Advertisment

ଆସୁଛି ଆଉ ଏକ ମହାମାରୀ ! କରୋନାଠୁ ୧୦୦ ଗୁଣ ଅଧିକ ହୋଇପାରେ ମାରାତ୍ମକ

ଏକ ରିପୋର୍ଟରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ H5N1 ଭାଇରସ୍‌ ଏକ ଗୁରୁତର ସ୍ଥିତି ଆଡକୁ ଗତି କରୁଛି । ଏହା ବିଶ୍ୱ ପାଇଁ ମହାମାରୀ ସ୍ଥିତି ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
H5N1 Virus Bird Flu Pandemic

H5N1 Virus

ସାରା ବିଶ୍ୱ କରୋନାର ଭୟଙ୍କର ରୂପ ଦେଖିସାରିଛି । ଏବେ ବି ଲୋକଙ୍କ ମନରୁ ଲିଭିନି କରୋନାର କଳା କାହାଣୀ। କୋଭିଡ୍-୧୯ ମହାମାରୀର ପ୍ରଭାବ ଟିକେ କମ୍‌ ହୋଇଥିବା ବେଳେ ଏବେ ପୃଥିବୀ ଆଡକୁ ମାଡ଼ି ଆସୁଛି ଆଉ ଏକ ବଡ଼ ବିପଦ । କୋଭିଡ୍‌ ପରେ ଆଉ ଏକ ମହାମାରୀର ସାମ୍ନାକୁ କରିପାରନ୍ତି ବିଶ୍ୱବାସୀ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁସାରେ ଆଗକୁ ବାର୍ଡ ଫ୍ଲୁ ମହାମାରୀ ରୂପ ନେବାର ସମ୍ଭାବନା ରହିଛି। ତେବେ ସବୁଠାରୁ ଚିନ୍ତା ଜନକ କଥା ହେଉଛି ଏହା କରୋନା ଅପେକ୍ଷା ୧୦୦ ଗୁଣ ଅଧିକ ମାରାତ୍ମକ ହୋଇପାରେ ।

Advertisment

ଏକ ରିପୋର୍ଟରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ H5N1 ଭାଇରସ୍‌ ଏକ ଗୁରୁତର ସ୍ଥିତି ଆଡକୁ ଗତି କରୁଛି । ଏହା ବିଶ୍ୱ ପାଇଁ ମହାମାରୀ ସ୍ଥିତି ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି। H5N1ର ନୂତନ ଷ୍ଟ୍ରେନ୍‌ ଗୁରୁତର ପ୍ରଭାବ ପକାଇବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ପଢନ୍ତୁ ଏହି ଖବର: ଆସୁଛି କି କୋଭିଡ୍ ଭଳି ଆଉ ଏକ ମହାମାରୀ ? ବଢ଼ିଲାଣି ଡିଜିଜ୍-‘X’କୁ ନେଇ ଚିନ୍ତା

Advertisment

ପିଟସବର୍ଗର ଜଣେ ପ୍ରମୁଖ ବାର୍ଡ ଫ୍ଲୁ ରିସର୍ଚ୍ଚର ଡକ୍ଟର ସୁରେଶ କୁଚିପୁଡି ଚେତାବନୀ ଦେଇଛନ୍ତି ଯେ H5N1 ମହାମାରୀ ସୃଷ୍ଟି କରିବାର କ୍ଷମତା ରଖିଛି, କାରଣ ଏହା ମାନବ ସମେତ ଅନେକ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ସଂକ୍ରମିତ କରିବାର କ୍ଷମତା ରଖିଛି। ସେହିପରି କାନାଡା ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବିୟୋନିଗ୍ରାର ପ୍ରତିଷ୍ଠାତା ଜନ୍ ଫୁଲଟନ୍ ମଧ୍ୟ ଏହି ଜୀବାଣୁ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ H5N1 କୋଭିଡଠାରୁ ୧୦୦ ଗୁଣ ଅଧିକ ମାରାତ୍ମକ। ଏହା ସହ ସେ ଆହୁରି କହିଛନ୍ତି କି ଯେତେବେଳେ ଏହି ଭାଇରସ୍‌ ରୂପ ପରିବର୍ତ୍ତନ କରିବ, ସେତେବେଳେ ମୃତ୍ୟୁହାର ଅଧିକ ହେବ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ୨୦୦୩ ମସିହା ପରଠୁ H5N1 ଭାଇରସ୍‌ରେ ପୀଡିତ ପ୍ରତ୍ୟେକ ୧୦୦ ଲୋକ ମଧ୍ୟରୁ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ୮୮୭ ମାମଲାରୁ ମୋଟ୍‌ ୪୬୨ ଜଣଙ୍କ ମୃତ୍ୟୁ ହୋଇଛି । ଯଦିଓ ଏହା ଏବେ ଲୋକମାନଙ୍କଠାରେ ବହୁତ କମ୍‌ ଦେଖାଯାଉଛି, କିନ୍ତୁ କେତେବେଳେ ବି ଏହା ରୂପ ବରିବର୍ତ୍ତନ କରି ମହାମାରୀର ରୂପ ନେଇପାରେ।

COVID-19 Pandemic Bird Flu H5N1
Advertisment
Advertisment