ଦିନରେ ଉଭାନ ହୋଇଯାଇଥିଲା ସୂର୍ଯ୍ୟ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି କିନ୍ତୁ ଏହା ସତ । ଆଜିଠୁ ପ୍ରାୟ ୩ ହଜାର ବର୍ଷ ପୂର୍ବେ ହଠାତ ମଧ୍ୟାହ୍ନ ସମୟରୁ ଆକାଶରୁ ଉଭାନ ହୋଇଯାଇଥିଲା ସୂର୍ଯ୍ୟ । ମଧ୍ୟାହ୍ନ ସମୟରେ ଚାରିଆଡେ ହୋଇଯାଇଥିଲା ଅନ୍ଧାର। ଏମିତି ଅଦ୍ଭୂତ ଦୃଶ୍ୟ ଦେଖିବାକୁ ମିଳିଥିଲା ଆଧୁନିକ ଯୁଗରେ ସିରିଆ ଭାବରେ ପରିଚିତ ଅଞ୍ଚଳରେ । ଦିନରେ ହଠାତ୍ ଅନ୍ଧାର ହୋଇଯିବାରୁ ସମସ୍ତଙ୍କ ମନରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥିଲା ।
Also Read
୨୦୨୪ ମସିହା ଏପ୍ରିଲ ୮ରେ ଆମେରିକାର କିଛି ଅଂଶ ଦିନ ସମୟରେ ଏହିପରି ଅନ୍ଧାର ହେବ। ତେବେ ସୂର୍ଯ୍ୟ ଅସ୍ତ ହେବେ ନାହିଁ ବରଂ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ଆସିବେ। ସୂର୍ଯ୍ୟଙ୍କ ଆଲୋକକୁ ଏହା ଘୋଡ଼ାଇ ଦେବ। ଏପ୍ରିଲ ୮ରେ ୪ ମିନିଟ ୨୮ ସେକେଣ୍ଡ ପାଇଁ ଉତ୍ତର ଆମେରିକାର କିଛି ସ୍ଥାନରେ ଦିନ ସମୟରେ ଏକ ବିରଳ ରାତି ଅନୁଭବ ହେବ।
ତେବେ ପ୍ରାଚୀନ କାଳରେ ଏହା ବିପଦର ସଙ୍କେତ ବୋଲି କୁହାଯାଏ । ହେଲେ ଏବେ ଏହାକୁ ସଂପୂର୍ଣ୍ଣ ସୂର୍ଯ୍ୟ ପରାଗ କୁହାଯାଉଛି। ଏପରି ଘଟଣା ପ୍ରତି ୧୮ ମାସରେ ପୃଥିବୀର କୌଣସି ସ୍ଥାନରେ ଘଟିଥାଏ। କିନ୍ତୁ ପ୍ରତ୍ୟେକ ଘଟଣା ସବୁ ସ୍ଥାନରୁ ଦୃଶ୍ୟମାନ ହୁଏ ନାହିଁ। ଆମେରିକାର ଶେଷ ଥର ପାଇଁ ଏପରି ଘଟଣା ସାତ ବର୍ଷ ତଳେ ହୋଇଥିଲା। ତେବେ ଭାରତରେ ୨୦୩୧ ଯାଏ କୌଣସି ପ୍ରକାରର ସଂପୂର୍ଣ୍ଣ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବନି ।
