• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାସ୍ତାରେ ବାହାଘର ଗାଡ଼ି ଯାଉଥିବାବେଳେ ଲୋକଙ୍କ ଆଖି ଟାଣି ହୋଇଯାଇଥାଏ ବରର କାର ଆଡକୁ । ଆଉ ଚାଲୁ ଚାଲୁ ଦେଖିଦେବାକୁ ଇଚ୍ଛା ହୁଏ ବରକୁ । କିଏ ବାଲକୋନୀରେ ଛିଡ଼ା ହୋଇ ଦେଖିବାକୁ ଚାହେଁ ତ କିଏ ସାଇକେଲରେ ବସି ବସି ଅନେଇଥାଏ । ଆଉ କିଏ ବାଇକ୍‌ ଉପରେ ବସି ନଜର ପକାଉଥାଏ । ଏହି କାରଣରୁ ବର ଯେଉଁ କାରରେ ବସିଥାଏ ତାକୁ ଖୁବ୍‌ ସାଜସଜ୍ଜା କରାଯାଇଥାଏ ।

ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ବରର କାହାଣୀ କହିବୁ ଆଉ ତା’ଗାଡ଼ି ବିଷୟରେ କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବରର ଗାଡ଼ିକୁ ସାଧାରଣତଃ ଅସଲି ଫୁଲରେ କିମ୍ବା ପ୍ଲାଷ୍ଟିକ୍‌ ଫୁଲ ଆଉ ପତ୍ରରେ ସଜାଯାଇଥାଏ । ସେଥିରେ କିଛି ବୁକେ ମଧ୍ୟ ଲଗାଯାଇଥାଏ । ଆଉ ଆଜିକାଲି ଗାଡ଼ିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଆର୍ଟିଫିସିଆଲ ଜିନିଷର ବି ବ୍ୟବହାର କରାଯାଏ । ହେଲେ ଆମ ନଜରକୁ ଯେଉଁ ବର ଗାଡ଼ି ଆସିଛି ସେଥିରେ କୌଣସି ଫୁଲ କିମ୍ବା ବୁକେ ଲାଗିନି । ସେଥିରେ ଲାଗିଛି ଶହ ଶହ ଚିପ୍ସ ପ୍ୟାକେଟ୍ ।

ଅଧିକ ପଢ଼ନ୍ତୁ: ସ୍ମାର୍ଟ ଫୋନ ମାୟାରେ ବାୟା; ପରିବା ବଦଳରେ ଫ୍ରିଜରେ ପିଲାକୁ ରଖିଦେଲା ମା’...ଦେଖନ୍ତୁ ଭିଡିଓ

ଆଜ୍ଞା ହଁ ଚିପ୍ସ ପ୍ୟାକେଟ୍ । ଯେଉଁ ଚିପ୍ସକୁ ପିଲାଠାରୁ ବୁଢ଼ାଯାଏଁ ସଭିଏଁ ଭଲ ପାଆନ୍ତି । ଆଉ ନୀତି ବଜାରରୁ କିଣି ଖାନ୍ତି । ଚିପ୍ସ ଆମ ଜୀବନର ଖାଦ୍ୟ ଶୈଳିରେ ଏକ ଅଭିନ୍ନ ଅଙ୍ଗ ଭଳି ଯୋଡ଼ି ହୋଇସାରିଛି । ଗାଡ଼ି ସାରା ଲମ୍ବା ଲମ୍ବା ଚିପ୍ସ ମାଳ ଲଗାଇ ଗାଡ଼ି ସଜାଯାଇଛି । ତେଣୁ ବର ଗାଡ଼ିକୁ ଯିଏ ବି ଦେଖୁଛି ରାସ୍ତାରେ ଟିକେ ଅଟକି ଯାଉଛି । ଆଉ ସବୁଠାରୁ ବଡ଼ କଥା ହେଲା, ଏହି ପୂରା ଘଟଣାର ଭିଡିଓ ରେକର୍ଡ କରି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଅପ୍‌ଲୋଡ୍ କରିଛନ୍ତି । ଯାହାକି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Groom

ଇନଷ୍ଟାଗ୍ରାମ ଆକାଉଣ୍ଟ @ ysatpal569 ରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ଏହି ଭିଡିଓରେ ବରର କାର ବିବାହ ଶୋଭାଯାତ୍ରା ସହିତ ଏକ ବିବାହ ସ୍ଥାନରେ ପହଞ୍ଚୁଛି । ଆଉ ଚିପ୍ସ ପ୍ୟାକେଟ୍‌ରେ ଗାଡ଼ିର ସାଜସଜ୍ଜା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କାରର ନମ୍ବର ପ୍ଲେଟ୍ ଉଭୟ ପାର୍ଶ୍ୱରୁ ଲୁଚି ରହିଛି, ତେଣୁ କାରଟି କେଉଁଠୁ ଆସିଛି ତାହା ଜାଣିବା ସମ୍ଭବ ହୋଇନାହିଁ ।

ଭିଡିଓ ଭାଇରାଲ ହେଉଛି...

ଏହି ଭିଡିଓକୁ ୭୭ ମିଲିୟନ୍ ଅର୍ଥାତ୍ ୭ କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ଅନେକ ଲୋକ ଏହାକୁ ନେଇ ମଜାଦାର ଢ଼ଙ୍ଗରେ କମେଣ୍ଟ ଦେଇଛନ୍ତି । ଜଣେ ଲେଖିଛନ୍ତି, ପିଲାଟିର ସ୍ନାକ୍ସ ଦୋକାନ ଅଛି । ଆଉ ଜଣେ ଲେଖିଛନ୍ତି ସେ ବିବାହ ଶୋଭାଯାତ୍ରାରେ ଚିପ୍ସ ପ୍ୟାକେଟ ବିକ୍ରି କରିବାକୁ ଆସିଛି । ସେହିଭଳି ଆଉ ଜଣେ ଲେଖିଛନ୍ତି ଛୋଟ ପିଲାମାନେ ବୋଧେ ଏପରି ସାଜସଜ୍ଜା କରିଛନ୍ତି । ଆଉ ଜଣେ ବ୍ୟକ୍ତି ‘ଆଏ ହମ୍ ବାରାତି ବାରାତ୍ ଲେକେ’ ଗୀତର ଲିରିକ୍ସ ବଦଳାଇ ଲେଖିଛନ୍ତି - ‘ଆଏ ହମ୍ ବାରତି ଚାଖନା ଲେକେ’ । ମୋଟାମୋଟି ଦେଖିବାକୁ ଗଲେ ଲୋକମାନେ ଏହି ଭିଡିଓ ଦେଖିବା ପରେ କାରର ସାଜସଜାକୁ ନେଇ ଖୁବ୍ ପରିହାସ କରୁଛନ୍ତି।