Advertisment

୧୮ ଘଣ୍ଟା ପରେ ବୋରୱେଲ ଭିତରୁ ଉଦ୍ଧାର ହେଲା ଦେଢ଼ ବର୍ଷର ଶିଶୁ

ବୋରୱେଲରେ ପଡିଥିବା ଶିଶୁଟିର ନାଁ ସତ୍ୟଭିକ୍ ମୁଜାଗୋଣ୍ଡ। ପିଲାଟି ଘର ପାଖରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ବୋରୱେଲରେ ପଡ଼ିଯାଇଥିଲା । ଏହି ବୋରୱେଲଟିକୁ ଶିଶୁର ପିତା ସତୀଶ ମୁଜାଗୋଣ୍ଡ ନିଜ ଜମିରେ ଖୋଳାଇଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
2-Year-Old Rescued From 16-Feet Deep Borewell

2-Year-Old Rescued From 16-Feet Deep Borewell In Karnataka After 20 Hours

୧୮ ଘଣ୍ଟାର ଲଗାତାର ରେସ୍କ୍ୟୁ ଅପରେସନ ପରେ ୧୬ ଫୁଟ ବୋରୱେଲ ଭିତରୁ ଉଦ୍ଧାର ହେଲା ଶିଶୁ । ବୋରୱେଲ ଭିତରକୁ ଖସିପଡିଥିଲା ୨ ବର୍ଷର ଶିଶୁ । କର୍ଣ୍ଣାଟକ ବିଜୟପୁରା ଜିଲ୍ଲାରେ ଘଟିଥିଲା ଏହି ଅଘଟଣ । ଉଦ୍ଧାର ପାଇଁ ରେସକ୍ୟୁ ଟିମ୍ ଅପରେସନ ଆରମ୍ଭ କରିଥିଲେ । ଶିଶୁକୁ ଉଦ୍ଧାର ପରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର ପରେ କିପରି ଶିଶୁକୁ ମେଡିକାଲ ନିଆଯିବ, ସେଥିପାଇଁ ଆମ୍ବୁଲାନ୍ସକୁ ଷ୍ଟାଣ୍ଡବାଏ ମୋଡରେ ରଖାଯାଇଥିଲା । ଗତକାଲି ସଂଧ୍ୟାରେ ବିଜୟପୁରା ଜିଲ୍ଲାର ଲଚୟାନ୍ ଗାଁରେ ଥିବା ଏକ ବୋରୱେଲରେ ଶିଶୁଟି ଗଳି ପଡ଼ିଥିଲା ।

Advertisment

ସୂଚନା ଅନୁସାରେ, ବୋରୱେଲରେ ପଡିଥିବା ଶିଶୁଟିର ନାଁ ସତ୍ୟଭିକ୍ ମୁଜାଗୋଣ୍ଡ। ପିଲାଟି ଘର ପାଖରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ବୋରୱେଲରେ ପଡ଼ିଯାଇଥିଲା । ଏହି ବୋରୱେଲଟିକୁ ଶିଶୁର ପିତା ସତୀଶ ମୁଜାଗୋଣ୍ଡ ନିଜ ଜମିରେ ଖୋଳାଇଥିଲେ।

ଗତକାଲି ସନ୍ଧ୍ୟାରେ ଏହି ଘଟଣା ଜଣାପଡିବା ପରେ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଶିଶୁଟିକୁ ବୋରୱେଲରୁ ବାହାରକୁ ଆଣିବା ପାଇଁ ପୋଲିସ ଟିମ୍, ରାଜସ୍ୱ ଅଧିକାରୀ, ତାଲୁକ ପଞ୍ଚାୟତର ସଦସ୍ୟ ଏବଂ ଅଗ୍ନିଶମ ବିଭାଗର ଅଧିକାରୀ ଏବଂ ଜରୁରୀକାଳୀନ ସେବା ଅଧିକାରୀମାନେ ସେଠାରେ ଉପସ୍ଥିତ ଥିଲେ। ଶିଶୁକୁ ଉଦ୍ଧାର କରିବା ପାଇଁ ସମସ୍ତ ଉଦ୍ୟମ କରାଯାଇଥିଲା । 

Advertisment

ଶିଶୁଟିକୁ ପାଇପ ଯୋଗେ ଅମ୍ଳଜାନ ଯୋଗାଇ ଦିଆଯାଇଥିଲା। ଉଦ୍ଧାରକାରୀ ଦଳ ଶିଶୁ ନିକଟରେ ଯଥାଶୀଘ୍ର ପହଞ୍ଚିବା ପାଇଁ ଉଦ୍ୟମ କରାଯାଇଥିଲା । ସେମାନେ ଶିଶୁଟିକୁ ସୁରକ୍ଷିତ ଉଦ୍ଧାର ପାଇଁ ୫ ଫୁଟର ଟନେଲ ବ୍ୟବହାର କରିଥିଲେ । କଠିନ ପଥର ଏବଂ ବୋଲ୍ଡର୍ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ବି ଶୀଘ୍ର ସମାଧାନ ହୋଇଥିଲା । ଉଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କୁଶଳୀ ଟ୍ୟୁବୱେଲ ଡ୍ରିଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ।

Borewell
Advertisment
Advertisment