ମନ୍ତ୍ରୀ କହିଛନ୍ତି ସମୁଦ୍ର ପାଣିକୁ ପାନୀୟ ଉପଯୋଗୀ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରାଯିବା ପରେ ଏନେଇ ନିଷ୍ପତ୍ତି ନିଆଯାଇ ପାରିବ।
ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ବାହାନାରେ ଲୋକଙ୍କ ପାଖକୁ ପହଞ୍ଚୁଛି ମଇଳା ନର୍ଦ୍ଦମା ପାଣି । ନୂଆପଡ଼ା ଜିଲ୍ଲାର କୋମନାରେ ପାନୀୟ ଜଳର ବ୍ୟବସ୍ଥା ଦେଖି ଭୟରେ ଲୋକେ ପାଣି ପିଇବାକୁ ଡରୁଛନ୍ତି ।
ଗଜପତି ଜିଲ୍ଲା ମୋହନା ସଦର ୧୪ ନମ୍ବର ୱାର୍ଡର ମହିଳାମାନଙ୍କ ଚେତାବନୀ । ସରକାର ବା ପ୍ରଶାସନ ୱାର୍ଡ଼ ବାସିନ୍ଦାଙ୍କୁ ପାଣି ଯୋଗାଇ ନ ଦିଅନ୍ତି ଭୋଟ ବର୍ଜନ କରିବା ସହ କୌଣସି ନେତାଙ୍କୁ ବି ସାହିକୁ ପୁରାଇ ଦେବେ ନାହିଁ ବୋଲି କହିଛନ୍ତି ।
ଦିନେ ଏମାନେ ବି ଥିଲେ ସୁସ୍ଥ ସବଳ...ଚାଲି ବୁଲି ପାରିବା ସହ କ୍ଷେତବାଡ଼ିରେ ଖଟୁଥିଲେ ଦିନ ତମାମ। କିନ୍ତୁ, ଏଭଳି ଏକ ଦୁରାରୋଗ୍ୟ କେଉଁଠି ଥିଲା କେଜାଣି, ଆଜି ଧରାଶାୟୀ କରିଦେଇଛି ଏହି ଖଟିଖିଆ ମଣିଷ ମାନଙ୍କୁ।
ଏହି ମେସିନ କୌଣଷି ୱାଟର ପ୍ୟୁରିଫାୟର ନୁହେଁ । ଏହା ହେଉଛି ୱାଟର ଜେନେରେଟର ବା ୱାଟର ଜେନ୍ । ପବନରୁ ପାଣି ତିଆରି କରୁଛି ଏହି ମେସିନ । ପ୍ୟାକେଜିଂ ପାଣି, ଟ୍ୟାପ ପାଣି କିମ୍ବା ନଳକୂପ ପାଣି ଠାରୁ ବହୁ ଗୁଣରେ ସ୍ଵାଦ ଓ ସ୍ୱଚ୍ଛ...