Advertisment

‘କଂଗ୍ରେସରେ ରହିଲେ ସନାତନ ଧର୍ମକୁ ଗାଳିଦେବାକୁ ପଡ଼ିବ, ମୁଁ ତାହା କରିପାରିବିନି’

ଏହି ଅବସରରେ ସେ କହିଛନ୍ତି କଂଗ୍ରେସରେ ରହିଲେ, ସବୁବେଳେ ସନାତନ ବିରୋଧରେ ମନ୍ତବ୍ୟ ଦେବାକୁ ହେବ । ଯାହାକି ମୋର ଇଚ୍ଛା ବିରୁଦ୍ଧ । କଂଗ୍ରେସରେ ରହିଲେ ପ୍ରତିଦିନ ସକାଳୁ ଉଠି ଦେଶର ବିକାଶରେ ଲାଗିଥିବା ବ୍ୟକ୍ତିଙ୍କୁ ଗାଳି କରିବାକୁ ପଡ଼େ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Gourav Vallabh joins BJP

Gourav Vallabh

କଂଗ୍ରେସକୁ ଆଉ ଏକ ବଡ଼ ଝଟକା । ଦଳ ଛାଡ଼ିଲେ ଫାୟାର ବ୍ରାଣ୍ଡ୍ ମୁଖପାତ୍ର ଗୌରବ ବଲ୍ଲଭ। ଯିଏ ଦିନେ କଂଗ୍ରେସ ପାଇଁ ଜାତୀୟ ସ୍ତରରେ ଯୁକ୍ତି କରୁଥିଲେ ସେ ଆଜି କଂଗ୍ରେସକୁ ଦୋଷୀ କରି ଦଳ ଛାଡ଼ିଚନ୍ତି । ଆଜି ସକାଳେ କଂଗ୍ରେସର ସବୁ ପଦବୀରୁ ଇସ୍ତଫା ଦେଇଛନ୍ତି ଗୌରବ ବଲ୍ଲଭ । ତେବେ ଇସ୍ତଫା ଦେବାର ମାତ୍ର କିଛି ସମୟ ପରେ ସେ ବିଜେପିରେ ବିଧିବଦ୍ଧ ଭାବେ ମିଶିଛନ୍ତି ।

Advertisment

ଏହି ଅବସରରେ ସେ କହିଛନ୍ତି କଂଗ୍ରେସରେ ରହିଲେ, ସବୁବେଳେ ସନାତନ ବିରୋଧରେ ମନ୍ତବ୍ୟ ଦେବାକୁ ହେବ । ଯାହାକି ମୋର ଇଚ୍ଛା ବିରୁଦ୍ଧ । କଂଗ୍ରେସରେ ରହିଲେ ପ୍ରତିଦିନ ସକାଳୁ ଉଠି ଦେଶର ବିକାଶରେ ଲାଗିଥିବା ବ୍ୟକ୍ତିଙ୍କୁ ଗାଳି କରିବାକୁ ପଡ଼େ । ଯାହାକି ତାଙ୍କୁ ଆଦୌ ଭଲ ଲାଗୁନଥିଲା । ତେଣୁ ସେ କଂଗ୍ରେସ ଛାଡ଼ିଥିବା କହିଛନ୍ତି ।

ଅଧିକ ପଢ଼ନ୍ତୁ: ବିଜେଡି ଖେଳିଲା ବାପା-ପୁଅ ଟ୍ରିକ୍‌, ପ୍ରତାପଙ୍କ ବଦଳରେ ମାହାଙ୍ଗାରୁ ଲଢ଼ିବେ ଅଙ୍କିତ

Advertisment

ଟିଭି ଡିବେଟ୍ ଓ ବିଭିନ୍ନ ପ୍ରସଙ୍ଗରେ ଗୌରବଙ୍କ ଦମଦାର ଅଭିଭାଷଣ ସବୁବେଳେ ଚର୍ଚ୍ଚାରେ ରୁହେ। କଂଗ୍ରେସର ଏକ ବଡ଼ ଚେହେରା ଭାବେ ବି ସେ ପରିଚିତ ଥିଲେ।

ସେ ଏକ ଏକ୍ସ ପୋଷ୍ଟରେ ଲେଖିଛନ୍ତି, "କଂଗ୍ରେସ ଆଜି ଯେଉଁ ଦିଗରେ ଗତି କରୁଛି, ସେଥିପାଇଁ ମୁଁ ଆସ୍ୱସ୍ଥି ଅନୁଭବ କରୁନାହିଁ। ମୁଁ ସନାତନ ବିରୋଧୀ ସ୍ଲୋଗାନ ଉଠାଇ ପାରିବି ନାହିଁ କି ସକାଳ-ସଞ୍ଜ ଦେଶର ଉନ୍ନତି ସାଧନ କରୁଥିବା ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରିପାରିବି ନାହିଁ। ମୁଁ କଂଗ୍ରେସ ଦଳର ସମସ୍ତ ପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।"

ମଲ୍ଲିକାର୍ଜୁନ ଖଡଗେଙ୍କ କ୍ୟାମ୍ପେନର ଏକ ପ୍ରଭାବଶାଳୀ ସ୍ୱର ଥିଲେ ଗୌରବ ବଲ୍ଲଭ। ସେ ୨୦୨୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଉଦୟପୁର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

୨୦୧୯ରେ ଝାଡଖଣ୍ଡର ଜାମସେଦପୁର ଇଷ୍ଟରୁ ନିର୍ବାଚନୀ ଡେବ୍ୟୁ କହିଥିଲେ ବଲ୍ଲଭ। ଏହି ଆସନରୁ ସେ ୧୮,୦୦୦ରୁ ଅଧିକ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। ହେଲେ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ଥିବାବେଳେ ସେ ଦଳରୁ ଇସ୍ତଫା ଦେଇଛନ୍ତି। 

BJD BJP Congress Odisha Politics General Election 2024
Advertisment
Advertisment