ୍ଥା ଅଧୀନରେ ଦଶମ ପାଶ୍ କରିଥିବେ
  • ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସଂପୃକ୍ତ ଟ୍ରେଡ୍‌ରେ ITI ପାଶ୍‌ କରିବା ଜରୁରୀ

ପଢନ୍ତୁ ଏହି ଖବର: OSSC ମାଧ୍ୟମରେ ଓଡ଼ିଶାରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ

ଚୟନ ପ୍ରକ୍ରିୟା:

  • ଉଭୟ ମାଟ୍ରିକ୍ ଏବଂ ଆଇଟିଆଇ ମାର୍କ
  • ଡକ୍ୟୁମେଣ୍ଟ ଯାଞ୍ଚ
  • ଡାକ୍ତରୀ ଯାଞ୍ଚ
Indian Railways Indian Railway Jobs Govt Jobs
Advertisment
Advertisment