ତେବେ ସେଦିନ ପ୍ରାଚୀନ ସିରିଆରେ କ’ଣ ଘଟିଥିଲା ତାହା ଏକ ମାଟି ଟାବଲେଟରୁ ଜଣାପଡ଼ିଛି । ୧୯୪୮ ମସିହାରେ ମିଳିଥିବା ଏକ ମାଟି ଟାବଲେଟ୍ରୁ ସେଦିନର ଘଟଣା ବିଷୟରେ ଜଣାପଡ଼ିଛି । ପ୍ରାଚୀନ ସମାଜ କିପରି ସୂର୍ଯ୍ୟଙ୍କର ହଠାତ୍ ଅଦୃଶ୍ୟ ହେବାକୁ ଭୟ କରୁଥିଲେ ଓ ଏହାକୁ କିପରି ଗୋଟିଏ ସାମ୍ରାଜ୍ୟର ପତନ ସହିତ ଲିଙ୍କ କରାଯାଉଥିଲା, ତା’ର ତଥ୍ୟ ଏହି ଟାବଲେଟ୍ରେ ରହିଛି ।
ଏହି ମାଟି ଟାବଲେଟକୁ ଉତ୍ତର ଭୂମଧ୍ୟସାଗର ଉପକୂଳରେ ଅବସ୍ଥିତ ବନ୍ଦର ସହର ଉଗାରିଟର ପଶ୍ଚିମ ପ୍ୟାଲେସ୍ ଅଭିଲେଖାଗାରର ଧ୍ୱଂସାବଶେଷ ମଧ୍ୟରୁ ମିଳିଥିଲା । ଉକ୍ତ ସ୍ଥାନ ଆଜି ସିରିଆ ଭାବେ ପରିଚିତ । KTU 1.78 ନାମରେ ନାମିତ ଟାବଲେଟ୍ ସହରର ଧ୍ୱଂସ ହେବା ସମୟର । ଏହାକୁ ୩୨୦୦ ବର୍ଷ ତଳେ ଅର୍ଥାତ ୧୨୫୦ BCE ରୁ 1175 BCE ମଧ୍ୟରେ ଲେଖାଯାଇଥିବା ଅନୁମାନ କରାଯାଉଛି ।
ଟାବଲେଟର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏଥିରେ ସୂର୍ଯ୍ୟଙ୍କ ହଠାତ୍ ଅଦୃଶ୍ୟତା ଓ ଦିନ ସମୟରେ ହୋଇଥିବା ଅନ୍ଧକାର ବିଷୟରେ ତଥ୍ୟ ଉପସ୍ଥାପନ କରାଯାଇଛି । ଅନ୍ଧକାର ଏହାର ଗେଟ କିପର ରାପ୍କୁ ଦୃଶ୍ୟମାନ କରିଥିଲା। ପ୍ରାଚୀନ ଉଗାରିଟରେ ରାପ ଅର୍ଥାତ୍ ମଙ୍ଗଳ। ଏପ୍ରିଲ୍ ୮ରେ ସଂପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ସହିତ ସମାନ ଭାବରେ ଚାରିଟି ଗ୍ରହର ଆକାଶରେ ଅନ୍ଧକାର ଦେଖାଯିବ। ସେଥିମଧ୍ୟରୁ ଗୋଟିଏ ହେଲା ମଙ୍ଗଳ।
ଅବଶ୍ୟ ଟାବଲେଟରେ ସୂର୍ଯ୍ୟ ଗ୍ରହଣ ବିଷୟରେ ଉଲ୍ଲେଖ କରାଯାଇ ନାହିଁ। କାରଣ ସେ ସମୟରେ ଏହାକୁ ବୁଝିବା ସେତେ ସହଜ ନ ଥିଲା । ତଥାପି ମାଟି ଟାବଲେଟର ପଛ ପାର୍ଶ୍ୱରେ ଲେଖାଯାଇଥିବା କଥା ବେଶ କୌତୁହଳ ସୃଷ୍ଟି କରିଛି । ପଛପଟରେ ଲେଖାଯାଇଥିଲା ଯେ ‘ଦୁଇଟି ଲିଭର ପରୀକ୍ଷା କରାଯାଇଥିଲା: ବିପଦ’। ଏହାର ଅର୍ଥ କାହାକୁ ଜଣା ନ ଥିଲା। କିନ୍ତୁ ବୈଜ୍ଞାନିକ ତେଜେ ଦେ ଜୋଙ୍ଗ ଓ ୱିଲଫ୍ରେଡ ଭାନ ସୋଲଡଟ ଏହାର ପ୍ରକୃତ ଅର୍ଥ ୧୯୮୯ରେ ପ୍ରକାଶ କରିଥିଲେ । ଜର୍ଣ୍ଣାଲ ନ୍ୟାଚୁରାଲରେ ପ୍ରକାଶିତ ରିପୋର୍ଟରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ସୂର୍ଯ୍ୟ ଗ୍ରହଣରୁ ଉତ୍ପନ୍ନ ଚିନ୍ତା ଓ ମଙ୍ଗଳ ଗ୍ରହର ହଠାତ୍ ଦେଖାଯିବା ଦ୍ୱାରା ଲିଭର ବା କଲିଜା ଅନୁଶୀଳନ କରାଯାଇଥିଲା ।
ଲିଭର ଅନୁଶୀଳନ ହେପାଟୋମାନ୍ସୀ ଭାବରେ ମଧ୍ୟ ଜଣାଶୁଣା । ଇତିହାସର ବିଭିନ୍ନ ସଂସ୍କୃତିରେ ଏପରି ଅନୁଶୀଳନ କିମ୍ବା ଭବିଷ୍ୟବାଣୀ କରାଯାଉଥିଲା । ଭବିଷ୍ୟତରେ ଘଟୁଥିବା ଘଟଣାଗୁଡ଼ିକର ଭବିଷ୍ୟବାଣୀ କରିବା କିମ୍ବା ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ପଶୁପକ୍ଷୀଙ୍କ ଲିଭର ଉପରେ ନିର୍ଭର କରାଯାଉଥିଲା । ଲୋକମାନେ ବିଶ୍ୱାସ କରୁଥିଲେ ଯେ ଏଭଳି ବୈଶିଷ୍ଟ୍ୟଗୁଡ଼ିକ ଦେବତା ଓ ପରମାତ୍ମାଙ୍କ ଉଦ୍ଦେଶ୍ୟରେ, ଯୁଦ୍ଧ କିମ୍ବା ଅମଳର ଫଳାଫଳ କିମ୍ବା ଆଗାମୀ ଉଦ୍ୟୋଗର ସଫଳତା ବିଷୟରେ ସୂଚନା ଦେଇଥାଆନ୍ତି।
ଖ୍ରୀଷ୍ଟପୂର୍ବ ୧୨୨୩ର ସୂର୍ଯ୍ୟ ପରାଗ ଉଗରିଟ୍ ଓ ଏହାର ପାର୍ଶ୍ୱବର୍ତ୍ତୀ ରାଜ୍ୟ ପାଇଁ ଏକ ସମସ୍ୟାର ସମୟ ସହିତ ସମାନ ଥିଲା। ଶେଷରେ ଏଠାରେ ଥିବା ସାମ୍ରାଜ୍ୟ ଭୁଶୁଡ଼ି ପଡ଼ିଥିଲା। ଏହି ମାଟି ଟାବଲେଟ୍ ସୂର୍ଯ୍ୟ ଗ୍ରହଣର ସର୍ବ ପୁରାତନ ରେକର୍ଡ ଭାବେ ପରିଚିତ। ଏପରି ପର୍ଯ୍ୟବେକ୍ଷଣ ରେକର୍ଡ ସବୁ ସଭ୍ୟତାରେ ଦେଖିବାକୁ ମିଳିଛି।
ମେସୋପୋଟାମିଆନମାନେ ମାଟି ଟାବଲେଟ୍ ଉପରେ ଚନ୍ଦ୍ରଗ୍ରହଣର ସବୁ ତଥ୍ୟ ଲେଖୁଥିଲେ । ଇଜିପ୍ଟିଆନମାନେ ମନ୍ଦିର ଖୋପରେ ଖୋଦେଇ କରି ରଖୁଥିଲେ। ମାୟନୀୟମାନେ ସେମାନଙ୍କର କ୍ୟାଲେଣ୍ଡର ଓ ସ୍ମାରକୀରେ ଗ୍ରହଣ ପୂର୍ବାନୁମାନ କରୁଥିଲେ । କୋନ୍ସ ପରି ଆମେରିକୀୟ ସଭ୍ୟତାର ଲୋକମାନେ ସୂର୍ଯ୍ୟ ଗ୍ରହଣ ସମ୍ପର୍କିତ ତଥ୍ୟକୁ ପଥରରେ ଖୋଦେଇ କରି ସଂରକ୍ଷିତ କରୁଥିଲେ।